ପଡ଼ିଆ ପଡ଼ିଛି ୪୦ ପ୍ରତିଶତ ଚାଷଜମି

ଖଇରା,୨୨।୧୦(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି କରୁଥିବା ନେଇ ଡିଣ୍ଡମ ପିଟୁଛନ୍ତି । ହେଲେ ସେପଟେ ସାର ଓ କୀଟନାଶକ ଦର ବର୍ଷକୁ ବର୍ଷ ହୁ ହୁ ହୋଇ ବଢୁଛି । ଜଳସେଚନ ବ୍ୟବସ୍ଥା ନ ଥିବାରୁ ଚାଷୀ ଠିକ୍‌ ସମୟରେ ରୁଆ ପୋତା କାର୍ଯ୍ୟ କରିପାରୁନି। ୫୦ରୁ ଅଧିକ ଉଠା ଜଳସେଚନ ଓ ବୋରଓ୍ବେଲ ଅକାମୀ ହୋଇପଡ଼ିଛି। ବିଳମ୍ବରେ ଚାଷ ଆରମ୍ଭ ଯୋଗୁ ଅମଳ ମଧ୍ୟ ଯଥେଷ୍ଟ କମିଯାଉଛି ।
ବଜାର ଦର ଯାହା ଚାଷ ଖର୍ଚ୍ଚ ମଧ୍ୟ ଭରଣା ହେଉନି । ଏଭଳି ପ୍ରତିକୂଳ ପରିସ୍ଥିତି ପାଇଁ ଖଇରା ବ୍ଲକର ୩୦ ପଞ୍ଚାୟତରେ ଚଳିତବର୍ଷ ୪୦ଭାଗ ଜମି ପଡ଼ିଆ ପଡ଼ିଛି।
ବେଳ ହୁଁ ସାବଧାନ ନ ହେଲେ ଆଗକୁ ଅଧିକ ଜମି ପଡ଼ିଆ ପଡ଼ିବା ସହ ଦାଦନ ଶ୍ରମିକଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିବାର ସମ୍ଭାବନା ରହିଛି। ପ୍ରକାଶ ଯେ, ଖରିଫ ଋତୁରେ ଧାନ ଚାଷ ହେଉଥିବା ମୋଟ ୧୯ହଜାର ୪୦୦ ହେକ୍ଟର ଚାଷ ଜମି ମଧ୍ୟରୁ ଅନ୍ୟୁନ ୧୨ହଜାର ହେକ୍ଟର ଚାଷ ଜମିରେ ଚାଷ ପାଇଁ ଚାଷୀ ମୌସୁମୀ ଓ ଲଘୁଚାପ ଉପରେ ନିର୍ଭର କରିଥାନ୍ତି। ବ୍ଲକର ସାରଡାଙ୍ଗ, ନନ୍ଦୁରୁ, ମହତୀପୁର, ଗୋବିନ୍ଦପୁର, କୁରୁଣ୍ଟା, ଖଇରା, ନୟାଖଣ୍ଡି, ଶ୍ୟାମସୁନ୍ଦରପୁର, ଅଚ୍ୟୁତପୁର, ମାଖନପୁର, ଗଗନଧୂଳି, ଡଗରପଡା, ଡାଲଙ୍ଗ, ସାରୁଗାଁ, ସୁଣ୍ଢିରା, ଗଡପୋଖରୀ, କୁପାରୀ, କଇଥଗଡିଆ, ପଳସା, ଗୋଳିହା, ସାରକୋଣା ଆଦି ପଞ୍ଚାୟତରେ ଜଳସେଚନ ବ୍ୟବସ୍ଥା ନ ଥିବା କାରଣରୁ ବର୍ଷା ଏବଂ କାଁ ଭାଁ ଉଠାଜଳସେଚନ ଉପରେ ନିର୍ଭର କରିଥାନ୍ତି ।
ହେଲେ ଗତବର୍ଷ ମୌସୁମୀ ଓ ଲଘୁଚାପ ବର୍ଷା ଧୋକା ଦେଲା। ବହୁ ବିଳମ୍ବରେ ବର୍ଷା ଯୋଗୁ ବହୁ ଚାଷୀ ବିଲକୁ ଯାଇ ନ ଥିଲେ। ଯେଉଁମାନେ ଚାଷ କଲେ ଏକରରେ ୧୦ରୁ ୧୨ କୁଇଣ୍ଟାଲ ଧାନ ମିଳିଲା। ଯେଉଁ କାରଣରୁ ଚଳିତବର୍ଷ ବ୍ଲକରେ ପାଖାପାଖି ୪ହଜାର ୮ଶହ ହେକ୍ଟର ଜମି ପଡ଼ିଆ ପଡ଼ିଛି। ବାହାର ଦଲାଲମାନଙ୍କଠାରୁ ଯାହା ମିଳିଲା ତାହା ଅଧା ଖର୍ଚ୍ଚ ବି ଭରଣା ହେଲାନି ବୋଲି ଚାଷୀ ପ୍ରଶାନ୍ତ କୁମାର ରାଉତ କହିଛନ୍ତି । ହେଲେ ଚଳିତବର୍ଷ ମଧ୍ୟ ଆହୁରି ଅବସ୍ଥା ସାଂଘାତିକ। ସାର ଦର ୨ ଗୁଣା ହେବା ତାହା ପୁଣି ବଜାରରେ ଉପଲବ୍ଧ ନ ହେବା, ଉଠାଜଳସେଚନ ଅକାମୀ ହୋଇ ରହିବା, ଘରୋଇ ଏଜେନ୍ସି ଏବଂ ସମବାୟ ସମିତି ମାଧ୍ୟମରେ ଦିଆଯାଉଥିବା ବିହନ ଠିକ୍‌ ଭାବେ ଗଜା ନ ହେବା, ଷଣ୍ଢଙ୍କ ପ୍ରାଦୁର୍ଭାବ, ଆମ୍ବହତା କେନାଲ ଅସମ୍ପୂର୍ଣ୍ଣ ଯୋଗୁ ପାଣି ନ ଆସିବା ଭଳି କାରଣ ଯୋଗୁ ବହୁ ଚାଷୀ ଚାଷରୁ ମୁହଁ ଫେରାଇ ନେଇଥିବା ଗନ୍ଧାଳି ଗ୍ରାମର ସଞ୍ଜୟ ବେହେରା କହିଛନ୍ତି। ଠିକ୍‌ ସମୟରେ ବର୍ଷା ନ ହେବା ତଥା ତଳି ଗଜା ନ ହେବା ଯୋଗୁ ଏଥର ଚାଷ ଜମି ପଡ଼ିଆ ପଡ଼ିଥିବା ନେଇ ଦିଘି ତେନ୍ତୁଳି ଗ୍ରାମର ନିର୍ମଳ ପାଢୀ ଓ ପୁରସ୍ତମ ଦାସ କହିଛନ୍ତି । ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ସରୋଜ କୁମାର ଜେନାଙ୍କ ମତାମତ ନେବାରେ ସେସବୁ ପଞ୍ଚାୟତରୁ ରିପୋର୍ଟ ଆଣିବା ପରେ କେତେ ପଡ଼ିଆ ପଡ଼ିଛି ତାର ଆକଳନ କରାଯାଇପାରିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri