୪୪୫୬ କୋଟିର କ୍ରିପ୍ଟୋକରେନ୍ସି ଚୋରି

ଲଣ୍ଡନ, ୧୨ା୮ : ବିଟ୍‌କଏନ ଭଳି ଅନେକ ଭର୍ଚୁଆଲ କଏନ ପ୍ରତି ନିବେଶକ ଆକର୍ଷିତ ହେଉଛନ୍ତି। ଦ୍ରୁତଗତିରେ କ୍ରିପ୍ଟୋକରେନ୍ସିଗୁଡ଼ିକର ମୂଲ୍ୟ ବୃଦ୍ଧି ଏହାର କାରଣ। ୨୦୨୧ ଜାନୁୟାରୀ ସୁଦ୍ଧା ବିଶ୍ୱରେ ୪ ହଜାରରୁ ଅଧିକ କ୍ରିପ୍ଟୋକରେନ୍ସି ପ୍ରଚଳନ ହେଉଥିବାବେଳେ ବିଟ୍‌କଏନରେ ସର୍ବାଧିକ ନିବେଶ ହୋଇଛି। ଏକ ବିଟ୍‌କଏନ୍‌ର ମୂଲ୍ୟ ୩୪ ଲକ୍ଷ ୫୧ ହଜାର ୯୯୫ ଟଙ୍କା ରହିଛି। ଏହା ପରେ ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ବ୍ଲକଚେନ୍‌ ହେଉଛି ଏଥେରମ୍‌। ଏହାର କ୍ରିପ୍ଟୋକରେନ୍ସିକୁ ଏଥର୍‌ କୁହାଯାଏ। ଭାରତୀୟ ମୁଦ୍ରାରେ ଏକ ଏଥର୍‌ର ମୂଲ୍ୟ ୨ ଲକ୍ଷ ୪୨ ହଜାର ୨୭୮ ଟଙ୍କା। ବିନାନ୍ସଚେନ୍‌ରେ ବିନାନ୍ସ କଏନ କାରବାର ହୋଇଥାଏ। ଏକ ବିନାନ୍ସ କଏନର ମୂଲ୍ୟ ୨୯ ହଜାର ୬୯୦ ଟଙ୍କା ରହିଛି। ଷ୍ଟେଲର, କାର୍‌ଡାନୋ, ଡୋଜିକଏନ, ଏକ୍ସଆର୍‌ପି, ଲାଇଟ୍‌କଏନ, ବିଟ୍‌କଏନ୍‌ କ୍ୟାଶ୍‌, ଚେନ୍‌ଲିଙ୍କ୍‌ ଆଦି କ୍ରିପ୍ଟୋକରେନ୍ସି ମଧ୍ୟ ଲୋକପ୍ରିୟ ହେବାରେ ଲାଗିଛି।

କ୍ରିପ୍ଟୋକରେନ୍ସି ଇତିହାସରେ ସବୁଠୁ ବଡ଼ ହ୍ୟାକିଂ ହୋଇଛି। ହ୍ୟାକର୍ସମାନେ ଏକ ବ୍ଲକ୍‌ଚେନ ପ୍ରୋଟୋକଲ୍‌ ‘ପଲି ନେଟ୍‌ଓ୍ବର୍କ’ (ଭର୍ଚୁଆଲ କଏନ୍‌ କାରବାର କରୁଥିବା ଫାର୍ମ)ର ସିକ୍ୟୁରିଟି ସିଷ୍ଟମକୁ ହ୍ୟାକ୍‌ କରି ୬୦୦ ମିଲିୟନ ଡଲାର (ପ୍ରାୟ ୪,୪୫୬ କୋଟି ଟଙ୍କା) ଚୋରି କରିନେଇଛନ୍ତି। ବିଶେଷକରି ଏଥେରମ୍‌, ବିନାନ୍ସଚେନ ବ୍ଲକ୍‌ଚେନ୍‌ ଟୋକେନ ଚୋରି ହୋଇଥିବାରୁ ଏହି କରେନ୍ସି ସଂରକ୍ଷଣ ତଥା ଏହାର କାରବାର ବନ୍ଦ ରଖିବାକୁ ବ୍ଲକଚେନ୍‌ଗୁଡ଼ିକୁ ପଲି ନେଟ୍‌ଓ୍ବର୍କ ନିବେଦନ କରିଛି। ଏ ବାବଦରେ ପଲି ନେଟ୍‌ଓ୍ବର୍କ ମଙ୍ଗଳବାର ଟୁଇଟ୍‌ କରି ଜଣାଇବା ସହ ଡିସେଣ୍ଟ୍ରାଲାଇଜ୍‌ଡ ଫିନାନ୍ସ ଫ୍ଲାଟଫର୍ମ (ଡେଫି) ଇତିହାସରେ ଏହା ସବୁଠାରୁ ବଡ଼ କ୍ରିପ୍ଟୋକରେନ୍ସି ଚୋରି ବୋଲି କହିଛି। ପ୍ରାୟ ୨୬୭ ମିଲିୟନ ଡଲାର ଏଥର୍‌ କରେନ୍ସି, ୨୫୨ ମିଲିୟନ ଡଲାର ବିନାନ୍ସ କଏନ ଏବଂ ୮୫ ମିଲିୟନ ଡଲାରର ୟୁଏସ୍‌ଡିସି ଟୋକେନ ହ୍ୟାକର୍ସ ଚୋରି କରିନେଇଛନ୍ତି। କ୍ରିପ୍ଟୋ କମ୍ୟୁନିଟିରେ ନିବେଶ କରିଥିବା ଲକ୍ଷ ଲକ୍ଷ ଲୋକ ଏହି ଘଟଣା ପରେ ଚିନ୍ତାରେ ପଡ଼ିଛନ୍ତି। ଏଥିରେ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ଉକ୍ତ ବ୍ଲକ୍‌ଚେନ୍‌ ପ୍ର୍ରୋଟୋକଲ ଅଭିଯୋଗ ଆଣିବା ସହ ଚୋରି କଏନ ଫେରାଇବାକୁ ହ୍ୟାକର୍ସଙ୍କୁ ଏକ ସୁଯୋଗ ଦିଆଯାଇଛି ବୋଲି କହିଛି।
ଅନ୍ୟପକ୍ଷରେ ହ୍ୟାକର୍ସଙ୍କ ଦ୍ୱାରା ବ୍ୟବହୃତ ଅନ୍‌ଲାଇନ ଠିକଣାକୁ ପଲିି ନେଟ୍‌ଓ୍ବର୍କ ସାର୍ବଜନୀନ କରିଛି। ସିଫର୍‌ ଟ୍ରେସ୍‌ର ଏକ ଅଧ୍ୟୟନ ଅନୁସାରେ ଚଳିତ ବର୍ଷ ଏପ୍ରିଲ ଶେଷ ସୁଦ୍ଧା ପ୍ରାୟ ୪୩୨ ମିଲିୟନ ଡଲାର (ପ୍ରାୟ ୩,୨୧୦ କୋଟି ଟଙ୍କା) କ୍ରିପ୍ଟୋକରେନ୍ସି ଚୋରି, ଠକେଇ ତଥା ହ୍ୟାକ୍‌ ହୋଇଛି। ଏବେ ବ୍ଲକ ଚେନ୍‌ ପ୍ରୋଟୋକଲଗୁଡ଼ିକୁ ଟାର୍ଗେଟ କରି ହ୍ୟାକର୍ସମାନେ ହ୍ୟାକିଂ କରିବା ନୂଆ ଟ୍ରେଣ୍ଡ୍‌ ପାଲଟିଛି। ତେବେ ବୁଧବାର ଆଶ୍ଚର୍ଯ୍ୟକର ଘଟଣା କ୍ରମେ ହ୍ୟାକର୍ସ ଚୋରି କରିଥିବା ଡିଜିଟାଲ କରେନ୍ସିରୁ କିଛି ଅଂଶ ଫେରାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସେମାନେ ପଲି ନେଟ୍‌ଓ୍ବର୍କକୁ ମେସେଜ ପଠାଇଛନ୍ତି।
ଅଧିକ ଲାଭ ଆଶାରେ କ୍ରିପ୍ଟୋକରେନ୍ସି ପ୍ରତି ଆକର୍ଷଣ ବଢ଼ୁଛି। ଏଲ୍‌ ସାଲଭେଡୋର ଭଳି ଦେଶ ବିଟ୍‌କଏନକୁ ବୈଧ ଘୋଷଣା କରିସାରିଛି। ଆମେରିକୀୟ ବ୍ୟବସାୟୀ ଏଲନ୍‌ ମସ୍କଙ୍କଠାରୁ ଆରମ୍ଭ କରି ଅନେକ ବିତ୍ତଶାଳୀ ବ୍ୟକ୍ତି ବିପୁଳ ପରିମାଣର ଅର୍ଥ ଭର୍ଚୁଆଲ କଏନରେ ନିବେଶ କରିଛନ୍ତି। ହେଲେ ଏହାର କୌଣସି ନିର୍ଦ୍ଦିଷ୍ଟ ନିୟନ୍ତ୍ରକ ନ ଥିବାରୁ ସେଥିରେ ନିବେଶ ଓ କାରବାର କେତେ ସୁରକ୍ଷିତ ତାହା ଅନେକ ସମୟରେ ଆଲୋଚନାର ବିଷୟ ପାଲଟିଛି। ଏପରି ସ୍ଥିତିରେ ସାଇବର ଅପରାଧୀମାନେ ବ୍ଲକଚେନ୍‌ ପ୍ରୋଟୋକଲ ସିଷ୍ଟମ ହ୍ୟାକ୍‌ କରି ଟୋକେନ ବା କଏନ ଚୋରି କରିନେବା ଘଟଣା ବୃଦ୍ଧି ପୁଣି ସେହି ଆଲୋଚନା ଆଡ଼କୁ ମୁହାଁଇଛି।

ବ୍ଲକ୍‌ଚେନ୍‌ କ’ଣ

ବ୍ଲକ୍‌ଚେନ୍‌ ବିଭିନ୍ନ କ୍ରିପ୍ଟୋକରେନ୍ସି କାରବାର ରେକର୍ଡ କାର୍ଯ୍ୟକଳାପରେ ବ୍ୟବହୃତ ହୋଇଥାଏ। ପ୍ରତ୍ୟେକ ଡିଜିଟାଲ କଏନର ଏକ ସ୍ବତନ୍ତ୍ର ବ୍ଲକ୍‌ଚେନ୍‌ ରହିଥାଏ, ଯାହା କି ପରସ୍ପରଠାରୁ ଅଲଗା। ଏହା ସୂଚନା ରେକର୍ଡିଂ କରିବାରେ ସୁରକ୍ଷିତ ପ୍ରଣାଳୀ ବ୍ୟବହାର କରିଥାଏ। ଏହି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରିବା ତଥା ହ୍ୟାକିଂ କରାଯିବା କୌଣସି ହ୍ୟାକରଙ୍କ ପାଇଁ ବେଶ୍‌ କଷ୍ଟକର। ପଲି ନେଟ୍‌ଓ୍ବର୍କ ବିଭିନ୍ନ ପ୍ରକାର ବ୍ଲକ୍‌ଚେନ୍‌କୁ ପରସ୍ପର ସହ ଯୋଡ଼ିଥାଏ, ଯାହାଦ୍ୱାରା କ୍ରିପ୍ଟୋକରେନ୍ସି କାରବାର ହୋଇପାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?