୧୨ ବର୍ଷୀୟ ଛାତ୍ରଙ୍କ ୫ କଲେଜ ଡିଗ୍ରୀ

ଓ୍ବାଶିଂଟନ୍‌,୨୮।୫: ଆମେରିକାର ଫୁଲେର୍ଟନ କଲେଜର ସର୍ବକନିଷ୍ଠ ଗ୍ରାଜୁଏଟ୍‌ କ୍ଲୋଭିସ୍‌ ହଙ୍ଗ୍‌ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ମାତ୍ର ୧୨ ବର୍ଷ ବୟରେ ସେ ୫ ଡିଗ୍ରୀ ହାସଲ କରିଛନ୍ତି। ୨୦୨୦ରେ ଜଣେ ୧୩ ବର୍ଷୀୟ ଛାତ୍ର ସର୍ବକନିଷ୍ଠ ସ୍ନାତକ ହେବା ପରେ ତାଙ୍କଠାରୁ ପ୍ରେରଣା ପାଇ ହଙ୍ଗ୍‌ ଅନୁରୂପ କୀର୍ତ୍ତିମାନ ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ସେ ପୂର୍ବ ରେକର୍ଡଧାରୀଙ୍କ ରେକର୍ଡ ଭଙ୍ଗ କରିବାକୁ କେବେ ଚାହିଁ ନ ଥିଲେ। ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ତାଙ୍କୁ ଉତ୍ସାହିତ କରିଥିଲା। ଏବେ କଳା ପାଠ୍ୟକ୍ରମର ଇତିହାସ, ସାମାଜିକ ବିଜ୍ଞାନ, ସାମାଜିକ ବ୍ୟବହାର ଓ ଆମତ୍ବିକାଶ, ଆଟର୍‌ସ ଓ ମାନବୀୟ ପରିପ୍ରକାଶ ଏବଂ ବିଜ୍ଞାନ ଓ ଗଣିତ ଆଦି ୫ଟି ଆସୋସିଏଟ୍‌ ଡିଗ୍ରୀ ମିଳିଥିବାବେଳେ ଆସନ୍ତା ବର୍ଷ ଆଉ ଗୋଟିଏ ଡିଗ୍ରୀ ପାଇବାକୁ ଆଶାବାଦୀ ଥିବା ହଙ୍ଗ୍‌ କହିଛନ୍ତି। ହଙ୍ଗ୍‌ଙ୍କ ମା’ ସଙ୍ଗ୍‌ ଚୋଇ କହିଛନ୍ତି, ପୁଅ ସବୁବେଳେ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବାକୁ ଉଦ୍ୟମ ଚଳାଇଥିବା ଦେଖିବା ପରେ ୨୦୧୯ରେ ପାରମ୍ପରିକ ପବ୍ଲିକ୍‌ ସ୍କୁଲରେ ତାଙ୍କ ପାଠପଢ଼ା ବନ୍ଦ କରି ଘରକୁ ନେଇଯାଇଥିଲେ। ଫୁଲେର୍ଟନ କଲେଜର ସ୍ପେଶାଲ ଆଡ୍‌ମିଟ୍‌ ପ୍ରୋଗ୍ରାମ ଅଧୀନରେ ସେ ଶ୍ରେଣୀଗୃହରେ ପଢ଼ିବାର ସୁଯୋଗ ପାଇଥିଲେ। ତେବେ ଘରେ ମଧ୍ୟ ଅଧ୍ୟବସାୟ ଜାରି ରଖିଥିଲେ ବୋଲି ତାଙ୍କ ମା’ ପ୍ରକାଶ କରିଛନ୍ତି।

ସ୍ନାତକ ହେବାକୁ ୫୪ ବର୍ଷ ଲାଗିଲା

୭୧ ବର୍ଷୀୟ ଆର୍ଥର ରୋସ୍‌ ଶେଷରେ ୟୁନିଭର୍ସିଟି ଅଫ୍‌ ବ୍ରିଟିଶ କଲମ୍ବିଆ (ୟୁବିସି)ରୁ ଗୁରୁବାର କଳାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏଥିପାଇଁ ତାଙ୍କୁ ୫୪ ବର୍ଷ ଲାଗିଛି। ଏକ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ପାଇବା ପାଇଁ ସର୍ବାଧିକ ସମୟ ଅତିବାହିତ କରିବାରେ ରୋସ୍‌ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୧୯୬୯ରେ ୟୁବିସିରେ ପାଠପଢ଼ା ଆରମ୍ଭ କରିଥିବା ରୋସ୍‌ କହିଛନ୍ତି, ମୁଁ ଜାଣିବାକୁ ଆଗ୍ରହୀ ଥିବାରୁ ପାଠ ପଢ଼ୁଥିଲି। ସେହି ଆଗ୍ରହ ମୋତେ ଡିଗ୍ରୀ ହାସଲ ପାଇଁ ଉତ୍ସାହିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri