ବିନା ସୂଚନା ଫଳକରେ ୫ କୋଟି ଟଙ୍କାର ରାସ୍ତା କାମ

ନାଉଗାଁ,୧।୨(ସ୍ବ.ପ୍ର.): ନାଉଗାଁ ବ୍ଲ୍ଳକ ଛକଠାରୁ ବାଲିକୁଦାକୁ ସଂଯୋଗ କରୁଥିବା ରାସ୍ତାର ପୁନଃ ସମ୍ପ୍ରସାରଣ ଓ ନିର୍ମାଣ କାମ ଚାଲୁ ରହିଛି। ଏହି ରାସ୍ତା କାମ ପାଇଁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଉଛି। କିନ୍ତୁ ନିର୍ମିତ ରାସ୍ତା ଠିକ୍‌ ଭାବେ କାମ କରାଯାଉ ନ ଥିବା ବେଳେ ରାସ୍ତାର ସ୍ଥାୟିତ୍ୱ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ରାସ୍ତା କାମ ଚାଲିଥିବା ବେଳେ ସୂଚନା ଫଳକ ଦେଖିବାକୁ ମିଳୁନାହିଁ। ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ରାସ୍ତା ନିର୍ମାଣ ସମୟରେ ବିଭାଗର କୌଣସି ଯନ୍ତ୍ରୀ ରହୁ ନ ଥିବାରୁ ଠିକାଦାର ମନଇଚ୍ଛା କାମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି।
ରାସ୍ତା କାମ ପୂର୍ବରୁ ରାସ୍ତାର ଦୈର୍ଘ ଓ ପ୍ରସ୍ଥ କେତେ ରହିବ, ରାସ୍ତାରେ କେତେଗୋଟି କଲଭର୍ଟ ନିର୍ମାଣ କରାଯିବ, ରାସ୍ତା ନିର୍ମାଣରେ ବ୍ୟବହୃତ ସାମଗ୍ରୀର ଭାଗ ମାପ କେତେ ରହିବ ସବୁ ତଥ୍ୟ ପ୍ରଦାନ କରାଯିବା ସହ କେତେ ଅର୍ଥ ବ୍ୟୟ ହେବ ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ସୂଚନା ଫଳକରେ ତଥ୍ୟ ପ୍ରଦର୍ଶିତ କରାଯିବା କଥା। କିନ୍ତୁ କୌଣସି ସ୍ଥାନରେ ସୂଚନା ଫଳକ ନ ଥିବା ଦେଖାଯାଇଛି। ସେହିପରି ପୂର୍ବରୁ ଏହି ରାସ୍ତାରେ କରାଯାଇଥିବା ସମ୍ପ୍ରସାରଣକୁ ଖୋଳାଯାଇ ସେଥିରେ ଡଷ୍ଟ ଓ ମେଟାଲ ପକାଯାଇ ନୂତନ କଂକ୍ରିଟ କରାଯାଉଛି। ସବୁଠାରୁ ଗୁରୁତ୍ୱପୂନ୍ନ କଥା ରାସ୍ତାରେ ବ୍ୟବହୃତ ହେଉଥିବା ଡଷ୍ଟ, ଗୋଡି ଓ ମେଟାଲ ଆବଶ୍ୟକ ଭାଗ ଅନୁସାରେ ମିଶାଯିବ। ଉକ୍ତ ମିଶ୍ରଣକୁ ଅଣାଯାଇ ରାସ୍ତାରେ ପକାଯିବାର ନିୟମ ରହିଛି। କିନ୍ତୁ ରାସ୍ତା କାମ କରୁଥିବା ଠିକାଦାର ରାସ୍ତା ପାର୍ଶ୍ୱରେ ଡଷ୍ଟ, ଗୋଡି ଓ ମେଟାଲ ସହ ବାଲି ଭାଗ ଅଧିକ ଦେଇ ମିଶ୍ରଣ କରୁଥିବା ଅଭିଯୋଗ ହେଉଛି। ବାଲି ଭାଗ ଅଧିକ ଦିଆଯାଉ ଥିବାରୁ ରାସ୍ତାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ରାସ୍ତା ପାର୍ଶ୍ୱରେ ଥିବା ଜମିରୁ ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ କଲଭର୍ଟ ନିର୍ମାଣ କରାଯାଉଛି। ଉକ୍ତ କଲଭର୍ଟ ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ବାଲିକୁଦା ଓ ନାଉଗଁା ବ୍ଲ୍ଳକର ମୁଖ୍ୟସଂଯୋଗକାରୀ ରାସ୍ତା ଅଟେ। ଏହି ରାସ୍ତା ଦେଇ ଯାତ୍ରୀବାହୀ, ମାଲବାହୀ ଯାନବାହାନ ଯିବା ଆସିବା କରିଥାଏ। ଏ ସମ୍ପର୍କରେ ଯନ୍ତ୍ରୀ ବଳାରାମ ସ୍ବାଇଁଙ୍କୁ ପଚାରିବାରେ ଠିକାଦାରଙ୍କୁ ସୂଚନା ଫଳକ ଲଗାଇବାକୁ କୁହାଯାଇଛି। ରାସ୍ତା ପାଇଁ ହେଉଥିବା କଂକ୍ରିଟରେ ବାଲି ଭାଗ ଅଧିକ ଦିଆଯାଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri