ବିନିକା-ସୋନପୁର ମୁଖ୍ୟରାସ୍ତାରେ ୫ଫୁଟ୍‌ର ପାଣି, ଅଟକି ରହିଛି ଯାନବାହାନ

ବିନିକା, ୩୧ା୮(ଡି.ଏନ୍‌.ଏ.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଓ ଏନଏସି ଅଞ୍ଚଳର ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି ମହାନଦୀର ବନ୍ୟାଜଳ। ଏନ୍‌ଏସି ଅଧୀନ ଗୁଲାପଡାର ଟିକ୍ରପଡା ଓ କୋହ୍ଲପଡା, ବେତ୍ରପଡାର ଲୋକେ ଶନିବାରଠାରୁ ଜଳଘେରରେ ରହିଛନ୍ତି। ସେହିଭଳି ବ୍ଲକ ଅନ୍ତର୍ଗତ ସିନ୍ଦୁରପୁର ପଞ୍ଚାୟତର ମଣିଗାଁର ଝରାପଡା ଓ ସେଲେଡି ଝରାପଡାବାସୀ ମଧ୍ୟ ଜଳବନ୍ଦୀ ହୋଇ ରହିଛନ୍ତି। ଶନିବାର ଜିଲାପାଳ ମୋନୀଷା ବାନାର୍ଜୀ ବନ୍ୟା ପ୍ରଭାବିତ ଅଞ୍ଚଳ ଡଙ୍ଗାରେ ପରିଦର୍ଶନ କରିଥିଲେ। ମଣିଗାଁ ଝରାପଡାକୁ ଯାଇ ଝରା ସମ୍ପ୍ରଦାୟର ଲୋକଙ୍କ ଭଳମନ୍ଦ ବୁଝିବା ସହ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ। ତାଙ୍କ ସହ ବିନିକା ତହସିଲଦାର ଅଲେଖ ଘୁଟା, ବ୍ଲକ ସାମାଜିକ ଅଧିକାରୀ ଅଶ୍ୱିନୀ କୁମାର ପାଣ୍ଡେ ଉପସ୍ଥିତ ଥିଲେ ା
ରବିବାର ବୀରମହାରାଜପୁର ଉପଜିଲାପାଳ ଅଶୋକ ଭୋଇ ଓ ବିନିକା ଏନ୍‌ଏସି ନିର୍ବାହୀ ଅଧିକାରୀ ଦୁଃଖୀରାମ ନାଏକ, ତହସିଲଦାର ଅଲେଖ ଘୁଟା ଏନ୍‌ଏସି ଓ ବ୍ଲ୍‌କ ଅଞ୍ଚଳର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିିଥିଲେ। ଏଥିସହ ବିନିକା ସିଦ୍ଧାର୍ଥ କଲେଜ ବନ୍ୟା ଆଶ୍ରୟସ୍ଥଳୀ, ବିନିକା ହାଇସ୍କୁଲକୁ ଯାଇ ଆଶ୍ରୟ ନେଇଥିବା ବିପନ୍ନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ପରେ ଅଧିକାରୀମାନଙ୍କ ସହ ବିନିକା ବ୍ଲକ ଭାରପ୍ରାପ୍ତ ବିଡିଓ ନିରଞ୍ଜନ ନାଏକ ବନ୍ୟା ପ୍ରଭାବିତ ମହାଦେବପାଲି ପଞ୍ଚାୟତର ଗରିଆପାଲି, ତୁଲୁଣ୍ଡୁପାଲି, ପଣ୍ଡକିଟାଲ ଓ ଝରାପଡା ପରିଦର୍ଶନ କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ବିନିକା ଯୁଗେଶ୍ୱର ମନ୍ଦିର ସମ୍ମୁଖ ବିନିକା-ସୋନପୁର ମୁଖ୍ୟ ରାସ୍ତା ଉପରେ ୫ଫୁଟ୍‌ ପାଣି ପ୍ରବାହିତ ହେଉଛି। ଏଥିଯୋଗୁ ଶହଶହ ଯାନବାହାନ ବିଶାଳପାଲି ଛକ୍‌ରୁ ଡଭଲା ଯାଏ ଅଟକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଜୈନଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର,୬ା୧୨(ଡି.ଏନ.ଏ)- ଛତ୍ରପୁର ଷ୍ଟାଡିୟମରେ ଆୟୋଜିତ ଗଞ୍ଜାମ ଜିଲାସ୍ତରୀୟ ଲୋକକଳା ମହୋତ୍ସବ ତଥା ଛତ୍ରପୁର ମହୋତ୍ସବ ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ସନ୍ଧ୍ୟାର ଉଦଘାଟନୀ କାର୍ଯ୍ୟକ୍ରମରେ...

ବ୍ଲକ ଅଧ୍ୟକ୍ଷଙ୍କ ପଞ୍ଚାୟତରେ ରାସ୍ତା ଦୟନୀୟ

ଭଞ୍ଜନଗର,୧୨।୧୦(ଡି.ଏନ.ଏ): ଭଞ୍ଜନଗର ଅଞ୍ଚଳରେ ଗତ ୫ଦିନ ହେବ ତୁହାକୁ ତୁହା ବର୍ଷା ହେଉଛି। ଏହାଦ୍ୱାରା ଲୋକେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ଅପରାହ୍ନରେ ଭଞ୍ଜନଗର...

ନିଯୁକ୍ତିରେ ନୈରାଶ୍ୟ

ରାୟଗଡ଼ାରେ ବର୍ଷକୁ ପ୍ରାୟ ୧୦ ହଜାର ଶିକ୍ଷିତ ଯୁବତୀ ଯୁବକ ବାହାରୁଛନ୍ତି। ଏହାସହ ପାଠ ପଢ଼ି ନ ଥିବା କିମ୍ବା ଅଧାରୁ ପାଠ ଛାଡ଼ିଥିବା ଯୁବପିଢ଼ିଙ୍କ...

ନିଶା ଦେଇ ୩ ଯାତ୍ରୀଙ୍କ ଠାରୁ ଲୁଟ୍‌ : ବଜ୍ରଗଡ଼ ପାହାଡ଼ରୁ ଅଚେତ ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ

ଭଞ୍ଜନଗର,୧୧।୧୧(ଡି.ଏନ.ଏ)- ଗଞ୍ଜାମ ଜିଲା ବେଲଗୁଣ୍ଠା ନିକଟସ୍ଥ ବଜ୍ରଗଡ଼ ଗ୍ରାମବାସୀ ସୋମବାର ପୂର୍ବାହ୍ନରେ ଗ୍ରାମ ନିକଟସ୍ଥ ପାହାଡ଼ ତଳୁ ୩ଜଣ ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ।...

ଭଦ୍ରକ ଜିଲା ଚିକିତ୍ସାଳୟର ଏମ୍‌ସିଏଚ୍‌ ସମ୍ପ୍ରସାରଣ ହେବ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଭଦ୍ରକ ଜିଲା ଚିକିତ୍ସାଳୟରେ ଥିବା ଏମ୍‌ସିଏଚ୍‌କୁ ସମ୍ପ୍ରସାରଣ କରାଯାଇ ୧୦୦ ଶଯ୍ୟାବିଶିଷ୍ଟରେ ପରିଣତ କରାଯିବ। ହସ୍ପିଟାଲ୍‌ର ଚାରିପାଖେ ପାଚେରି ଓ ରାସ୍ତା ନିର୍ମାଣ ଲାଗି...

ଯାଜପୁରରେ ହେବ ନାଟ୍ୟମଣ୍ଡପ: ସଂସ୍କୃତି ମନ୍ତ୍ରୀ ବ୍ୟାସସରୋବର ଉନ୍ନତୀକୁ ସବୁଜ ସଙ୍କେତ

ଯାଜପୁର ଅଫିସ, ୫।୬-ଯାଜପୁରରେ ଏକ ନାଟ୍ୟ ମଣ୍ଡପ କରାଯିବ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗୁରୁବାର ସର୍କିଟ୍‌ ହାଉସ୍‌ଠାରେ...

ନାଭିଗୟାରେ ପିଣ୍ଡଦାନ କଲେ ଲକ୍ଷାଧିକ ଭକ୍ତ

ଯାଜପୁର ଟାଉନ,୨୯।୯(ଡି.ଏନ.ଏ.)- ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ଅଷ୍ଟାଦଶ ଶକ୍ତିପୀଠରୁ ଅନ୍ୟତମ ଶକ୍ତିପୀଠଭାବେ ସାରା ବିଶ୍ୱରେ ପରିଚିତ। ଏହି ଶକ୍ତିପୀଠରେ ନାଭିଗୟାକ୍ଷେତ୍ର ଅବସ୍ଥିତ। ତ୍ରିଗୟା...

କଟକଣା ଲଙ୍ଘି ଦେଲେଣି କୋଟିଏ

ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୨୧ା୪ – କରୋନାର ଦ୍ୱିତୀୟ ଲହରକୁ ନେଇ ସବୁଠି ଏବେ ଆତଙ୍କ। ରାଜ୍ୟରେ ଦୈନିକ ସଂକ୍ରମଣ ୫ ହଜାର...

Advertisement
Archives

Model This Week