ନାଲ୍‌କୋର ୪୪ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୮।୧: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ ନାଲ୍‌କୋର ୪୪ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟର ଏହି ଅନନ୍ୟ ସଫଳତା ସହ ୪୩ବର୍ଷରୁ ଅଧିକ ସମୟ ପୂରଣ କରିବାର ମାଇଲଖୁଣ୍ଟକୁ ପାଳନ କରିବା ନିମନ୍ତେ କମ୍ପାନୀର ଭୁବନେଶ୍ୱର କର୍ପୋରେଟ୍‌ କାର୍ଯ୍ୟାଳୟ ସହ ଅପରେଟିଂ ୟୁନିଟ୍‌ ଏବଂ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ନାଲ୍‌କୋ ନଗରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନାଲ୍‌କୋର ଅଧ୍ୟକ୍ଷ ତଥା ପ୍ରବନ୍ଧକ ନିର୍ଦ୍ଦେଶକ ଶ୍ରୀଧର ପାତ୍ର କମ୍ପାନୀର କାର୍ଯ୍ୟକାରିଣୀ ନିର୍ଦ୍ଦେଶକ, ମୁଖ୍ୟ ସତର୍କତା ଅଧିକାରୀ ଓ କର୍ମଚାରୀମାନଙ୍କୁ ଅଭିବାଦନ ଜଣାଇବା ସହ ସେମାନଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଏପରିକି ହିତାଧିକାରୀମାନଙ୍କ ସହଯୋଗ ନିମନ୍ତେ ସେ ସାଧୁବାଦ ଜଣାଇଛନ୍ତି।

ଅପରପକ୍ଷରେ ପାତ୍ର କହିଛନ୍ତି, ବିଗତ ୪୩ବର୍ଷର କଠିନ ତଥା ଆନ୍ତରିକ ଉଦ୍ୟମ ଏବଂ ବ୍ୟବସାୟର ପ୍ରାୟ ସମସ୍ତ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ଦିଗରେ ନିରନ୍ତର ପ୍ରଚେଷ୍ଟା ନାଲ୍‌କୋ ଭଳି ଏକ ବ୍ୟବସାୟିକ ଉଦ୍ୟୋଗ ସୃଷ୍ଟି କରିବାରେ ସହାୟକ ହୋଇଛି, କମ୍ପାନୀ ସର୍ବଦା ଉଚ୍ଚ ପ୍ରଦର୍ଶନ କରିବାରେ ସଫଳ ହୋଇପାରିଛି। ଗତ ତିନି ବର୍ଷ ମଧ୍ୟରେ କମ୍ପାନୀ ଅନେକ ମହତ୍ତ୍ୱପୂର୍ଣ୍ଣ ସଫଳତା ଏବଂ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିପାରିଛି। ସେହିଭଳି ବ୍ୟାକୱାର୍ଡ ଇଣ୍ଟିଗ୍ରେସନ ତଥା ଆବଶ୍ୟକ ଶକ୍ତି ଏବଂ ବକ୍ସାଇଟ ଭଳି କଞ୍ଚାମାଲର ଉପଲବ୍ଧତା ଫଳରେ ଆଗାମୀ ୩ଦଶନ୍ଧି ନିମନ୍ତେ ଏକ ଦୀର୍ଘସ୍ଥାୟୀ ବ୍ୟବସାୟକୁ ସୁନିଶ୍ଚିତ କରାଯାଇପାରିଛି। ଉଲ୍ଲେଖଯୋଗ୍ୟ, ଆବଣ୍ଟିତ କୋଇଲା ବ୍ଲକଗୁଡିକ କାର୍ଯ୍ୟକ୍ଷମ ହେବା ଏବଂ ପଟାଙ୍ଗି ବକ୍ସାଇଟ୍‌ ଖଣିର ବିଧିଗତ ଅନୁମତି ମିଳିବା ଫଳରେ ଚାଲୁରହିଥିବା ବିଶୋଧନାଗାରର ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ବିତ ହେବା ସହ ଭବିଷ୍ୟତରେ ହେବାକୁ ଥିବା ସ୍ମେଲଟର ବିସ୍ତାର ଯୋଜନା ଗତିଶୀଳ ହୋଇପାରିଛି। ପରିଶେଷର ପ୍ରତିଷ୍ଠା ଦିବସ ଉପଲକ୍ଷେ କମ୍ପାନୀର ପୂର୍ବତନ ସିଏମଡି ଏବଂ ନିର୍ଦ୍ଦେଶକମାନଙ୍କୁ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?