ନଗଡ଼ା ରାସ୍ତା ନାଁରେ ୪୪ଲକ୍ଷ ହରିଲୁଟ୍‌

ଯାଜପୁର ଅଫିସ,୭ା୧: ଗ୍ରାମ୍ୟ ନିର୍ମାଣ ବିଭାଗ(ଆର୍‌ଡି) ଅଧିକାରୀ ଓ କେତେଜଣ ରାଜନେତାଙ୍କ ମଧୁଚନ୍ଦ୍ରିକା ଯୋଗୁ ବହୁଚର୍ଚ୍ଚିତ ନଗଡ଼ା ବିକାଶ କାର୍ଯ୍ୟ ଏବେ ବିବାଦ ଘେରକୁ ଆସିଛି । ଏହାସହ ୨୦୧୬-୧୭ ବର୍ଷରେ ନଗଡ଼ାକୁ ନିର୍ମାଣ ହୋଇଥିବା ରାସ୍ତାର ମରାମତି କାମରେ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ଥାନାରେ ପହଞ୍ଚିଛି । ଅନ୍ୟପକ୍ଷେ ଆରଡି ବିଭାଗ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବା ପରେ ସେହି ରିପୋର୍ଟ ଆଧାରରେ ସରକାରୀ ଆଇନ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଥାନାରେ ମାମଲା ରୁଜୁ ହେବା ସାଧାରଣ ଲୋକଙ୍କୁ ବିସ୍ମିତ କରିଛି। ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ହରିଲୁଟ ଅର୍ଥର ଭାଗବଣ୍ଟା ନ ଛିଣ୍ଡିବାରୁ ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି।

ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅଧୀନ ନଗଡ଼ାରେ ୨୦୧୬ରେ ଶିଶୁ ମୃତ୍ୟୁ ଘଟଣା ସାରା ଭାରତବର୍ଷକୁ ଦୋହଲାଇ ଦେଇଥିଲା। ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ପ୍ରଚାର ହେବା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସେଠାରେ ଆରମ୍ଭ ହୋଇଥିଲା। ଗମନାଗମନ ବିନା ବିକାଶ ଅସମ୍ଭବ ବୋଲି ମତ ପ୍ରକାଶ ପାଇବା ପରେ ସେତେବେଳେ ପ୍ରଥମେ ଅଶୋକଝରଠାରୁ ଲୋୟର ନଗଡ଼ା ପର୍ଯ୍ୟନ୍ତ ପାହାଡ ଭାଙ୍ଗି ରାସ୍ତା ନିର୍ମାଣ ହୋଇଥିଲା। ତେବେ ପକ୍କା ରାସ୍ତା ନିର୍ମାଣ ନ ହେବାରୁ ପ୍ରତିବର୍ଷ ବର୍ଷାରେ ରାସ୍ତାର ଅଧିକାଂଶ ଅଂଶ ଧୋଇ ହୋଇଗଲା, ଯାହା କି ବିଭାଗୀୟ ଅଧିକାରୀଙ୍କୁ ଏକପ୍ରକାର ଲେଉଟିଆ ଶାଗ କାଟି ଖାଇବା ଭଳି ନ୍ୟାୟରେ ଅର୍ଥ ଉପାର୍ଜନର ଏକ ମାଧ୍ୟମ ପାଲଟିଗଲା। ଏହି ରାସ୍ତାର ମରାମତି ନାମରେ ଗୁପ୍ତ ଟେଣ୍ଡର କରାଯାଇ ୪୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିଲା। ତେବେ ଏହି ରାସ୍ତା ମରାମତିରେ ବ୍ୟାପକ ଅନିୟମିତତା ଏବଂ ତୋସରପାତ ହୋଇଥିବା ନେଇ ଅଭିଯୋଗ ହେବା ପରେ ଗତ ଡିସେମ୍ବର ଶେଷ ସପ୍ତାହରେ ଗ୍ରାମ୍ୟ ନିର୍ମାଣ ବିଭାଗ କେନ୍ଦ୍ରାପଡ଼ା-ଯାଜପୁର ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ କୁମାର ଦାଶ ତଦନ୍ତ କରିଥିଲେ। ତେବେ ତଦନ୍ତ ରିପୋର୍ଟ ଉପରେ ସରକାରଙ୍କ ଆଇନ ଅନୁସାରେ ସମ୍ପୃକ୍ତ ଦୋଷୀ ଅଧିକାରୀଙ୍କ ବିରୋଧରେ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁଁ। କେବଳ କାଳିଆପାଣି ଥାନାରେ ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣା, ଡୁବୁରୀ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ ରମଣ ମୁଦୁଲି ଓ ଟମ୍‌କା ସେକ୍ସନର କନିଷ୍ଠ ଯନ୍ତୀ ରସାନନ୍ଦ ବାରିକଙ୍କ ନାମରେ ତଦନ୍ତକାରୀ ଅଧିକାରୀ ତଥା ଅଧୀକ୍ଷଣ ଯନ୍ତ୍ରୀ ଦାଶ ଏତଲା ଦେଇଛନ୍ତି। ସ୍ଥାନୀୟ କେତେଜଣ ନେତାଙ୍କ ଇଙ୍ଗିତରେ ହାତ ଚିଠା ମାଧ୍ୟମରେ ଗୁପ୍ତ ଟେଣ୍ଡର କରାଯାଇ କିପରି କର୍ମୀ ପୋଷଣ ହୋଇଥାଏ ତାହା ଏହି ନଗଡ଼ା ରାସ୍ତାର ମରାମତି କାମରୁ ଦେଖିବାକୁ ମିଳିଛି। ୧୫ ଦିନ ଭିତରେ ସେହି ରାସ୍ତାର ମରାମତି କରିବାକୁ ବିଭିନ୍ନ ସ୍ତରରେ ସମ୍ପୃକ୍ତ ଯନ୍ତ୍ରୀମାନଙ୍କୁ ଚାପ ସୃଷ୍ଟି ହୋଇଥିଲା। ନିର୍ବାହୀ ଯନ୍ତ୍ରୀ ସେହି ନେତାଙ୍କ ବୋଲକରା ସାଜି ଏବେ ହରଡ଼ଘଣାରେ ପଡିଥିବା ଆଲୋଚନା ହୋଇଛି। ତେବେ ଯନ୍ତ୍ରୀ ଦାଶ ଉକ୍ତ ଏତଲାରେ ଦର୍ଶାଇଛନ୍ତି, ବିଶାଖାପାଟଣା ହାୟାଗ୍ରୀଭା ଇନ୍‌ଫ୍ରାଟେକ୍‌ ପ୍ରୋଜେକ୍ଟ ଲିମିଟେଡ ନାମକ ଏକ ଠିକାସଂସ୍ଥା ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌)ପାଣ୍ଠିରୁ ୧୨କୋଟି ୯୫ଲକ୍ଷ ୭୧ ହଜାର ୨୭୭ ଟଙ୍କାର କାର୍ଯ୍ୟାଦେଶ ପାଇ ଅଶୋକଝର ପାଦଦେଶରୁ ତଳ ନଗଡ଼ା ପର୍ଯ୍ୟନ୍ତ ପ୍ରାୟ ୭.୬ କିଲୋମିଟର ରାସ୍ତା ନିର୍ମାଣ କରିଥିଲା। ଏହି ନିର୍ମାଣ କାର୍ଯ୍ୟ ୨୦୧୬ ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇ ୨୦୧୭ ମାର୍ଚ୍ଚ ୩ରେ ଶେଷ ହୋଇଥିଲା। ଏହି ଠିକା ସଂସ୍ଥା ଦ୍ୱାରା ୨ବର୍ଷ ଧରି ସମ୍ପୃକ୍ତ ରାସ୍ତା ମରାମତିର ନିୟମ ରହିଥିବା ବେଳେ ୨୦୨୦ ଅଗଷ୍ଟରେ ସ୍ମୃତିରେଖା ବେହେରା ଓ ପ୍ରଣୟ ସେଠୀ ନାମକ ୨ଜଣ ଠିକାଦାରଙ୍କ ନାମରେ ସେହି ରାସ୍ତାକୁ ୫ଲକ୍ଷ ଟଙ୍କା ଲେଖାଏ ୧୦ଟି ଗୁପ୍ତ ଟେଣ୍ଡର ମାଧ୍ୟମରେ ମରାମତି କରାଯାଇଥିଲା। ଏଥିରେ ପ୍ରାୟ ୪୪ ଲକ୍ଷ ହରିଲୁଟ୍‌ କରାଯାଇଛି। ଏହାକୁ ନେଇ କାଳିଆପାଣି ଥାନାରେ ଏକ ମାମଲା (ନଂ.୧/୨୨)ରୁଜୁ ହୋଇଛି। ଏଥିରେ ନିର୍ବାହୀଯନ୍ତ୍ରୀ, ସହକାରୀ ନିର୍ବାହୀଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଆସନ୍ତା ୧୨ ତାରିଖ ସୁଦ୍ଧା ଆବଶ୍ୟକ କାଗଜପତ୍ର ସହ କାଳିଆପାଣି ଥାନାରେ ହାଜର ହୋଇ ତଦନ୍ତର ସମ୍ମୁଖୀନ ହେବାକୁ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ନୋଟିସ ଜାରି କରିଛନ୍ତି।
ଏ ସଂକ୍ରାନ୍ତରେ ନିର୍ବାହୀ ଯନ୍ତ୍ରୀ ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି, ବର୍ଷାରେ ଧୋଇହୋଇ ଯାଇଥିବା ରାସ୍ତାର ମରାମତି କାମ ହୋଇଛି। ଏଥିରେ କୌଣସି ଦୁର୍ନୀତି କିମ୍ବା ଭାଗବଣ୍ଟାର ପ୍ରଶ୍ନ ଉଠୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?