ଏମାର ମଠରୁ ମିଳିଲା ୪୫ ରୁପା ଇଟା, ୪ଫୁଟ ତଳେ ପୋତା ହୋଇ ରହିଥିଲା

ପୁରୀ ଅଫିସ,୧୧।୪: ରୁପା ଇଟାକୁ ନେଇ ଚର୍ଚ୍ଚାରେ ଥିବା ପୁରୀ ଏମାର ମଠରୁ ଦେବୋତ୍ତର ବିଭାଗର ତାଲିକାଭୁକ୍ତ ୪୫ଖଣ୍ଡ ରୁପା ଇଟାକୁ ଶନିବାର ଜିଲା କୋଷାଗାରକୁ ପଠାଯାଇଛି। ଏହି ରୁପା ଇଟା ଏମାର ମଠର ଏକ କୋଠରିରେ ପ୍ରାୟ ୪ଫୁଟ ତଳେ ପୋତା ହୋଇ ରହିଥିଲା। ନୂଆ ଟ୍ରଷ୍ଟ ବୋର୍ଡ ଓ ପୋଲିସ ଉପସ୍ଥିତିରେ ଦେବୋତ୍ତର ନିରୀକ୍ଷକ ଅଖା ଭିତରେ ଥିବା ରୁପା ଇଟାକୁ ଜବତ କରିଛନ୍ତି। ୨୦୧୦ରେ ଦେବୋତ୍ତର ବିଭାଗ ୫୨୨ ଖଣ୍ଡ ଇଟା ଜିଲା କୋଷାଗାର ନେଇଥିବାବେଳେ ବାକି ୪୫ ରୁପା ଇଟାର ହିସାବ କରି ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏମାର ମଠ ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ଥିବାରୁ ମଠ ମହନ୍ତ ଏହାକୁ ଚଟାଣ ତଳେ ପୋତି କରି ରଖିଥିଲେ। ପ୍ରତ୍ୟେକ ଇଟାର ଓଜନ ୩୦ କିଲୋରୁ ଅଧିକ ଥିବା ସୂଚନା ମିଳିଛି। ଏହାର ମାପ ଓ ଓଜନ ସରିଥିଲେ ମଧ୍ୟ ସମୁଦାୟ ଇଟାର ଓଜନ କେତେ ସେନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇନାହିଁ। ଶନିବାର ସୁଦ୍ଧା ମଠରୁ ରୁପା ଇଟା ବ୍ୟତୀତ ରୁପା ଗଛ, ଫୁଲଦାନି, ବ୍ରୋଞ୍ଚର ଗାଈବାଛୁରୀ,୧୬ଟି ପୁରାତନ ଖଣ୍ଡା ଏବଂ ଅନେକ ଆସବାବପତ୍ର ମିଳିଛି।

ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଏମାର ମଠ ତରଫରୁ ରୁପା ଇଟା କୋଷାଗାରରେ ରଖିବା ପାଇଁ କୁହାଯିବାପରେ ଜିଲା ପ୍ରଶାସନ ଗାଡ଼ି ପଠାଇ ଏହି ଇଟାକୁ ନେଇଛି। ତେବେ ଏହା କେତେ ଓଜନର ତାହା ଜିଲା ପ୍ରଶାସନ ପରବର୍ତ୍ତୀ ସମୟରେ ଜଣାଇବ। ଅନ୍ୟପକ୍ଷରେ ମଠରୁ ମିଳିଥିବା କିଛି ଅଳଙ୍କାର, ଆସବାବପତ୍ର ଓ ସୁନା, ରୁପା ଓ ପିତ୍ତଳର ପଦାର୍ଥକୁ ହିସାବ କରାଯାଇ ମଠରେ ହିଁ ରଖାଯାଇଛି। ଅପରପକ୍ଷରେ ମଠ ମହନ୍ତ ଗୋପାଳ ରାମାନୁଜ ଦାସ କହିଛନ୍ତି, ତାଙ୍କ ବିନା ଦସ୍ତଖତରେ ରୁପା ଇଟାକୁ ଦେବା ପାଇଁ ଜିଲା ପ୍ରଶାସନ ବାଧ୍ୟ କରିଥିଲା। ଏପରି କି ଏହି ରୁପା ଇଟା ଜିଲା କୋଷାଗାରକୁ ନେବାକୁ ତାଙ୍କର ବିରୋଧ ଥିବା ଦର୍ଶାଇବାକୁ ସେ ଚେଷ୍ଟା କରିଥିଲେ। ହେଲେ ପ୍ରଶାସନ ପକ୍ଷରୁ କେବଳ ସାଧାରଣ ଦସ୍ତଖତ କରିବାକୁ କହିଥିଲେ। ମଠର ଦାୟିତ୍ୱ କିଏ ସମ୍ପାଦନ କରିବ ସେନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ହାଇକୋର୍ଟର ରହିତାଦେଶ ସମ୍ବଳିତ ନୋଟିସ ମାଜିଷ୍ଟ୍ରେଟଙ୍କୁ ଦେଖାଇଥିଲି। ଏପରି କି ଚାଲିଥିବା ସମ୍ପୃକ୍ତ ପ୍ରକ୍ରିୟାକୁ ନେଇ ସ୍ପଷ୍ଟତା ରଖିବାକୁ କହିଥିଲି। ସେ ମଧ୍ୟ ମୋ କଥାକୁ ଧ୍ୟାନ ଦେଇ ନ ଥିଲେ ବୋଲି ମହନ୍ତ ରାମାନୁଜ କହିଛନ୍ତି। ଅପରପକ୍ଷରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ନରେଶ ଚନ୍ଦ୍ର ଦାଶ କହିଛନ୍ତି, ପୂର୍ବରୁ ଯେଉଁ ୪୫ ଖଣ୍ଡ ଇଟା ତାଲିକାରେ ଥିଲା ତାହା ମିଳିଛି। ତେବେ ଟ୍ରଷ୍ଟର ଭବିଷ୍ୟତ କ’ଣ ରହିବ ଓ କିଭଳି ଭାବେ ମଠ ପରିଚାଳିତ ହେବ ସେନେଇ ପ୍ରଶାସନ ନିଷ୍ପତ୍ତି ନେବ ବୋଲି କହିଛନ୍ତି। ସେହିଭଳି ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ ସମ୍ପୂର୍ଣ୍ଣ ପ୍ରସଙ୍ଗରେ ଏକ ନ୍ୟାର୍ଯ୍ୟ ଓ ସମୟ ଉପଯୋଗୀ ଦାବି କରିଛନ୍ତି। ଏବେ ଦେବୋତ୍ତର ବିଭାଗର ଜାଣତରେ ଥିବା ରୁପା ଇଟାକୁ ମଠରୁ ବାହାର କରାଯାଇଛି। ମଠ ମଧ୍ୟରେ ଆହୁରି କିଛି ମୂଲ୍ୟବାନ ସାମଗ୍ରୀ ଥିବାର ମଧ୍ୟ ସମ୍ଭାବନା ରହିଛି। ଏଣୁ ମେଟାଲ୍‌ ଡିଟେକ୍ଟର ସହାୟତାରେ ଏମାର ମଠକୁ ସ୍କାନ କରାଯିବାର ଆବଶ୍ୟକତା ରହିଥିବା ଶ୍ରୀମହାରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri