୪୦ ପ୍ରତିଶତ ଡାକ୍ତର ପଦବୀ ଖାଲି: କଂଗ୍ରେସ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜଗୁଡ଼ିକରେ ୪୦ ପ୍ରତିଶତରୁ ଅଧିକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମେତ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି। ସ୍ବାସ୍ଥ୍ୟ ବିଭାଗ ଏହି ପଦବୀଗୁଡ଼ିକ ପୂରଣ ଦିଗରେ ସେପରି ଆଖିଦୃଶିଆ ପଦକ୍ଷେପ ନେଉନାହିଁ। ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଅର୍ଥ ହରିଲୁଟ ହେଉଛି। ମଙ୍ଗଳବାର ବିଧାନସଭାରେ ‘ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣି ବିରୋଧୀ ଦଳ ସଦସ୍ୟମାନେ ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି।
ମୁଲତବୀ ପ୍ରସ୍ତାବ ଆରମ୍ଭ କରି କଂଗ୍ରେସ ସଦସ୍ୟ ସିଏସ୍‌ ରାଜନ ଏକ୍କା କହିଥିଲେ, ସରକାରୀ ମେଡିକାଲ କଲେଜ ଓ ଅନ୍ୟ ଡାକ୍ତରଖାନାଗୁଡ଼ିକରେ ୪୦ ପ୍ରତିଶତ ଡାକ୍ତର ପଦବୀ ଖାଲିପଡ଼ିଛି। ସିଏଚ୍‌ସି, ପିଏଚ୍‌ସିରେ ୭ହଜାର ସ୍ବାସ୍ଥ୍ୟକର୍ମୀ, ୧୦ହଜାର ଷ୍ଟାଫ୍‌ନର୍ସ, ୬ ହଜାର ଫାର୍ମାସିଷ୍ଟ ପଦବୀ ଖାଲି ରହିଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଭିମ୍‌ସାରରେ ୧୨ ପ୍ରଫେସର ପଦବୀ, ୩୦ ଆସୋସିଏଟ ପ୍ରଫେସର ପଦବୀ ଖାଲି ରହିଛି। ଭିମ୍‌ସାରରେ ସମୁଦାୟ ଶଯ୍ୟା ସଂଖ୍ୟା ୧୦୧୮। ସେହି ଅନୁସାରେ ୫ରୁ ୮ପ୍ରତିଶତ ଆଇସିୟୁ ବେଡ୍‌ ରହିବା କଥା। ମାତ୍ର ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଛି। ସୁନ୍ଦରଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲା। ପ୍ରଥମ ବ୍ୟାଚ୍‌ ଛାତ୍ରୀଛାତ୍ର ନାମଲେଖାଇଲେ। କିନ୍ତୁ ୫ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏଯାଏ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ କହିଲେ, କଟକ ଜିଲା ବଡ଼ମ୍ବା ନରସିଂହପୁର ପରେ ବଲାଙ୍ଗୀର ଲୋଇସିଂହା ଏବେ କିଡ୍‌ନୀ ରୋଗର ହଟ୍‌ସ୍ପଟ୍‌ ପାଲଟିଛି। ସରକାର ସହାୟ ନାମରେ ମାଗଣା ଡାୟଲିସିସ ବ୍ୟବସ୍ଥା ହୋଇଛି। ହେଲେ ସବୁଆଡ଼େ ସେ ସୁବିଧା ନାହିଁ। ଶିଶୁ ମୃତ୍ୟୁହାର ହ୍ରାସ କରିଛନ୍ତି ବୋଲି ସରକାର ବାହାବା ନେଉଛନ୍ତି। ମାତ୍ର ୨୦୧୬-୧୭ରୁ ୨୦୨୧-୨୨ ମଧ୍ୟରେ ପାଞ୍ଚ ବର୍ଷରୁ କମ୍‌ ୯୨ହଜାର ଶିଶୁଙ୍କ ମୃତ୍ୟୁ ହୋଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଠକେଇ ର଼୍ୟାକେଟ ଚାଲିଛି। ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଉଛି। ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ଯୋଜନାରେ ୩ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ କାହିଁକି ଲାଗୁ ହେଉନି ବୋଲି ସେ ପ୍ରଶ୍ନ କରିଥିଲେ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, ରାଜ୍ୟରେ ୭ଟି ମେଡିକାଲ କଲେଜ କରିବାକୁ ତତ୍କାଳୀନ ଉପା ସରକାର ନିଷ୍ପତ୍ତି ନେଇଥିଲେ। ରାଜ୍ୟକୁ ପ୍ରତି କଲେଜ ପାଇଁ ୧୦୦ କୋଟି ଲେଖାଏ ଦେଇଥିଲେ। ତ୍‌ସେ ପଇସା କୁଆଡ଼େ ଗଲା। ରାଜ୍ୟର ବିଭିନ୍ନ ମେଡିକାଲରେ ୧୦ ହଜାର ପଦବୀ ଖାଲି ପଡ଼ିଛି ବୋଲି ବାହିନୀପତି ପ୍ରଶ୍ନ କରିଥିଲେ। ସେହିପରି ଭାଜପା ସଭ୍ୟ ବୁଢ଼ାନ ମୁର୍ମୁ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ଶାସକ ଦଳର ସଦସ୍ୟ ନୃସିଂହ ସାହୁ, ପ୍ରମୋଦ ମଲ୍ଲିକ ଏବଂ ଧ୍ରୁବଚରଣ ସାହୁ ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ବ୍ୟାପକ କରିବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାଠାରୁ ଆରମ୍ଭ କରି ଅନେକ ଯୋଜନା କରିଥିବା କହିଥିଲେ।
ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉତ୍ତର ରଖି କହିଥିଲେ, ଗୁଣାତ୍ମକ ସ୍ବାସ୍ଥ୍ୟ ସେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ସରକାର ସ୍ବାସ୍ଥ୍ୟସେବା ପାଇଁ ସର୍ବଭାରତୀୟ ସ୍ତରରେ ଆଦୃତ ହୋଇଛନ୍ତିି। ସ୍ବାସ୍ଥ୍ୟ ବଜେଟର ୩୦ ପ୍ରତିଶତ ଔଷଧ ବାବଦରେ ଖର୍ଚ୍ଚ ହେଉଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୯୬.୫ ଲକ୍ଷ ପରିବାର ଲାଭବାନ ହେଉଛନ୍ତି। ୮ଲକ୍ଷ ୨୫ ହଜାର ୩୪୨ ହିତାଧିକାରୀ ଚିକିତ୍ସିତ ହୋଇଛନ୍ତି। ଚିକିତ୍ସା ବାବଦରେ ସରକାର ୧୪୪୩.୭୮କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରୀ ଚିକିତ୍ସାଳୟ ଉନ୍ନତି ପାଇଁ ଆମ ହସ୍ପିଟାଲ ଯୋଜନା ଆରମ୍ଭ ହୋଇଛି। ୯ମାସ ମଧ୍ୟରେ ୧୪୭ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରୂପାନ୍ତରଣ ହେବ। ଆୟୁଷ ଚିକିତ୍ସାକୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏବେ ରାଜ୍ୟରେ ୨୧୨୫ ମେଡିକାଲ ସିଟ୍‌ ଥିବାବେଳେ ଆସନ୍ତା ବର୍ଷ ୨୫ ଶହକୁ ବୃଦ୍ଧି କରାଯିବ। ଚଳିତ ବର୍ଷ ୨୭୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୧୦,୭୭୪ ଥିବାବେଳେ ସେଥିରୁ ୭୧୮୦ ପଦବୀ ପୂରଣ ହୋଇଛି। ଖାଲି ପଦବୀଗୁଡ଼ିକରେ ଆଡ୍‌ହକ ଡାକ୍ତର ନିଯୁକ୍ତି ଦିଆଯାଇଥିବା ବେଳେ ୯୧୮ ଜଣ ଡାକ୍ତରଙ୍କୁ କଣ୍ଟ୍ରାକ୍‌ଚୁଆଲ ନିଯୁକ୍ତି ଦିଆଯାଇଛି। ସେହିପରି ୭ ଜଣ ଡାକ୍ତରଙ୍କୁ କର୍ପସ ଫଣ୍ଡ ଓ ୭୧ ଜଣ ଡାକ୍ତରଙ୍କୁ ଡିଏମ୍‌ଏଫ୍‌ ଫଣ୍ଡରେ ନିଯୁକ୍ତି ଦିଆଯାଇଛି। ଅର୍ଥ ବିଭାଗର ମଞ୍ଜୁରୀ ପରେ ୨ ହଜାର କନିଷ୍ଠ ଡାକ୍ତର ପଦବୀ ସୃଷ୍ଟି କରି ଚଳିତ ବର୍ଷ ୩୪୮୧ ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri