ଜଣେ ଯୁବତୀଙ୍କ ସହ ୫ ଗିରଫ

କୋରାପୁଟ, ୨୨।୨(ସ୍ବ.ପ୍ର.): ଉତ୍ତରପ୍ରଦେଶର ଆମେଢ଼ା ଗ୍ରାମର ଜଣେ ଡ୍ରାଇଭରଙ୍କୁ କୋରାପୁଟରେ ଅପହରଣ କରି ତାଙ୍କୁ ଖଲାସ ପାଇଁ ୨୫ ଲକ୍ଷ ଟଙ୍କା ମାଗିବା ଘଟଣାର ପର୍ଦ୍ଦାଫାଶ କରିଛି କୋରାପୁଟ ଟାଉନ ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଜଣେ ଯୁବତୀଙ୍କ ସହ ୫ ଜଣଙ୍କୁ ଗିରଫ କରାଯାଇଥିବା ନେଇ ମଙ୍ଗଳବାର ଏସ୍‌ପି ଅଭିନବ ସୋନକାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ସହରର ମନୋଜ ଖୋସ୍‌ଲା(୨୭), ପିଣ୍ଟୁ ଖୋରା(୨୪), ଅନୀଲ ଟାକିରି(୩୦), ଜୟପୁର ସହରର ହୀନା ପ୍ରବୀଣ (୧୮)ଙ୍କ ସହ ଛତିଶଗଡ଼ ଜଗଦଲପୁରରୁ ଜନ ମହମ୍ମଦ(୨୮)। ସେମାନଙ୍କଠାରୁ ପୋଲିସ ୬ଟି ମୋବାଇଲ ଓ ୨୩ ହଜାର ଟଙ୍କା ଜବତ କରିଛି। ଏବେ ମଧ୍ୟ ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଅତିଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ଉତ୍ତରପ୍ରଦେଶର ଆମରୋହା ଅଞ୍ଚଳର ଡ୍ରାଇଭର ଅବଦୁଲ ମାନ କୋରାପୁଟ ଜେଲରେ ଥିବା ଭାଇ ଜାଭେଦଙ୍କ ଜାମିନ କରିବା ଉଦ୍ଦେଶ୍ୟରେ କୋରାପୁଟ ଆସିଥିଲେ। ଏହି ସମୟରେ ମନୋଜ ତାଙ୍କ ସହଯୋଗୀମାନଙ୍କ ସହିତ ମିଶି ୧୭ ତାରିଖ ଅପରାହ୍ନ ୪ ଟାରେ କୋରାପୁଟ- ଜୟପୁର ୨୬ ନମ୍ବର ଜାତୀୟ ରାଜପଥର ପୁରୁଣା ବନ ବିଭାଗ ଚେକ୍‌ ପୋଷ୍ଟ ନିକଟରୁ ଅବଦୁଲଙ୍କୁ ଅପହରଣ କରି ନେଇଥିଲେ। ଅପହରଣକାରୀମାନେ କୋରାପୁଟ ନବନିର୍ମିତ ପର୍ଯ୍ୟଟନ କାର୍ଯ୍ୟାଳୟଠାରେ ଅବ୍‌ଦୁଲଙ୍କୁ ନେଇ ମାଡ଼ ମାରି ଭିଡିଓକଲ୍‌ କରି ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ମାଗିଥିଲେ। ଅବଦୁଲଙ୍କ ପାଖରେ ଥିବା ସମସ୍ତ ଟଙ୍କା ନେବା ସହ ଏଟିଏମ୍‌ କାର୍ଡ ଓ ପିନ୍‌ ନେଇଯାଇଥିଲେ। ଏନେଇ ଅବ୍‌ଦୁଲଙ୍କ ପରିବାର ଲୋକେ କୋରାପୁଟ ଏସ୍‌ପିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। କୋରାପୁଟ ଟାଉନ ଥାନା ପୋଲିସ କେସ୍‌ ନଂ. ୪୫/୨୩ରେ ମାମଲା ରୁଜୁକରି ଘଟଣାର ତଦନ୍ତକରି ୫ ଜଣଙ୍କୁ ଗିରଫ କରିଛି। ଏହି ଖବରଦାତା ସମ୍ମିଳନୀରେ କୋରାପୁଟ ଏସ୍‌ଡିପିଓ ମନୋଜ ପୂଜାରୀ ଓ କୋରାପୁଟ ଟାଉନ ଥାନାଧିକାରୀ ଧୀରେନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?