ଭୁବନେଶ୍ୱରରେ ବଢ଼ୁଛି କରୋନା ସଂକ୍ରମଣ: ଚିହ୍ନଟ ହେଲେ ଆଉ ୪୬ ସଂକ୍ରମିତ; ମୋଟ ଆକ୍ରାନ୍ତ ସଂଖ୍ୟା ୫ଶହ ଟପିଲା

ଭୁବନେଶ୍ୱର,୮।୭(ବ୍ୟୁରୋ): ରାଜଧାନୀରେ ବୁଧବାର ଆଉ ୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୨ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୨୪ ଲୋକାଲ୍‌ କେସ୍‌ ରହିଛି। ଏନେଇ ଅପରାହ୍ନରେ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୫୨୫ ହୋଇଛି। ସେଥିରୁ ୨୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୨୨ ଆକ୍ଟିଭ୍‌ କେସ୍‌ ରହିଛି। ୭ଜଣଙ୍କ ମୃତ୍ୟୁ ଘଟିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।