୪୫ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ

ଜଗତ୍‌ସିଂହପୁର ଅଫିସ, ୩ା୧୨: ସମ୍ଭାବ୍ୟ ବାତ୍ୟା ‘ଜଓ୍ବାଦ’ର ମୁକାବିଲ ପାଇଁ ଜିଲାର ୪୫ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ସମେତ ସ୍କୁଲ ଗୃହ, ଅଙ୍ଗନୱାଡି ଗୃହ, କଲ୍ୟାଣ ମଣ୍ଡପ ଆଦି ପ୍ରସ୍ତୁତ ରଖିବାକୁ ପଡ଼ିବ। ଆବଶ୍ୟକସ୍ଥଳେ ତଳୁଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯିବ। ଗର୍ଭବତୀ, ଶିଶୁ, ଦିବ୍ୟାଙ୍ଗ ଓ ବୃଦ୍ଧଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଏନେଇ ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଜିଲାପାଳ ପାରୁଲ ପାଟୱାରି ପୌରୋହିତ୍ୟ କରି ଏହା କହିଛନ୍ତି। ସେ ଉପସ୍ଥିତ ଅଧିକାରୀମାନଙ୍କୁ ପ୍ରତ୍ୟେକ ଆଶ୍ରୟସ୍ଥଳରେ ବିଦ୍ୟୁତ୍‌, ପାନୀୟ ଜଳ ସୁବ୍ୟବସ୍ଥିତ କରିବା ଓ ସେଠାକାର ଶୌଚାଳୟକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଛ କଟା ମେଶିନ, ଜେସିବି, ଜେନେରେଟର ଓ ଟ୍ରାକ୍ଟର ବ୍ୟବସ୍ଥା କରିବାକୁ କହିଥିଲେ। ଡ୍ରେନେଜ୍‌ ବିଭାଗ ଡ୍ରେନ୍‌ ସଫା କରିବ। ଏଥିସହ ଚାଉଳ, ଗୁଡ଼, କିରୋସିନ ଓ ଚୁଡା ଯଥେଷ୍ଟ ପରିମାଣରେ ମହଜୁଦ ରଖାଯିବ। ପ୍ରତ୍ୟେକ ଆଶ୍ରୟସ୍ଥଳରେ ଫାଷ୍ଟ ଏଡ୍‌ ସହ ଆବଶ୍ୟକ ଔଷଧ ମହଜୁଦ ରହିବ। ଗୋରୁଙ୍କ ପାଇଁ ଗୋଖାଦ୍ୟ, ମେଡିସିନ୍‌ ପ୍ରସ୍ତୁତ ରଖିବା ପାଇଁ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବ। ତହସିଲଦାର ଯଥେଷ୍ଟ ପରିମାଣର ପଲିଥିନ ମହଜୁଦ ରଖିବେ। କୌଣସି ଅଧିକାରୀ ଓ କର୍ମଚାରୀ ସଦର ମହକୁମା ଛାଡି ଅନ୍ୟତ୍ର ଯାଇପାରିବେ ନାହିଁ। ସ୍ଥାନାନ୍ତରିତ ଲୋକଙ୍କୁ ଶୁଖିଲା ଖାଦ୍ୟ ସହ ଆବଶ୍ୟକସ୍ଥଳେ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ଏଥିସହ ଶିଶୁଙ୍କୁ ଛତୁଆ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଚିନ୍ମୟୀ ବିଶ୍ୱାଳ, ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର, ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲା ଜରୁରୀ ଅଧିକାରିଣୀ ଯଶଶ୍ୱିନୀ ପୋଥାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ବିଡିଓ ଓ ତହସିଲଦାରମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇୱେରେ ଅପରିଷ୍କାର ଟଏଲେଟ୍‌ ଦେଖିଲେ ଉଠାନ୍ତୁ ଫଟୋ, ମିଳିବ ୧,୦୦୦ ଟଙ୍କାର FASTag ରିଚାର୍ଜ, ଜାଣନ୍ତୁ NHAIର ନିୟମ

ନୂଆଦିଲ୍ଲୀ,୪।୯: ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯାତ୍ରା ସମୟରେ ଖରାପ ପବ୍ଲିକ ଟଏଲେଟ୍‌କୁ ନେଇ ଯାତ୍ରୀମାନେ ପ୍ରାୟତଃ ଅସୁବିଧାରେ ପଡ଼ନ୍ତି। ଟଏଲେଟ୍‌ ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ…

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ…

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ଜନ୍ମଗତ ନାଗରିକତ୍ୱ: ଟ୍ରମ୍ପ୍‌ଙ୍କ ନୂତନ ନିର୍ଦ୍ଦେଶନାମା ଉପରେ ରୋକ

ଓ୍ବାଶିଂଟନ,୪।୯(ପି.ଟି.): ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାରି କରିଥିବା ଜନ୍ମଗତ ନାଗରିକତା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ପୋଲିସ, ୫୫ କେଜି…

ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ଥାନା ପୋଲିସ । ଚଢାଉ କରାଯାଇ ଏକ ଡିଜାୟାର କାର ସହିତ ୫୫ କିଲୋଗ୍ରାମ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri