Posted inଖେଳ

ଇର୍ଫାନଙ୍କ ସମେତ ୫ ଆଥ୍‌ଲେଟ ପଜିଟିଭ

ନୂଆଦିଲ୍ଲୀ, ୧୪ା୫(ପି.ଟି.)-ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ସେଣ୍ଟର ଅଫ୍‌ ଏକ୍ସଲେନ୍ସଠାରେ ୫ଜଣ ଆଗଧାଡ଼ି ଆଥ୍‌ଲେଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ରେସ୍‌ ଓ୍ବାକର କେ.ଟି. ଇର୍ଫାନ ଅନ୍ୟତମ। ସମସ୍ତଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଖବର ଅନୁସାରେ ଜଣେ ରେସ୍‌ ଓ୍ବାକର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ହେଲେ ଏନେଇ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। ସାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୪ ପୁରୁଷ, ଜଣେ ମହିଳା ଖେଳାଳି ଓ ୪ ସପୋର୍ଟ ଷ୍ଟାଫ୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମହିଳା ଖେଳାଳି ଜଣକ ନିଜ ଘରୁ ଫେରିଥିଲେ। ଖେଳାଳିମାନଙ୍କର ଗତ ୬ ତାରିଖରେ ଟେଷ୍ଟ ହୋଇଥିଲା। ୭ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା। ସେମାନେ ସେମାନଙ୍କ ପ୍ରଥମ କରୋନା ଟିକା ଏପ୍ରିଲ ୨୯ରେ ନେଇଥିଲେ। ଜଣେ ପୁରୁଷ ଓ ମହିଳା ଖେଳାଳି ଟିକା ନେଇ ନ ଥିଲେ। ସେମାନଙ୍କର ୧୦ ତାରିଖରେ ଟେଷ୍ଟ ହୋଇଛି। ଫଳାଫଳ ଶୁକ୍ରବାର ପ୍ରକାଶ ପାଇବ। କରୋନା ପଜିଟିଭଙ୍କ ମଧ୍ୟରେ କେହି ମହିଳା ରେସ୍‌ ଓ୍ବାକର ନାହାନ୍ତି। ୩୧ ପର୍ଷୀୟ ଇର୍ଫାନ ୨୦୧୯ ପ୍ରାରମ୍ଭରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଜାପାନର ନୋମିଠାରେ ଅନୁଷ୍ଠିତ ଏସିଆନ ରେସ୍‌ ଓ୍ବାକିଂ ଚାମ୍ପିୟନଶିପ୍‌ରେ ୨୦ କିମି ଇଭେଣ୍ଟରେ ଚତୁର୍ଥ ହୋଇଥିଲେ। ଗତ ମାସରେ ଏଠାରେ ଭାରତୀୟ ଆଥ୍‌ଲେଟ୍‌ମାନେ ଟ୍ରେନିଂ ନେଉଥିବାବେଳେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ପ୍ରିୟଙ୍କା ଗୋସ୍ବାମୀ, ଏସିଆନ ଗେମ୍ସ ୧୫୦୦ମିଟର ସ୍ବର୍ଣ୍ଣ ବିଜେତା ଜିନ୍‌ସନ ଜନସନ, ଲଙ୍ଗ ଡିଷ୍ଟାନ୍ସ ରନର ପାରୁଲ ଚୌଧାରୀ, ଷ୍ଟିପଲ ଚେଜର ଚିନ୍ତା ଯାଦବ ଏବଂ ଅନ୍ୟ ଜଣେ ରେସ୍‌ ଓ୍ବାକର ଏକନାଥ ଏହି ମାରାତ୍ମକ ଭୂତାଣୁର ଶିକାର ହୋଇଥିଲେ। ସେ ସମୟରେ ରଷିଆନ ରେସ୍‌ ଓ୍ବାକର ଆଲେକ୍‌ଜାଣ୍ଡର ଆର୍ଟସିବାସେଭ୍‌ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେତେବେଳେ ଜନସନଙ୍କ ସହ ଅଧିକ ମିଳାମିଶା କରୁଥିଲେ ମଧ୍ୟ ଜନସନଙ୍କର ନେଗେଟିଭ ଆସିଥିଲା। ଏହି ସାଇ ସେଣ୍ଟର ଉଭୟ ମହିଳା ଓ ପୁରୁଷ ହକିି ଦଳ ଏବଂ ଦୌଡ଼କୁଦ ଆଥ୍‌ଲେଟମାନଙ୍କ ଟ୍ରେନିଂ ସ୍ଥଳ। ନିକଟରେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ, ତାଙ୍କର ୬ ସାଥୀ ଖେଳାଳି ଏବଂ ୨ ସପୋର୍ଟ ଷ୍ଟାଫ୍‌ କରୋନା ସଂକ୍ରମିତ ହୋଇଥିଲେ। ଦୁଇ ସପ୍ତାହ ଧରି କ୍ୱାରାଣ୍ଟାଇନ୍‌ରେ ରହିବା ପରେ ସେମାନେ ସୁସ୍ଥ ହୋଇ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri