Posted inଖେଳ

Asia Cup: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୫ କ୍ରିକେଟର ଡେବ୍ୟୁ କରିବା ନିଶ୍ଚିତ! ଧାଡ଼ିରେ ଏହି ୮ ଖେଳାଳି

ନୂଆଦିଲ୍ଲୀ,୧୩।୯: କ୍ରିକେଟ ଜଗତରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍‌ ସବୁବେଳେ ରୋମାଞ୍ଚ ଓ ଉତ୍ସାହରେ ଭରପୂର ହୋଇଥାଏ। ଏସିଆ କପ ୨୦୨୫ରେ ଆସନ୍ତା ୧୪ ସେପ୍ଟେମ୍ବରରେ ଏହି ଦୁଇ ଦଳ ମଧ୍ୟରେ ଆଉ ଏକ ମହାମୁକାବିଲା ଦେଖିବାକୁ ମିଳିବ। ଏହା ହେଉଛି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ଦ୍ୱିତୀୟ ମ୍ୟାଚ୍‌ ଏବଂ ଭାରତୀୟ ଦଳର ସୁପର-୪ରେ ପ୍ରବେଶ କରିବା ଲକ୍ଷ୍ୟ ରହିବ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚରେ ଟିମ ଇଣ୍ଡିଆର କିଛି ଖେଳାଳିଙ୍କ ବିଶେଷ ଡେବ୍ୟୁ ଦେଖିବାକୁ ମିଳିପାରେ।
ଏଥର ଭାରତୀୟ ସ୍କ୍ବାର୍ଡରେ ୮ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଏପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ କୌଣସି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ଖେଳି ନାହାନ୍ତି। ଏମାନେ ହେଉଛନ୍ତି ଶୁଭମନ ଗିଲ, ସଞ୍ଜୁ ସାମସନ, ଜିତେଶ ଶର୍ମା, ରିଙ୍କୁ ସିଂ, ଅଭିଷେକ ଶର୍ମା, ତିଲକ ବର୍ମା, କୁଲଦୀପ ଯାଦବ ଓ ହର୍ଷିତ ରାଣା। ତେଣୁ ଏଥର ଅନେକ ଭାରତୀୟ ଖେଳାଳି ପାକିସ୍ତାନ ବିପକ୍ଷରେ ପ୍ରଥମଥର ପାଇଁ ଟି-୨୦ ମ୍ୟାଚ ଖେଳିବାକୁ ମଇଦାନକୁ ଓହ୍ଲାଇବେ। ଯଦି ଭାରତୀୟ ଦଳ ପୂର୍ବ ମ୍ୟାଚର ପ୍ଲେଇଂ ଇଲେଭେନ ସହିତ ମଇଦାନକୁ ଓହ୍ଲାଏ, ତେବେ ୫ ଜଣ ଖେଳାଳିଙ୍କ ପାକିସ୍ତାନ ବିପକ୍ଷରେ ଟି-୨୦ ଡେବ୍ୟୁ ନିଶ୍ଚିତ।
ୟୁଏଇ ବିପକ୍ଷରେ ଖେଳିଥିବା ଟିମ ଇଣ୍ଡିଆର ପ୍ଲେଇଂ ୧୧ରେ ଶୁଭମନ ଗିଲ, ଅଭିଷେକ ଶର୍ମା, ତିଲକ ବର୍ମା, ସଞ୍ଜୁ ସାମସନ ଓ କୁଲଦୀପ ଯାଦବ ଏହି ୫ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ପାକିସ୍ତାନ ବିପକ୍ଷରେ କୌଣସି ଟି-୨୦ ମ୍ୟାଚ୍‌ ଖେଳି ନାହାନ୍ତି। ଅଭିଷେକ ଶର୍ମା, ତିଲକ ବର୍ମା ଓ ସଞ୍ଜୁ ସାମସନ ପାକିସ୍ତାନ ବିପକ୍ଷରେ କୌଣସି ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ଖେଳି ନାହାନ୍ତି। ଅନ୍ୟପକ୍ଷରେ ଶୁଭମନ ଗିଲ ଓ କୁଲଦୀପ ଯାଦବ ପାକିସ୍ତାନୀ ଦଳ ବିପକ୍ଷରେ ଦିନିକିଆ ମ୍ୟାଚରେ ଭାଗ ନେଇସାରିଛନ୍ତି।
ଟିମ୍‌ ଇଣ୍ଡିଆର ସ୍କ୍ବାର୍ଡରେ ମୋଟ ୭ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ପାକିସ୍ତାନ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିଛନ୍ତି। ଏମାନେ ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ ଦୁବେ, ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍‌ରା ଓ ବରୁଣ ଚକ୍ରବର୍ତ୍ତୀ। ଏମାନଙ୍କ ମଧ୍ୟରେ କେବଳ ଅର୍ଶଦୀପ ସିଂ ହିଁ ଟିମ ଇଣ୍ଡିଆର ପୂର୍ବ ମ୍ୟାଚରେ ପ୍ଲେଇଂ ୧୧ର ଅଂଶ ନ ଥିଲେ। ତେଣୁ ତାଙ୍କର ପ୍ଲେଇଂ ୧୧ରେ ସାମିଲ ହେବା ନେଇ ଏପର୍ଯ୍ୟନ୍ତ ସସପେନ୍ସ ରହିଛି। ତେବେ ଏହି ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ରୋମାଞ୍ଚକର ଲଢେଇ ହେବ ବୋଲି ଆଶା କରାଯାଉଛି, ଯେଉଁଥିରେ ନୂଆ ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣ ଦେଖିବାକୁ ମିଳିବ।

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri