୪୧୩ ଗାଁ ପ୍ରଭାବିତ, ୧୦୭୩୯ ହେକ୍ଟର ଚାଷ ନଷ୍ଟ

ବାଲେଶ୍ୱର ଅଫିସ, ୧୮।୧୦-ବାଲେଶ୍ୱର ଜିଲାରେ ଗତ ସେପ୍ଟେମ୍ବରରେ ହୋଇଥିବା ଦୁଇଟି ଲଘୁଚାପଜନିତ ବର୍ଷା ଓ ବନ୍ୟାରେ ୩୦କୋଟିର କ୍ଷୟକ୍ଷତି ହୋଇଥିବା ନେଇ ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ବନ୍ୟା ଆସି ଭୋଗରାଇ, ବାଲିଆପାଳ, ଜଳେଶ୍ୱର, ବସ୍ତା, ରେମୁଣା, ସଦର ଓ ନୀଳଗିରି (୭ଟି ବ୍ଲକ)ରେ ବ୍ୟାପକ କ୍ଷତି ହୋଇଛି।
ଉକ୍ତ ୭ଟି ବ୍ଲକର ବହୁ ଗାଁରେ ନଦୀ ପାଣି ପଶିବା ସହ ଚାଷ ନଷ୍ଟ ହୋଇଥିଲା। ଜିଲା ପ୍ରଶାସନ ଆକଳନ ଅନୁଯାୟୀ ଜିଲାର ୮୮ଟି ପଞ୍ଚାୟତ ୪୧୩ ଗାଁର ୨ଲକ୍ଷ ୮୯ହଜାର ୯୬ଜଣ ଗ୍ରାମବାସୀ ପ୍ରଭାବିତ ହୋଇଥିଲେ। ୭୧୯ଟି ଚାଳଛପର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ୭୨୮ଟି କଚ୍ଚା ଘର ଭାଙ୍ଗିଛି। ନଷ୍ଟ ହୋଇଥିବା ଚାଳ ଓ କଚ୍ଚାଘରର ଆକଳନ ମୂଲ୍ୟ ୨କୋଟି ୮ଲକ୍ଷ ୨୪ହଜାର ବୋଲି ଦର୍ଶାଯାଇଛି। ଘର ଭାଙ୍ଗି ଯାଇଥିବାରୁ କିଏ ପଲିଥିନ୍‌ ତଳେ ତ ଆଉ କିଏ ପଡ଼ୋଶୀଙ୍କ ବାରଣ୍ଡାରେ ଆଶ୍ରୟ ନେଉଛନ୍ତି। ସେମାନଙ୍କୁ ତୁରନ୍ତ ଆବାସ ଯୋଗାଇ ଦେବାର ଆବଶ୍ୟକତା ରହିଛି। ବନ୍ୟାରେ କାହାର ମୃତ୍ୟୁ ହୋଇ ନ ଥିବାବେଳେ ୪ଟି ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ ପଞ୍ଚାୟତରେ ୯୯୨ କି.ମି. ରାସ୍ତା ନଷ୍ଟ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଯାଉଥିବା ୧୯.୬୭ କି.ମି. ଗାଁ ରାସ୍ତା ଓ କୋଠାଘର କ୍ଷତିଗ୍ରସ୍ତ ହୋଇଛି। ୯୩.୫୫ କି.ମି. ଡ୍ରେନେଜ ନଷ୍ଟ ହୋଇଥିବା ବେଳେ ୪୭୨ ୟୁନିଟ୍‌ ବିଦ୍ୟୁତ ବିଭାଗର କ୍ଷତି ହୋଇଛି। ବନ୍ୟା ପାଣି ପଶି ଜିଲାରେ ମୋଟ ୧୦ହଜାର ୭୩୯ ହେକ୍ଟର ଚାଷ ନଷ୍ଟ ହୋଇଛି। ବନ୍ୟା ସମୟରେ ବିଭିନ୍ନ ସ୍ଥାନରେ ୩୬ଟି ନିରାପଦ କେନ୍ଦ୍ର ଖୋଲାଯାଇଥିଲା। ଏସବୁ କେନ୍ଦ୍ରରେ ୩ହଜାର ୨୨୪ ଜଣ ଆଶ୍ରୟ ନେଇଥିଲେ। ୧ହଜାର ୫୫୨ ପରିବାରକୁ ପଲିଥିନ୍‌ ଦିଆଯାଇଥିବା ନେଇ ପ୍ରଶାସନ ରିପୋର୍ଟରେ ଦର୍ଶାଯାଇଛି। କ୍ଷୟକ୍ଷତି ଅର୍ଥରାଶି ଆସିଲେ କ୍ଷତିଗ୍ରସ୍ତଙ୍କ ପାଖରେ ତୁରନ୍ତ ପହଞ୍ଚାଇବାର ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri