ବିନା ସୂଚନା ଫଳକରେ ୫ କୋଟି ଟଙ୍କାର ରାସ୍ତା କାମ

ନାଉଗାଁ,୧।୨(ସ୍ବ.ପ୍ର.): ନାଉଗାଁ ବ୍ଲ୍ଳକ ଛକଠାରୁ ବାଲିକୁଦାକୁ ସଂଯୋଗ କରୁଥିବା ରାସ୍ତାର ପୁନଃ ସମ୍ପ୍ରସାରଣ ଓ ନିର୍ମାଣ କାମ ଚାଲୁ ରହିଛି। ଏହି ରାସ୍ତା କାମ ପାଇଁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଉଛି। କିନ୍ତୁ ନିର୍ମିତ ରାସ୍ତା ଠିକ୍‌ ଭାବେ କାମ କରାଯାଉ ନ ଥିବା ବେଳେ ରାସ୍ତାର ସ୍ଥାୟିତ୍ୱ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ରାସ୍ତା କାମ ଚାଲିଥିବା ବେଳେ ସୂଚନା ଫଳକ ଦେଖିବାକୁ ମିଳୁନାହିଁ। ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ରାସ୍ତା ନିର୍ମାଣ ସମୟରେ ବିଭାଗର କୌଣସି ଯନ୍ତ୍ରୀ ରହୁ ନ ଥିବାରୁ ଠିକାଦାର ମନଇଚ୍ଛା କାମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି।
ରାସ୍ତା କାମ ପୂର୍ବରୁ ରାସ୍ତାର ଦୈର୍ଘ ଓ ପ୍ରସ୍ଥ କେତେ ରହିବ, ରାସ୍ତାରେ କେତେଗୋଟି କଲଭର୍ଟ ନିର୍ମାଣ କରାଯିବ, ରାସ୍ତା ନିର୍ମାଣରେ ବ୍ୟବହୃତ ସାମଗ୍ରୀର ଭାଗ ମାପ କେତେ ରହିବ ସବୁ ତଥ୍ୟ ପ୍ରଦାନ କରାଯିବା ସହ କେତେ ଅର୍ଥ ବ୍ୟୟ ହେବ ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ସୂଚନା ଫଳକରେ ତଥ୍ୟ ପ୍ରଦର୍ଶିତ କରାଯିବା କଥା। କିନ୍ତୁ କୌଣସି ସ୍ଥାନରେ ସୂଚନା ଫଳକ ନ ଥିବା ଦେଖାଯାଇଛି। ସେହିପରି ପୂର୍ବରୁ ଏହି ରାସ୍ତାରେ କରାଯାଇଥିବା ସମ୍ପ୍ରସାରଣକୁ ଖୋଳାଯାଇ ସେଥିରେ ଡଷ୍ଟ ଓ ମେଟାଲ ପକାଯାଇ ନୂତନ କଂକ୍ରିଟ କରାଯାଉଛି। ସବୁଠାରୁ ଗୁରୁତ୍ୱପୂନ୍ନ କଥା ରାସ୍ତାରେ ବ୍ୟବହୃତ ହେଉଥିବା ଡଷ୍ଟ, ଗୋଡି ଓ ମେଟାଲ ଆବଶ୍ୟକ ଭାଗ ଅନୁସାରେ ମିଶାଯିବ। ଉକ୍ତ ମିଶ୍ରଣକୁ ଅଣାଯାଇ ରାସ୍ତାରେ ପକାଯିବାର ନିୟମ ରହିଛି। କିନ୍ତୁ ରାସ୍ତା କାମ କରୁଥିବା ଠିକାଦାର ରାସ୍ତା ପାର୍ଶ୍ୱରେ ଡଷ୍ଟ, ଗୋଡି ଓ ମେଟାଲ ସହ ବାଲି ଭାଗ ଅଧିକ ଦେଇ ମିଶ୍ରଣ କରୁଥିବା ଅଭିଯୋଗ ହେଉଛି। ବାଲି ଭାଗ ଅଧିକ ଦିଆଯାଉ ଥିବାରୁ ରାସ୍ତାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ରାସ୍ତା ପାର୍ଶ୍ୱରେ ଥିବା ଜମିରୁ ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ କଲଭର୍ଟ ନିର୍ମାଣ କରାଯାଉଛି। ଉକ୍ତ କଲଭର୍ଟ ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ବାଲିକୁଦା ଓ ନାଉଗଁା ବ୍ଲ୍ଳକର ମୁଖ୍ୟସଂଯୋଗକାରୀ ରାସ୍ତା ଅଟେ। ଏହି ରାସ୍ତା ଦେଇ ଯାତ୍ରୀବାହୀ, ମାଲବାହୀ ଯାନବାହାନ ଯିବା ଆସିବା କରିଥାଏ। ଏ ସମ୍ପର୍କରେ ଯନ୍ତ୍ରୀ ବଳାରାମ ସ୍ବାଇଁଙ୍କୁ ପଚାରିବାରେ ଠିକାଦାରଙ୍କୁ ସୂଚନା ଫଳକ ଲଗାଇବାକୁ କୁହାଯାଇଛି। ରାସ୍ତା ପାଇଁ ହେଉଥିବା କଂକ୍ରିଟରେ ବାଲି ଭାଗ ଅଧିକ ଦିଆଯାଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର: ମନ୍ତ୍ରୀ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର। ଏନେଇ ଶନିବାର ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।...

ନାବାଳକଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା

ଖଜୁରିପଡା,୩ା୧୧(ଡି.ଏନ୍‌.ଏ): ଖଜୁରିପଡା ଥାନା ଅଞ୍ଚଳରେ ଜଣେ ୧୪ ବର୍ଷର ନାବାଳକ ୪ ବର୍ଷର ନାବାଳକଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଛନ୍ତି। ଏ ନେଇ ନାବାଳକଙ୍କ ବାପା...

ଏମ୍‌ସ ସାଟେଲାଇଟ୍‌ ସେଣ୍ଟରରେ ଓପିଡି ସେବା

ବାଲେଶ୍ୱର ଅଫିସ, ୧୭।୪: ବାଲେଶ୍ୱର ଜିଲା ଜାତୀୟ ରାଜପଥ ପାର୍ଶ୍ୱସ୍ଥିତ ରେମୁଣାଠାରେ ନବନିର୍ମିତ ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ନିଜସ୍ବ କୋଠାରେ ଶନିବାରଠାରୁ ଓପିଡି ସେବା ଆରମ୍ଭ...

କାର୍ଯ୍ୟାଦେଶ, ପଟ୍ଟା ବଣ୍ଟନ : ‘ଲାଞ୍ଚକୁ ପ୍ରଶ୍ରୟ ଦିଆଯିବନାହିଁ ’

କାମାକ୍ଷାନଗର,୮।୮(ଡି.ଏନ.ଏ.)  ମୁଣ୍ଡ ଉପରେ ଛାତ ପରିବାରକୁ ସୁରକ୍ଷିତ ରଖେ। ଏହାକୁ ହୃଦୟଙ୍ଗମ କରିଛନ୍ତି ଏବେକାର ସରକାର। ଜନସାଧାରଣଙ୍କ ସୁଖସୁବିଧା ଲାଗି ଆବାସ ଯୋଜନା କାର୍ଯ୍ୟକାରୀ କରାଯାଇଛି।...

ମୟୂରଭଞ୍ଜରେ ମହିଳା କାଡ

ବାରିପଦା ଅଫିସ,୭।୬ ଇତି ମଧ୍ୟରେ ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜ ଜିଲାରୁ କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରୁଥିବା ସୁଦାମ ମାରାଣ୍ଡିଙ୍କୁ ବାଦ୍‌ଦେଇ ମୁଖ୍ୟମନ୍ତ୍ରୀ...

ଚଳନ୍ତା ଟ୍ରକ୍‌ରେ ଯୁବକଙ୍କୁ ବନ୍ଧା ହେବା ଘଟଣା: ଚାଳକ ଗିରଫ

ପାରାଦୀପ,୨୬ା୫(ସ୍ବ.ପ୍ର.): ଚଣ୍ଡିଖୋଲ-ପାରାଦୀପ ୫୩ ନଂ. ଜାତୀୟ ରାଜପଥ ଭୂତମୁଣ୍ଡାଇ ମହାନଦୀ ପୋଲ ଉପରେ ଜଣେ ଯୁବକଙ୍କୁ ଟ୍ରକ୍‌ରେ ବାନ୍ଧି ଚଳାଇବା ଭିଡିଓ ଭାଇରାଲ ହୋଇଥିଲା। ଏହି...

ଯୋଜନାରୁ ବଞ୍ଚତ୍ତ ଭିନ୍ନକ୍ଷମ ଭଉଣୀଭାଇ

ଅମରପାଲି,୨୦ା୩(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତର ସଦର ଗ୍ରାମର ବିଦେଶୀ ସାହୁ(୪୦) ଓ ତାଙ୍କ ଭଉଣୀ ପ୍ରମୋଦିନୀ ସାହୁ(୩୫)। ଉଭୟେ ଏବେ ଦୁର୍ବିସହ...

ମମିତା ମୃତ୍ୟୁ ମାମଲା: ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ ଅଫିସ,୧୮ା୧୧: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ। ତଦନ୍ତ କେତେ ଦୂର ଆଗେଇଛି ସେନେଇ...

Advertisement
Archives

Model This Week