ଓଇଆର୍‌ସି ଯୋଗୁ ବୁଡ଼ିବ ୪୨୩୪ କୋଟି

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉନ୍ନତ ମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଘରୋଇକରଣ କରିଛନ୍ତି। ବିଂଶ ଶତାବ୍ଦୀର ୮୦ ଦଶକରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ବାରମ୍ବାର ଗୋଟିଏ ପ୍ରକାର ଫଳ ଦର୍ଶାଉଛି। କରଦାତାଙ୍କ ଅର୍ଥରେ ସୃଷ୍ଟି ହୋଇଥିବା ବିରାଟକାୟ ବିଦ୍ୟୁତ୍‌ ଭିତ୍ତିଭୂମିକୁ ବ୍ୟବହାର କରି ଘରୋଇ କମ୍ପାନୀମାନେ ବିଭିନ୍ନ ଉପାୟରେ ଲୁଟ୍‌ କରି ରାଜ୍ୟ ଛାଡ଼ି ପଳାଉଛନ୍ତି। ରାଜ୍ୟ ସରକାରଙ୍କ ଏକମାତ୍ର ବିଦ୍ୟୁତ୍‌ ଯୋଗାଣ ସଂସ୍ଥା ଗ୍ରୀଡ୍‌କୋଠାରୁ ଅନିଲ ଅମ୍ବାନୀ ଗ୍ରୁପ୍‌ର ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ (ଆର୍‌ଆଇଏଲ୍‌) ପରିଚାଳିତ ଓ୍ବେସ୍‌କୋ, ନେସ୍‌କୋ, ସାଉଥ୍‌କୋ କିଣିଥିବା ୪୨୩୪ କୋଟି ଟଙ୍କାର ବିଦ୍ୟୁତ୍‌ ବକେୟା ବୁଡ଼ିଯାଇପାରେ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଯୋଗୁ ଏହି ବକେୟା ଅର୍ଥ ମିଳିବା ନେଇ ଆଶଙ୍କା ଦେଖାଦେଇଛି।
ବକେୟା ଟଙ୍କା ପାଇବାକୁ ଗ୍ରୀଡ୍‌କୋ ୨୦୧୯ରେ ୩ ବଣ୍ଟନ କମ୍ପାନୀ ଏବଂ ଆର୍‌ଆଇଏଲ୍‌ ବିରୋଧରେ ଓଇଆର୍‌ସି ନିକଟରେ ପିଟିଶନ ଦାଖଲ କରିଥିଲା। ଏହାର ଶୁଣାଣି କରି ଆୟୋଗ ଉକ୍ତ ୩ କମ୍ପାନୀକୁ ଗ୍ରୀଡ୍‌କୋର ବକେୟା ରାଶି ୪୨୩୪ କୋଟି ଟଙ୍କା ଦେବାକୁ ଗତ ୨୭ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଗ୍ରୀଡ୍‌କୋ କିପରି ବକେୟା ରାଶି ପାଇବ ତାହା ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକ୍ଚର ସେଟଲ କରିବ ବୋଲି ରାୟ ଦେଇଛନ୍ତି। ଯେଉଁ ୩ ବଣ୍ଟନ କମ୍ପାନୀ ଉପରୁ ବକେୟା ରାଶି ଆଦାୟ କରିବାକୁ ଓଇଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି ସେଗୁଡ଼ିକ ଏବେ ଅକାମୀ ହୋଇ ରହିଛନ୍ତି। ୨୦୧୯ ଜୁଲାଇରେ ଟାଟା ପାଓ୍ବାର ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ କରାୟତ୍ତ କରିବା ପରେ ନେସ୍‌କୋ, ସାଉଥ୍‌କୋ ଏବଂ ଓ୍ବେସ୍‌କୋ କେବଳ କାଗଜକଲମରେ ରହିଯାଇଛନ୍ତି। ଏଭଳି କ୍ଷେତ୍ରରେ ୩ ବଣ୍ଟନ କମ୍ପାନୀ ଏବଂ ରିଲାଏନ୍ସଠାରୁ ଗ୍ରୀଡ୍‌କୋ କିପରି ନିଜର ବକେୟା ଆଦାୟ କରିବ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଗ୍ରାହକମାନଙ୍କୁ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ୧୯୯୯ରେ ରାଜ୍ୟ ବିଦ୍ୟୁତ୍‌ ବୋର୍ଡଠାରୁ କ୍ଷମତା ଛଡ଼ାଇ ଆମେରିକା କମ୍ପାନୀ ଏଇଏସ୍‌ ଏବଂ ପରେ ରିଲାଏନ୍ସକୁ ଓଇଆର୍‌ସି ଯୋଗୁ ରାଜ୍ୟର ବିଦ୍ୟୁତ୍‌ ପରିଚାଳନା ଭାର ଦେଇଥିଲେ। ମାତ୍ର ଏହି କମ୍ପାନୀ ଭିତ୍ତିଭୂମି ସଜାଡ଼ିବା ପରିବର୍ତ୍ତେ ଲାଇସେନ୍ସ ସର୍ତ୍ତ ଉଲ୍ଲଂଘନ କରି ଲୁଟି ଚାଲିଲା। ଲାଇସେନ୍ସ ସର୍ତ୍ତ ଅନୁସାରେ ଦୁର୍ବଳ ଭିତ୍ତିଭୂମିକୁ ସଜାଡ଼ିବା ଲାଗି ଅର୍ଥ ବିନିଯୋଗ ନ କରିବା, ବୈଷୟିକ ଓ ବାଣିଜି୍ୟକ କ୍ଷତି ହ୍ରାସ ନ କରିବା, ବିଲିଂ ଠିକ୍‌ ଢଙ୍ଗରେ ନ କରିବା ଯୋଗୁ ୨୦୧୫ ମାର୍ଚ୍ଚ ୫ରେ ଓଇଆରସି ରିଲାଏନ୍ସର ଲାଇସେନ୍ସକୁ ରଦ୍ଦ କରିଥିଲେ। ଏହାକୁ ରିଲାଏନ୍ସ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ସୁପ୍ରିମକୋର୍ଟ ଓଇଆରସିଙ୍କ ରାୟକୁ କାଏମ ରଖିଥିଲେ। ରିଲାଏନ୍ସ ବିଦ୍ୟୁତ୍‌ ପରିଚାଳନାରୁ ବିଦା ହେବା ପରେ ଓଇଆରସି ପ୍ରଶାସକ ନିଯୁକ୍ତ କରି ବଣ୍ଟନ କମ୍ପାନୀଗୁଡ଼ିକୁ ନିଜେ ପରିଚାଳନା କରିଥିଲେ। ସେତେବେଳକୁ ଓ୍ବେସ୍‌କୋ, ନେସ୍‌କୋ ଏବଂ ସାଉଥ୍‌କୋ ଉପରେ ଗ୍ରୀଡ୍‌କୋର ୪୨,୩୪,୦୮,୯୧,୬୬୧ ଟଙ୍କା ବକେୟା ପଡ଼ିଥିଲା। ଆଶ୍ଚର୍ଯ୍ୟର କଥା ଲାଇସେନ୍ସ ରଦ୍ଦ ହେବାର ୫ ବର୍ଷ ପରେ ଅର୍ଥାତ୍‌ ୨୦୧୯ରେ ବକେୟା ରାଶି ପାଇବା ପାଇଁ ଗ୍ରୀଡ୍‌କୋ ଓଇଆର୍‌ସିରେ ୩ ବଣ୍ଟନ କମ୍ପାନୀ ଏବଂ ରିଲାଏନ୍ସ ବିରୋଧରେ ପିଟିଶନ ଦାଖଲ କରିଥିଲା। ଏବେ ୩ଟି କମ୍ପାନୀ ଦେବାଳିଆ ହେବା ସହ କେବଳ କାଗଜପତ୍ରରେ ରହିଛନ୍ତି। ସେହି କମ୍ପାନୀ ଏବଂ ତାହାର ପରିଚାଳନା ଭାର ନେଇଥିବା ଆର୍‌ଆଇଏଲ୍‌ କିପରି ବକେୟା ଅର୍ଥ ଦେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଗ୍ରୀଡ୍‌କୋର ପରିଚାଳନା କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯାହା ବି ହେଉ ଆମ ସପକ୍ଷରେ ଓଇଆରସି ରାୟ ଦେଇଛନ୍ତି । ଏହା ଆମ ପାଇଁ ବଡ଼। ବକେୟା ପାଇବା ପାଇଁ ଆମକୁ ଆଇନଗତ ବାଟ ମିଳି ଯାଇଛି। ରିଲାଏନ୍ସ ଅଧୀନରେ ୩ଟି କମ୍ପାନୀ ପରିଚାଳିତ ହେଉଥିବାରୁ ଆର୍‌ଆଇଏଲ୍‌ ସମସ୍ତ ବିଦ୍ୟୁତ୍‌ ବକେୟା ଦେବାକୁ ବାଧ୍ୟ। ଅନ୍ୟପକ୍ଷରେ ଗ୍ରୀଡ୍‌କୋ ଅଧ୍ୟକ୍ଷ ତଥା ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ ଓଇଆରସି ଆଦେଶନାମା ହସ୍ତଗତ ହୋଇ ନ ଥିବାରୁ ଏ ବିଷୟରେ କିଛି କହିପାରିବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri