Posted inଫୁରସତ

୭ ମାସରେ ମଲେଣି ୪୪ ହାତୀ

ଭୁବନେଶ୍ୱର, ୧୧।୮(ଅସମାପିକା ସାହୁ): ହାତୀକୁ ଐତିହ୍ୟ ପ୍ରାଣୀ ବୋଲି ଘୋଷଣା କରାଯାଇଛି। କିନ୍ତୁ ହାତୀ ଓ ମଣିଷ ଲଢ଼େଇ ଏବେ ବି କମିବାର ନାଁ ନେଉନାହିଁ। ଏହି ଲଢ଼େଇରେ କେତେବେଳେ ହାତୀର ମୃତ୍ୟୁ ହେଉଛି ତ ଆଉ କେଉଁଠି ମଣିଷର ଜୀବନ ଯାଉଛି। ରାଜ୍ୟ ସରକାରଙ୍କ ତଥ୍ୟାନୁସାରେ, ଗତ ୧୦ ବର୍ଷ ଅର୍ଥାତ୍‌ ୨୦୧୨ରୁ ୨୦୨୨ ମଧ୍ୟରେ ଓଡ଼ିଶାରେ ମୋଟ ୭୮୪ ହାତୀ ଓ ୯୨୫ ମଣିଷଙ୍କ ମୃତ୍ୟୁ ଘଟିଛି। ସେହିଭଳି ଚଳିତ ବର୍ଷ ଜାନୁୟାରୀରୁ ଅଗଷ୍ଟ ୧୦ ମଧ୍ୟରେ ୪୪ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଓଡ଼ିଶାରେ ହାତୀସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୧୨ ହାତୀ ଗଣନାରେ, ରାଜ୍ୟରେ ହାତୀସଂଖ୍ୟା ୧୯୩୦ ଥିବାବେଳେ ୨୦୧୫ରେ ୧୯୫୪ ଓ ୨୦୧୭ରେ ଏହା ବୃଦ୍ଧି ପାଇ ୧୯୭୬ରେ ପହଞ୍ଚତ୍ଥିଲା। ତେବେ ରାଜ୍ୟରେ ହାତୀସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଏମାନଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହେଉଛି। ହାତୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା ରହିଛି। କିନ୍ତୁ ଏଥିରେ ସରକାର ଫେଲ୍‌ ମାରୁଛନ୍ତି। ତେଣୁ ପ୍ରତିବର୍ଷ ବିଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ଘଟୁଛି। ରାଜ୍ୟରେ ହାତୀ ଶିକାର ବୃଦ୍ଧି ପାଉଥିବାବେଳେ ଆଉ କେଉଁଠି ବିଦ୍ୟୁତ୍‌ ତାର ଓ ଟ୍ରେନ୍‌ ଧକ୍କା ଜୀବନ ନେଉଛି।
ବିଧାନସଭାରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ତଥ୍ୟ ଅନୁଯାୟୀ, ୨୦୧୨-୧୩ରେ ୮୨ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୩-୧୪ରେ ୭୦, ୨୦୧୪-୧୫ରେ ୫୪, ୨୦୧୫-୧୬ରେ ୮୬, ୨୦୧୬-୧୭ରେ ୭୬, ୨୦୧୭-୧୮ରେ ୭୮, ୨୦୧୮-୧୯ରେ ୯୩, ୨୦୧୯-୨୦ରେ ୮୨, ୨୦୨୦-୨୧ରେ ୭୭ ଏବଂ ୨୦୨୧-୨୨ରେ ୮୬ ହାତୀଙ୍କର ମୃତ୍ୟୁ ହୋଇଛି। ସେପଟେ ଚଳିତବର୍ଷ ଏପପର୍ଯ୍ୟନ୍ତ ୪୪ଟି ହାତୀଙ୍କ ଜୀବନ ଗଲାଣି। ଓ୍ବାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା(ଡବ୍ଲ୍ୟୁଏସ୍‌ଓ)ର ତଥ୍ୟାନୁସାରେ, ଗତ ଜାନୁୟାରୀରୁ ଅଗଷ୍ଟ ୧୦ ମଧ୍ୟରେ ୪୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ଜାନୁୟାରୀରେ ୮ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଫେବୃୟାରୀରେ ୫, ମାର୍ଚ୍ଚରେ ୭, ଏପ୍ରିଲରେ ୪, ମେ’ରେ ୧୦, ଜୁନ୍‌ରେ ୬, ଜୁଲାଇରେ ୩ ଏବଂ ଅଗଷ୍ଟରେ ଗୋଟିଏ ହାତୀର ମୃତ୍ୟୁ ଘଟିଛି। ଏହି ୪୪ ହାତୀଙ୍କ ମଧ୍ୟରୁ ୧୮ଟିର ପ୍ରାକୃତିକ ମୃତ୍ୟୁ ଘଟିଥିବାବେଳେ ବିଦ୍ୟୁତ୍‌ ଆଘାତରେ ୧୧, ଶିକାରରେ ୫ ଏବଂ ଟ୍ରେନ୍‌ ଦୁର୍ଘଟଣାରେ ୪ଟି ହାତୀଙ୍କର ଜୀବନ ଯାଇଛି। ତେବେ ଆଉ ୬ଟି ହାତୀଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?