ପୁନରୁଦ୍ଧାର ହେବ ୪୨,୬୫୮ ହେକ୍ଟର ଜଳସେଚିତ ଜମି

ଯାଜପୁର ଅଫିସ,୨୬ା୪:ସରକାର ରାଜ୍ୟ ବ୍ୟାପୀ ଶତପ୍ରତିଶତ ଜମିରେ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନାରେ ପ୍ରକଳ୍ପଗୁଡ଼ିକରେ ଅଧିକରୁ ଅଧିକ ସେଚ ସାମର୍ଥ୍ୟ ବୃଦ୍ଧି କରିବା, କେନାଲର ରକ୍ଷଣାବେକ୍ଷଣ, ଫସଲ ଖସଡ଼ା ପ୍ରସ୍ତୁତି, ସୁଷମ ଜଳ ଆବଣ୍ଟନ ସକାଶେ ପାଣି ପଞ୍ଚାୟତ ସଂଖ୍ୟା ତଥା ଦକ୍ଷତା ବୃଦ୍ଧି କରାଯାଉଥିବା କୁହାଯାଉଛି। ପ୍ରତିବର୍ଷ ଅଧିକରୁ ଅଧିକ ସେଚନାଳୀ ନିର୍ମାଣ, ଗୋଷ୍ଠୀ ଜଳାଶୟ ମରାମତି, ପରିଚାଳନା ଓ ପୁନରୁଦ୍ଧାର ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି। ହେଲେ ଜଳସମ୍ପଦ ବିଭାଗ ଅଧୀନ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକ ପୁରୁଣା ହୋଇଯାଇଥିବାରୁ ନିର୍ଦ୍ଧାରିତ କ୍ଷମତାଠାରୁ କମ୍‌ ଜମିରେ ପାଣି ମାଡୁଥିବା ବିଭାଗ ସ୍ବୀକାର କରିଛି। ଏହି କାରଣରୁ ସାରା ରାଜ୍ୟରେ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା(ଏନ୍‌ସିଏସ୍‌ୟୁୱାଇ) କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ଗତ ୨୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୨୦୨୦-୨୧ରୁ ୨୦୨୪-୨୫ ୫ବର୍ଷ ପାଇଁ ୮୨୩.୪୫ କୋଟି ଟଙ୍କା ବ୍ୟୟରେ ୪୨,୬୫୮ ହେକ୍ଟର ଜଳସେଚିତ ଜମିର ପୁନରୁଦ୍ଧାର କରାଯିବାକୁ ଲକ୍ଷ୍ୟ ଥିବା ଦର୍ଶାଯାଇଛି। ଏହାସହ ଅତିରିକ୍ତ ଭାବେ ୭,୪୪୨ ହେକ୍ଟର ଜମି ଜଳସେଚନ କରିବାକୁ ଲକ୍ଷ୍ୟ ରହିଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଦିନ ୨୩ ନଭେମ୍ବର ୨୦୧୭ରେ ଏହି ସେଚ ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିଲେ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାରେ ପ୍ରଥମ ୩ ବର୍ଷ ପାଇଁ ପ୍ରାଥମିକ ଭାବେ ୬୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା ହୋଇଥିଲା। ଏହି ଅର୍ଥରେ ହଜିଯାଇଥିବା କମାଣ୍ଡ ଅଞ୍ଚଳର ପୁନରୁଦ୍ଧାର ଏବଂ ଜଳସେଚନ କମାଣ୍ଡରେ ଅତିରିକ୍ତ ଆୟକଟ ସୃଷ୍ଟି ଯୋଜନା ରହିଥିଲା। ବୃହତ୍‌ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ୧୮,୮୫୪ ହେକ୍ଟର ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ୱାରା ୨୪,୪୨୨ ହେକ୍ଟର ଜଳସେଚନ ସମ୍ଭାବନାକୁ ପୁନର୍ଜୀବିତ କରାଯାଇଛି ଏବଂ ୮,୬୧୧ ହେକ୍ଟର ଜମିରେ ନୂତନ ଆୟାକଟ ସୃଷ୍ଟି କରାଯାଇଛି ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି। ହେଲେ ଉକ୍ତ ଅର୍ଥ ଉପଯୁକ୍ତ ଭାବେ ଖର୍ଚ୍ଚ ହୋଇ ନ ଥିବା କାରଣରୁ ସରକାରଙ୍କ ଲକ୍ଷ୍ୟ ପରାହତ ହୋଇଛି ବୋଲି ମତପ୍ରକାଶ ପାଇଛି। ବର୍ତ୍ତମାନ ଏହି ଯୋଜନାକୁ ସରକାର ରାଜ୍ୟ ସାରା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଚାଷୀଙ୍କ ବିକାଶରେ ଦେଶର ଅର୍ଥନୀତି ନିର୍ଭରଶୀଳ ବୋଲି ବିଶ୍ୱାସ ରହିଛି। ତଦନୁଯାୟୀ ରାଜ୍ୟ ସରକାର କୃଷି କ୍ଷେତ୍ର ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ପ୍ରଶାସନିକ କଳରେ ଅବହେଳା ଯୋଗୁ ଯୋଜନାର ସଫଳତା ବହୁ ଦୂରରେ ରହିଯାଉଛି। ଫଳରେ ପୂର୍ବରୁ ଯେତେ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ଜମିରେ ଜଳସେଚନ ହୋଇ ପାରି ନ ଥିବା ମତପ୍ରକାଶ ପାଇଛି। ଯାଜପୁର ଜିଲାରେ ମେଗା ଉଠାଜଳସେଚନ ପ୍ରକଳ୍ପକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏଥିରେ ଜିଲାର ବଡ଼ଚଣା, ବରୀ, ଧର୍ମଶାଳା, ଯାଜପୁର ଓ ରସୁଲପୁର ବ୍ଲକ ଅଞ୍ଚଳର ୯ଟି ପ୍ରକଳ୍ପ ଦ୍ୱାରା ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ପରିକଳ୍ପନା ହୋଇଥିଲା। ହେଲେ ସେଥିରୁ ଏଯାଏ ଗୋଟିଏ ବି ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri