୪୧୩ ଗାଁ ପ୍ରଭାବିତ, ୧୦୭୩୯ ହେକ୍ଟର ଚାଷ ନଷ୍ଟ

ବାଲେଶ୍ୱର ଅଫିସ, ୧୮।୧୦-ବାଲେଶ୍ୱର ଜିଲାରେ ଗତ ସେପ୍ଟେମ୍ବରରେ ହୋଇଥିବା ଦୁଇଟି ଲଘୁଚାପଜନିତ ବର୍ଷା ଓ ବନ୍ୟାରେ ୩୦କୋଟିର କ୍ଷୟକ୍ଷତି ହୋଇଥିବା ନେଇ ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ବନ୍ୟା ଆସି ଭୋଗରାଇ, ବାଲିଆପାଳ, ଜଳେଶ୍ୱର, ବସ୍ତା, ରେମୁଣା, ସଦର ଓ ନୀଳଗିରି (୭ଟି ବ୍ଲକ)ରେ ବ୍ୟାପକ କ୍ଷତି ହୋଇଛି।
ଉକ୍ତ ୭ଟି ବ୍ଲକର ବହୁ ଗାଁରେ ନଦୀ ପାଣି ପଶିବା ସହ ଚାଷ ନଷ୍ଟ ହୋଇଥିଲା। ଜିଲା ପ୍ରଶାସନ ଆକଳନ ଅନୁଯାୟୀ ଜିଲାର ୮୮ଟି ପଞ୍ଚାୟତ ୪୧୩ ଗାଁର ୨ଲକ୍ଷ ୮୯ହଜାର ୯୬ଜଣ ଗ୍ରାମବାସୀ ପ୍ରଭାବିତ ହୋଇଥିଲେ। ୭୧୯ଟି ଚାଳଛପର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ୭୨୮ଟି କଚ୍ଚା ଘର ଭାଙ୍ଗିଛି। ନଷ୍ଟ ହୋଇଥିବା ଚାଳ ଓ କଚ୍ଚାଘରର ଆକଳନ ମୂଲ୍ୟ ୨କୋଟି ୮ଲକ୍ଷ ୨୪ହଜାର ବୋଲି ଦର୍ଶାଯାଇଛି। ଘର ଭାଙ୍ଗି ଯାଇଥିବାରୁ କିଏ ପଲିଥିନ୍‌ ତଳେ ତ ଆଉ କିଏ ପଡ଼ୋଶୀଙ୍କ ବାରଣ୍ଡାରେ ଆଶ୍ରୟ ନେଉଛନ୍ତି। ସେମାନଙ୍କୁ ତୁରନ୍ତ ଆବାସ ଯୋଗାଇ ଦେବାର ଆବଶ୍ୟକତା ରହିଛି। ବନ୍ୟାରେ କାହାର ମୃତ୍ୟୁ ହୋଇ ନ ଥିବାବେଳେ ୪ଟି ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ ପଞ୍ଚାୟତରେ ୯୯୨ କି.ମି. ରାସ୍ତା ନଷ୍ଟ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଯାଉଥିବା ୧୯.୬୭ କି.ମି. ଗାଁ ରାସ୍ତା ଓ କୋଠାଘର କ୍ଷତିଗ୍ରସ୍ତ ହୋଇଛି। ୯୩.୫୫ କି.ମି. ଡ୍ରେନେଜ ନଷ୍ଟ ହୋଇଥିବା ବେଳେ ୪୭୨ ୟୁନିଟ୍‌ ବିଦ୍ୟୁତ ବିଭାଗର କ୍ଷତି ହୋଇଛି। ବନ୍ୟା ପାଣି ପଶି ଜିଲାରେ ମୋଟ ୧୦ହଜାର ୭୩୯ ହେକ୍ଟର ଚାଷ ନଷ୍ଟ ହୋଇଛି। ବନ୍ୟା ସମୟରେ ବିଭିନ୍ନ ସ୍ଥାନରେ ୩୬ଟି ନିରାପଦ କେନ୍ଦ୍ର ଖୋଲାଯାଇଥିଲା। ଏସବୁ କେନ୍ଦ୍ରରେ ୩ହଜାର ୨୨୪ ଜଣ ଆଶ୍ରୟ ନେଇଥିଲେ। ୧ହଜାର ୫୫୨ ପରିବାରକୁ ପଲିଥିନ୍‌ ଦିଆଯାଇଥିବା ନେଇ ପ୍ରଶାସନ ରିପୋର୍ଟରେ ଦର୍ଶାଯାଇଛି। କ୍ଷୟକ୍ଷତି ଅର୍ଥରାଶି ଆସିଲେ କ୍ଷତିଗ୍ରସ୍ତଙ୍କ ପାଖରେ ତୁରନ୍ତ ପହଞ୍ଚାଇବାର ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…

ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...

ଭାଇରାଲ ହେଉଛି ସେଜଲଙ୍କ ମା’ଙ୍କ ହାତଲେଖା ଚିଠି, ଏଥିରେ ଲେଖିଛନ୍ତି ସବୁଠୁ ବଡ଼ ଦୁଃଖ ସମୟରେ ମୁଁ ତୁମ…

ବାଲେଶ୍ୱର,୧ା୧୨: ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ଏଥିରେ ସେ ଲେଖିଛନ୍ତି, ତୁମେ ଚାଲିଯାଉଥିବାରୁ ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି।...

ମହିଳା ଜନଶୁଣାଣି କାର୍ଯ୍ୟକ୍ରମ: ଶୁଣାଣି କଲେ ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟା

ବାଲେଶ୍ୱର, ୨୭।୧୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ ଅଡିଟରିୟମ ହଲରେ ଗୁରୁବାରଏକ ଦିବସୀୟ ମହିଳା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri