୫ କୋଟିଙ୍କ ଜୀବନ ନେବା ଆଶଙ୍କା

ଲଣ୍ଡନ,୨୭ା୯: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଦ୍ୱାରା ନାମିତ ଡିଜିଜ୍‌ ଏକ୍ସ କୋଭିଡ୍‌-୧୯ ତୁଳନାରେ ଅଧିକ ଭୟାବହ ମହାମାରୀର କାରଣ ହୋଇପାରେ ବୋଲି ବ୍ରିଟେନ୍‌ର ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ କେଟ୍‌ ବିଙ୍ଗ୍‌ହାମ୍‌ କହିଛନ୍ତି। ସେ ୨୦୨୦ ମେ’ରୁ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନ୍‌ର ଭାକ୍ସିନ୍‌ ଟାସ୍କଫୋର୍ସ ଅଧ୍ୟକ୍ଷ ଥିଲେ। ତାଙ୍କ ମତରେ ନୂଆ ଭୂତାଣୁ ୧୯୧୯-୨୦ର ସ୍ପାନିସ୍‌ ଫ୍ଲୁ ଭଳି ଭୟାବହ ହୋଇପାରେ। ଡବ୍ଲ୍ୟୁଏଚ୍‌ଓ କହିବା ଅନୁଯାୟୀ, ଡିଜିଜ୍‌ ଏକ୍ସ ଏକ ନୂଆ ଭୂତାଣୁ, ଜୀବାଣୁ କିମ୍ବା ଫଙ୍ଗ୍‌ସ ହୋଇପାରେ, ଯାହାର କୌଣସି ଚିକିତ୍ସା ଜଣାନାହିଁ।
ସୂଚନାଯୋଗ୍ୟ, ସ୍ପାନିସ୍‌ ଫ୍ଲୁ ବିଶ୍ୱବ୍ୟାପୀ ୫ କୋଟି ଲୋକଙ୍କ ଜୀବନ ନେଇଥିଲା, ଯାହା ପ୍ରଥମ ବିଶ୍ୱଯୁଦ୍ଧ ମୃତ୍ୟୁସଂଖ୍ୟାର ୨ ଗୁଣ। ଏବେ ଅନେକ ଭୂତାଣୁ ଦେଖାଦେଲେଣି, ଯାହା ସେହିଭଳି ମୃତ୍ୟୁ ଘଟାଇପାରେ ବୋଲି ଆଶଙ୍କା କରାଯାଉଛି। ଡିଜିଜ୍‌ ଏକ୍ସ ବିପଦର ମୁକାବିଲା କରିବାକୁ ହେଲେ ସାରା ବିଶ୍ୱରେ ଗଣ ଟିକାକରଣ ଅଭିଯାନ ଚଳାଇବା ସହ ଏହି ଡୋଜ୍‌କୁ ରେକର୍ଡ ଥର ଦେବାକୁ ପଡ଼ିବ ବୋଲି ବିଙ୍ଗ୍‌ହାମ୍‌ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ବୈଜ୍ଞାନିକମାନେ ୨୫ ଭୂତାଣୁ ପରିବାରକୁ ଚିହ୍ନଟ କରିଥିବାବେଳେ ୧୦ ଲକ୍ଷରୁ ଅଧିକ ଅନାବିଷ୍କୃତ ଭାରିଆଣ୍ଟ ରହିଛି, ଯାହାକି ଗୋଟିଏ ପ୍ରଜାତିରୁ ଅନ୍ୟକୁ ସଂକ୍ରମିତ ହୋଇପାରେ। କୋଭିଡ୍‌ରେ ୨ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ବହୁ ସଂଖ୍ୟାରେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଆରୋଗ୍ୟ ଲାଭ କରିଥିଲେ। ଡିଜିଜ୍‌ ଏକ୍ସ ମିଳିମିଳା ଭଳି ଦ୍ରୁତ ସଂକ୍ରାମକ ହୋଇଥିବାବେଳେ ଇବୋଲା ଭଳି ଏଥିରେ ମୃତ୍ୟୁହାର ଯଥେଷ୍ଟ ଅଧିକ। ବିଶ୍ୱର କୌଣସି ନା କୌଣସି ସ୍ଥାନରେ ଏହାର ପ୍ରତିରୂପ ରହିଛି ଓ ଖୁବ୍‌ଶୀଘ୍ର ଏଥିରେ କେହି ଆକ୍ରାନ୍ତ ହୋଇପାରନ୍ତି ବୋଲି ବିଙ୍ଗହାମ୍‌ ସତର୍କ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଜିଲା ଶୁଭମନଙ୍କ ବ୍ୟାଟ୍‌; ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଏମିତି କାରନାମା, ସବୁ ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୧୭।୬: ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ODI) ମ୍ୟାଚରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୭୭ ବଲରେ…

‘I Am The Boss’… G-7 ମିଟିଂରେ ବଡ଼ ଘୋଷଣା କଲେ ଟ୍ରମ୍ପ! ସମସ୍ତେ କାବା

ନୂଆଦିଲ୍ଲୀ,୧୭।୬: ବୁଧବାର G-7 ନେତାମାନଙ୍କ ବୈଠକର ଶେଷ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଏକ ବିବୃତ୍ତି ଭାଇରାଲ ହେଉଛି। କ୍ଲିପରେ, ସମସ୍ତେ ବସିଥିବାବେଳେ…

ଅଭିଯୋଗ ଦେବାକୁ ଯାଇଥିବା ନାବାଳିକାଙ୍କୁ ଥାନାରେ ଧମକ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ବାରିପଦା/ମୋରଡ଼ା,୧୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ବିବାଦୀୟ ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ ଅଭିଯୋଗ ଦେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଥାନାରେ ଧମକ ଦେବା ଘଟଣାକୁ…

ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ: ‘ସର୍ତ୍ତ ନ ମାନିଲେ ସିଧା ମୁଣ୍ଡ ଉପରେ ପକାଇବୁ ବୋମା’

ନୂଆଦିଲ୍ଲୀ,୧୭।୬: ଇରାନ ସହିତ ଚାଲିଥିବା ଆଲୋଚନା ଏବଂ ଚୁକ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ବୟାନ ପୁଣି ଥରେ ଯୁଦ୍ଧ ଚିନ୍ତାକୁ ବଢ଼ାଇ ଦେଇଛି।…

କାଠରେ ରାମଦୋଳି ନିଜେ ପ୍ରସ୍ତୁତ କରନ୍ତି ଗାଁର ଯୁବତୀ-ଯୁବକ, ରଜ କୁଇନ୍‌ ପ୍ରତିଯୋଗିତାରେ ନେଲେ ଖୁବ୍‌ ମଜା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରଜ ମହୋତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଭଞ୍ଜନଗର ପାତ୍ର କଲୋନୀରେ ୩ ଦିନ ବ୍ୟାପି ଚାଲିଥିବା ରଜ କୁଇନ୍‌…

ଗଛରେ ପିଟିହେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ପରଜଙ୍ଗ,୧୭ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ୍‌ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଗଛରେ…

ଭୁବନେଶ୍ୱରକୁ ଜଗିଛି ଅଦୃଶ୍ୟ ଶକ୍ତି! ଚମକାଇଲା ବିଶେଷଜ୍ଞଙ୍କ ଆକଳନ, ଆଗକୁ ଭୟଙ୍କର…

ଭୁବନେଶ୍ୱର,୧୭।୬: ଭୁବନେଶ୍ୱରବାସୀ ବର୍ଷାକୁ ଚାହିଁ ଚାହିଁ ନିରାଶ। ଆକାଶରେ ମେଘ ଆସୁଛି, ପବନ ବହୁଛି, ବର୍ଷା ହେବ ବୋଲି ଆଶା ଜାଗୁଛି। କିନ୍ତୁ ଠିକ ସେତିକିବେଳେ ମେଘ…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri