ଜୀବନ୍ତ ଜଳିଗଲେ ୪୧ କଏଦୀ…

ଜାକର୍ତ୍ତା,୮।୯: ଇଣ୍ଡୋନେସିଆର ବଣ୍ଟେନ ପ୍ରଦେଶର ଏକ ଜେଲରେ ଅଗ୍ନିକାଣ୍ଡ ଘଟି ୪୧ ଡ୍ରଗ୍ସ କଏଦୀଙ୍କର ମୃତ୍ୟୁ ଘଟିଛି ଏବଂ ୩୯ ଜଣ ଆହତ ହୋଇଛନ୍ତି। ଆହତ କଏଦୀଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜେଲ ବିଭାଗ, ଆଇନ ଏବଂ ମାନବ ଅଧିକାର ମନ୍ତ୍ରଣାଳୟର ମୁଖପାତ୍ର ରିକା ଅପ୍ରିନ୍ତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଅଗ୍ନିକାଣ୍ଡର କାରଣ ନେଇ ଅନୁସନ୍ଧାନ କରାଯାଉଛି ବୋଲି ସେ କହିଛନ୍ତି। ମଙ୍ଗଳବାର-ବୁଧବାର ବିଳମ୍ବିତ ରାତ୍ର ଗୋଟାଏରୁ ୨ଟା ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିବା ସେ କହିଛନ୍ତି। ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ ସମସ୍ତ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିଲା ବୋଲି ସେ ପ୍ରକାଶ କରିିଛନ୍ତି।

ଜାକର୍ତ୍ତା ଉପକଣ୍ଠରେ ଥିବା ତାଙ୍ଗେରଙ୍ଗ ଜେଲର ବ୍ଲକ-ସିରେ ଏଭଳି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ବ୍ଲକ-ସି ୧୨୨ ଦଣ୍ଡାଦେଶ ହୋଇଥିବା କଏଦୀ ଥିଲେ।

ତାଙ୍ଗେରଙ୍ଗ ଜେଲକୁ ନିୟନ୍ତ୍ରଣ କରିବା ପାଇଁ ଶହେରୁ ଅଧିକ ପୋଲିସ ଏବଂ ସୈନିକଙ୍କୁ ନିୟୋଜିତ ହୋଇଛନ୍ତି। ଏହି କାରାଗାରରେ ୧,୨୨୫ କଏଦୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏବେ ଏଠାରେ ୨,୦୦୦ରୁ ଅଧିକ କଏଦୀ ରହିଛନ୍ତି।

ସୂଚନାଯୋଗ୍ୟ, ଇଣ୍ଡୋନେସିଆରେ ଜେଲ ଭାଙ୍ଗିବା ଏବଂ ଦଙ୍ଗା ଯୋଗୁଁ ଅଗ୍ନିକାଣ୍ଡ ଘଟିବା ସାଧାରଣ ଘଟଣା। ଏଠାରେ ଥିବା ଜେଲଗୁଡିକରେ ଅତ୍ୟଧିକ ଭିଡ଼ ଏକ ସମସ୍ୟା ପାଲଟିଛି। ଆବଶ୍ୟକ ବିକାଶ ପାଣ୍ଠି ଅଭାବରୁ ଜେଲଗୁଡିକର ଅବସ୍ଥା ଖରାପ ହେବାରେ ଲାଗିଛି। ବେଆଇନ ଡ୍ରଗ କାରବାର ଅଭିଯୋଗ ଏଠାରେ ବହୁ ସଂଖ୍ୟକ ଲୋକଙ୍କୁ ଗିରଫ କରାଯାଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍ ହ୍ୟାକ୍

ଭୁବନେଶ୍ବର,୪।୯: ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫୋନ୍ / ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଯାଇଛି। ସୋସିଆଲ ମିଡିଆରେ ଆଚାର୍ଯ୍ୟ ଏ ନେଇ ଜଣାଇଛନ୍ତି।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ହିନ୍ଦୁଧର୍ମର ଉଦାରତା ଉପରେ ଆଲୋକପାତ

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୁକ୍ରବାର କୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ଲକ୍ଷ୍ମଣାନନ୍ଦ…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ଦଶ’ରା, ଦୀପାବଳିରେ ଘରକୁ ଯିବାକୁ ଚାହୁଁଥିଲେ ଖୁସିଖବର, ସ୍ପେଶାଲ ଟ୍ରେନ୍‌କୁ ନେଇ ରେଲେଓ଼୍ବର ବଡ଼ ଘୋଷଣା

ନୂଆଦିଲ୍‌ଲୀ,୪।୯: ନିଜ ଘରଠାରୁ ଦୂରରେ ଦିଲ୍ଲୀ, ମୁମ୍ୱାଇ, ଚଣ୍ଡିଗଡ଼ ଏବଂ ଅନ୍ୟାନ୍ୟ ବଡ଼ ବଡ଼ ସହରରେ ରହୁଥିବା ଲୋକଙ୍କ ପାଇଁ ଖୁସି ଖବର। ଦଶହରା, ଦୀପାବଳି ଏବଂ…

ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା ଅନ୍ତର୍ଜାତୀୟ ବିମାନ ବନ୍ଦର! ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ସେପ୍ଟେମ୍ବର ୪ ଅପରାହ୍ନରେ ଆରମ୍ଭ ହୋଇଥିବା ବର୍ଷା ପରେ ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ପାଣି ଜମି ରହିବା…

ଜନ୍ମାଷ୍ଟମୀରେ ମହାସଂଯୋଗ କରିବ ମନି ମେକର୍‌, ୯ଟି ରାଶି ହେବ ଧନବାନ!

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ବିରଳ ଏବଂ ଶୁଭଙ୍କର। ୪ ସେପ୍ଟେମ୍ୱର…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri