Posted inଫୁରସତ

ଘଣ୍ଟାକରେ ମାଉଥ୍‌ ଅର୍ଗାନରେ ୪୫ ଗୀତ ବଜାଇ ରେକର୍ଡ କଲେ ଏହି କୁନି ବାଳକ

କରୋନା ସମୟରେ ଯେତେବେଳେ ସ୍କୁଲ ବନ୍ଦ ଥିଲା ସେତେବେଳେ କିଛି ପିଲା ଘରେ ରହି ନିଜର କଳା କୌଶଳ ପ୍ରଦର୍ଶନ କରିଥିଲେ। ଜଣେ ଛାତ୍ର ୨୧ ମାସ ପର୍ଯ୍ୟନ୍ତ ମାଉଥ୍‌ ଅର୍ଗାନ ଏପରି ଅଭ୍ୟାସ କଲେ ଯେ, ଶେଷରେ ଏସିଆ ମହାଦେଶର ପ୍ରଥମ ମାଉଥ୍‌ ଅର୍ଗାନ କଳାକାର ପାଲଟିଗଲେ। ତାଙ୍କ ନାମ ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ’ରେ ସ୍ଥାନ ପାଇଛି।

ଏପରି କାର୍ଯ୍ୟ କରି ଦେଖାଇଛନ୍ତି, କୋଲକାତା ହୁଗୁଳି ଜିଲାର ସିଙ୍ଗୁରରେ ରହୁଥିବା ଜଣେ ୯ ବର୍ଷର ବାଳକ। ଏତେ କମ୍‌ ବୟସରେ ସେ ସଙ୍ଗୀତର ଯାଦୁଗରି ଦେଖାଇଛନ୍ତି। ତାଙ୍କ ନାମ ସନ୍ତମ ଦାସ। ସେ ଲଗାତର ୧ ଘଣ୍ଟା ପର୍ଯ୍ୟନ୍ତ ମାଉଥ୍‌ ଅର୍ଗାନରେ ୪୫ଟି ହିନ୍ଦୀ, ବଙ୍ଗଳା ଏବଂ ଇଂରାଜୀ ଗୀତକୁ ଅତି ସୁମଧୁର ଭାବରେ ବଜାଇଥାନ୍ତି।

ସନ୍ତମଙ୍କ ପିତା ସଞ୍ଜୟ ଦାସ କୁହନ୍ତି, ତାଙ୍କ ପୁଅର ନାମ ଏବେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛି। ଆଗକୁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ କରିବେ ବୋଲି ଆଶା ରହିଛି। ସନ୍ତମ ପିଲାଦିନରୁ ମାଉଥ୍‌ ଅର୍ଗାନ ବଜାଉଥିଲେ। ମାତ୍ର କରୋନା ମହାମାରୀ ସମୟରେ ତାଙ୍କୁ ଅଧିକ ପରିଶ୍ରମ ପାଇଁ ସମୟ ମିଳିଲା। ତେଣୁ ସେ ୨୧ ମାସ ଧରି ଏହି ଅଭ୍ୟାସ ଜାରି ରଖିଲେ। ଯାହା ଆଜି ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି। ତାଙ୍କ ସଫଳତାରେ ପରିବାର ଲୋକେ ବହୁତ ଖୁସି ବୋଲି କହିଛନ୍ତି ସଞ୍ଜୟ।


Enter your email to get our daily news in your inbox.

All Right Reserved By Dharitri.Com

ସଚିନଙ୍କ ଭଳି ହେବେ ବୈଭବ! BCCIର ୫ ପ୍ଲାନ୍‌ରେ ବଦଳିବ ଯୁବ ତାରକାଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୪।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ସ୍ବପ୍ନ ଦେଖୁଛି ବିସିସିଆଇ। ଭାରତୀୟ କ୍ରିକେଟ୍ର ମହାନ…

ରାତିଅଧରେ ଫାର୍ମ ହାଉସକୁ ଡାକିନେଇ ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ମରିଗଲା ଭାବି…

ଦିଗପହଣ୍ଡି,୪|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟିର ପ୍ରମୁଖ ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ପାକିସ୍ତାନର ବୟାନବାଜି: ‘ବଞ୍ଚିବା ପାଇଁ ଭାରତର ସାହାରା ନେବାକୁ ପଡୁଛି’, ଜାଣନ୍ତୁ କିଏ କହିଲେ ଏମିତି ଯାହା ହେଉଛି ଭାଇରାଲ

ଇସଲାମାବାଦ,୪।୯: ମୋହସିନ ନକଭି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ହେବା ପରଠାରୁ, ପାକିସ୍ତାନ କ୍ରିକେଟ ନିମ୍ନଗାମୀ ହୋଇ ପଡ଼ିଛି, ରାସ୍ତାରେ ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହେଉଛି। ଦଳ…

୧ ଅକ୍ଟୋବରରୁ SBIର ନୂଆ ନିୟମ: ସାଲାରି ଆକାଉଣ୍ଟଧାରୀଙ୍କ ପାଇଁ ଲାଗିବ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୪।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ନିଜ ସାଲାରି ପ୍ୟାକେଜ ଆକାଉଣ୍ଟ ହୋଲ୍ଡରଙ୍କ ପାଇଁ ATM ଟ୍ରାଞ୍ଜାକ୍ସନ ନିୟମରେ…

ମଣିଷ ଭଳି ଭାବିବ AI! OpenAI ଲଞ୍ଚ କଲା GPT-6 Astra

ନୂଆଦିଲ୍ଲୀ,୪।୯: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି OpenAI । କମ୍ପାନୀ ନିଜର ନୂଆ AI ମଡେଲ୍ GPT-6 Astraର ରୋଲ୍‌ଆଉଟ୍ ଆରମ୍ଭ…

Vaibhav Sooryavanshi ଖେଳିବେ ନା ନାହିଁ? ନିଷ୍ପତ୍ତି ଗୌତମ ଗମ୍ଭୀରଙ୍କ ଉପରେ ନିର୍ଭର କରେ

ନୂଆଦିଲ୍ଲୀ,୪।୯: ଦକ୍ଷିଣ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ଫାଇନାଲ ସେପ୍ଟେମ୍ବର 6 ରୁ ଚେନ୍ନାଇରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚରେ Vaibhav…

ମେଲୋନିଙ୍କୁ ଖାସ୍‌ ମେସେଜ୍‌ ପଠାଇଲେ ମୋଦି, କହିଲେ ଡିୟର…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ନୂଆ ରାଜନୈତିକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଉପଲବ୍ଧି ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲୋନିଙ୍କୁ ଅଭିନନ୍ଦନ…

ସିଏମ୍‌ କିଷାନ ମେଳାରେ ଚାଷୀଙ୍କ ବିକ୍ଷୋଭ: ଅତିଥି ଭାଷଣ ଦେବାବେଳେ…

ନୟାଗଡ଼,୪ା୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକରେ ଶୁକ୍ରବାର ଅନୁଷ୍ଠିତ ସିଏମ୍‌ କିଷାନ ମେଳାରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଜିଲା ମୁଖ୍ୟ କୃଷି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri