ବିନିକା-ସୋନପୁର ମୁଖ୍ୟରାସ୍ତାରେ ୫ଫୁଟ୍‌ର ପାଣି, ଅଟକି ରହିଛି ଯାନବାହାନ

ବିନିକା, ୩୧ା୮(ଡି.ଏନ୍‌.ଏ.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଓ ଏନଏସି ଅଞ୍ଚଳର ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି ମହାନଦୀର ବନ୍ୟାଜଳ। ଏନ୍‌ଏସି ଅଧୀନ ଗୁଲାପଡାର ଟିକ୍ରପଡା ଓ କୋହ୍ଲପଡା, ବେତ୍ରପଡାର ଲୋକେ ଶନିବାରଠାରୁ ଜଳଘେରରେ ରହିଛନ୍ତି। ସେହିଭଳି ବ୍ଲକ ଅନ୍ତର୍ଗତ ସିନ୍ଦୁରପୁର ପଞ୍ଚାୟତର ମଣିଗାଁର ଝରାପଡା ଓ ସେଲେଡି ଝରାପଡାବାସୀ ମଧ୍ୟ ଜଳବନ୍ଦୀ ହୋଇ ରହିଛନ୍ତି। ଶନିବାର ଜିଲାପାଳ ମୋନୀଷା ବାନାର୍ଜୀ ବନ୍ୟା ପ୍ରଭାବିତ ଅଞ୍ଚଳ ଡଙ୍ଗାରେ ପରିଦର୍ଶନ କରିଥିଲେ। ମଣିଗାଁ ଝରାପଡାକୁ ଯାଇ ଝରା ସମ୍ପ୍ରଦାୟର ଲୋକଙ୍କ ଭଳମନ୍ଦ ବୁଝିବା ସହ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ। ତାଙ୍କ ସହ ବିନିକା ତହସିଲଦାର ଅଲେଖ ଘୁଟା, ବ୍ଲକ ସାମାଜିକ ଅଧିକାରୀ ଅଶ୍ୱିନୀ କୁମାର ପାଣ୍ଡେ ଉପସ୍ଥିତ ଥିଲେ ା
ରବିବାର ବୀରମହାରାଜପୁର ଉପଜିଲାପାଳ ଅଶୋକ ଭୋଇ ଓ ବିନିକା ଏନ୍‌ଏସି ନିର୍ବାହୀ ଅଧିକାରୀ ଦୁଃଖୀରାମ ନାଏକ, ତହସିଲଦାର ଅଲେଖ ଘୁଟା ଏନ୍‌ଏସି ଓ ବ୍ଲ୍‌କ ଅଞ୍ଚଳର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିିଥିଲେ। ଏଥିସହ ବିନିକା ସିଦ୍ଧାର୍ଥ କଲେଜ ବନ୍ୟା ଆଶ୍ରୟସ୍ଥଳୀ, ବିନିକା ହାଇସ୍କୁଲକୁ ଯାଇ ଆଶ୍ରୟ ନେଇଥିବା ବିପନ୍ନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ପରେ ଅଧିକାରୀମାନଙ୍କ ସହ ବିନିକା ବ୍ଲକ ଭାରପ୍ରାପ୍ତ ବିଡିଓ ନିରଞ୍ଜନ ନାଏକ ବନ୍ୟା ପ୍ରଭାବିତ ମହାଦେବପାଲି ପଞ୍ଚାୟତର ଗରିଆପାଲି, ତୁଲୁଣ୍ଡୁପାଲି, ପଣ୍ଡକିଟାଲ ଓ ଝରାପଡା ପରିଦର୍ଶନ କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ବିନିକା ଯୁଗେଶ୍ୱର ମନ୍ଦିର ସମ୍ମୁଖ ବିନିକା-ସୋନପୁର ମୁଖ୍ୟ ରାସ୍ତା ଉପରେ ୫ଫୁଟ୍‌ ପାଣି ପ୍ରବାହିତ ହେଉଛି। ଏଥିଯୋଗୁ ଶହଶହ ଯାନବାହାନ ବିଶାଳପାଲି ଛକ୍‌ରୁ ଡଭଲା ଯାଏ ଅଟକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ମଦ ବିକ୍ରି ବନ୍ଦ ଦାବିରେ ଏକଜୁଟ ହେଲେ ମହିଳା, ଅବକାରୀ ବିଭାଗର ସହଯୋଗ ଲୋଡ଼ିଲେ

ଅମରପାଲି,୨୯।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ଗ୍ରାମରେ ମଦ ବିକ୍ରି ବନ୍ଦ ଦାବିରେ ମହିଳାମାନେ ଏକଜୁଟ ହୋଇଛନ୍ତି । ଏନେଇ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?