୨ ହଜାର ସ୍କୁଲକୁ ୪୩ ହଜାର ଫୁଟ୍‌ବଲ

ଭୁବନେଶ୍ୱର, ୧୧ା୧୦(ବ୍ୟୁରୋ): ହକି ସମେତ ରାଜ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଭା ସୃଷ୍ଟି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ‘ଫୁଟ୍‌ବଲ ଫର୍‌ ଅଲ୍‌’ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। କିଟ୍‌ ଓ କିସ୍‌ର ମିଳିତ ସହଯୋଗରେ ଓଡ଼ିଶାରେ ଫିଫା ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଦେଶରେ ନୂଆ ଫୁଟ୍‌ବଲ ପ୍ରତିଭା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରାୟ ୨ ହଜାର ସ୍କୁଲରେ ୪୩ ହଜାର ଫୁଟ୍‌ବଲ ବଣ୍ଟନ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଫୁଟ୍‌ବଲ ସବୁଠୁ ଅଧିକ ଲୋକପ୍ରିୟ ଖେଳ। ଏହା ବିଶ୍ୱର ବିଭିନ୍ନ ଦେଶକୁ ବାନ୍ଧିରଖିଛି। ଭାରତରେ ଫୁଟ୍‌ବଲର ପ୍ରସାର ପାଇଁ ଫିଫା ଉଦ୍ୟମ କରୁଛି। ଏହି ସହଭାଗିତା ଓ ଉଦ୍ୟମ ଦେଶରେ ଫୁଟ୍‌ବଲ ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଫୁଟ୍‌ବଲର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ବିଶେଷକରି ମହିଳା ଫୁଟ୍‌ବଲର ବିକାଶ ଲାଗି କାର୍ଯ୍ୟ
ଜାରି ରହିଛି। ଉପଯୁକ୍ତ ଭିତ୍ତିଭୂମି ଏବଂ ତାଲିମ ଯୋଗୁ ଓଡ଼ିଶାରେ ବିଶ୍ୱକପ୍‌ ଆୟୋଜନ ହୋଇପାରିଛି। ଓଡ଼ିଶାରେ ଫିଫା ୟୁ-୧୭ ମହିଳା ବିଶ୍ୱକପ୍‌ ଆୟୋଜନ ଏକ ଗର୍ବର ମୁହୂର୍ତ୍ତ। ଏଆଇଏଫ୍‌ଏଫ୍‌ ଏବଂ ଫିଫା ସହଯୋଗରେ ଓଡ଼ିଶାରେ ଫୁଟ୍‌ବଲ ଖେଳର ଆହୁରି ବିକାଶ ହୋଇପାରିବ। ବିଶ୍ୱକପ୍‌ ରାଜ୍ୟରେ ଫୁଟ୍‌ବଲ ଖେଳର ବିକାଶ କ୍ଷେତ୍ରରେ ଏକ ବୃହତ୍‌ ଅବଦାନ ହେବ। ଓଡ଼ିଶାରେ ବିଶ୍ୱକପ୍‌ ଆୟୋଜନ କରିଥିବାରୁ ଫିଫାକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଭବିଷ୍ୟତରେ ଫିଫା ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜ୍ୟ ଆଗ୍ରହୀ। ସାମାଜିକ ପରିବର୍ତ୍ତନ ପାଇଁ ଫୁଟ୍‌ବଲ ଏକ ବଳିଷ୍ଠ ମାଧ୍ୟମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଚାଲିଛି। ଫିଫା ସହଯୋଗରେ ସ୍କୁଲ୍‌ସ୍ତରୀୟ ଫୁଟ୍‌ବଲର ବିକାଶ କରାଯାଇପାରିବ। ବିଜେଡି ଏମ୍‌ପି ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଭିଜନ ଓଡ଼ିଶାରେ କ୍ରୀଡ଼ାର ଇକୋ ସିଷ୍ଟମ ସୃଷ୍ଟି କରିବାରେ ସହାୟତା କରିଛି। ଫିଫାର ଫୁଟ୍‌ବଲ ଫର ସ୍କୁଲ୍‌ସ ନିର୍ଦ୍ଦେଶକ ଫାତିମାତା ସୋ ସିଡବେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଓଡ଼ିଶାରେ କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ସମାଜକୁ ବଦଳାଇବା କ୍ଷେତ୍ରରେ ଫୁଟ୍‌ବଲ ଏକ ଶକ୍ତିଶାଳୀ ପ୍ଲାଟ୍‌ଫର୍ମ। ଏହାକୁ ସମଗ୍ର ବିଶ୍ୱବ୍ୟାପ୍ତ କରିବା ‘ଫୁଟ୍‌ବଲ ଫର୍‌ ଅଲ୍‌’ର ଲକ୍ଷ୍ୟ ବୋଲି ସେ କହିଛନ୍ତି।
ୟୁନିଟ୍‌-୯ ଓ କ୍ୟାପିଟାଲ ହାଇସ୍କୁଲ ପିଲାଙ୍କୁ କ୍ରୀଡ଼ାମନ୍ତ୍ରୀ ଫୁଟ୍‌ବଲ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି)ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡ୍‌ରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri