ଭୁବନେଶ୍ୱର,(ବ୍ୟୁରୋ)/: କଟକ ଅଫିସ,୨୬ା୧୧ଚୋରି, ଡକାୟତି, ରାହାଜାନି ଓ ହତ୍ୟା ତଥା ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବ୍ୟବସ୍ଥା ରହିଛି। ଏନେଇ କମିଶନରେଟ ପୋଲିସ ମଧ୍ୟ ସର୍ବଦା ‘ୱି କେୟାର ୱି ଡେୟାର’ର ନାରା ଦେଉଛି। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। କମିଶନରେଟ ପୋଲିସର ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଅଧୀନରେ ହେଉଥିବା ଅପରାଧ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟରୁ ଏହା ବେଶ୍‌ ବାରି ହୋଇପଡ଼ୁଛି।

ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ଭୁବନେଶ୍ୱର ସହରରେ ମୋଟ ୪୦ ହତ୍ୟା ମାମଲା ପଞ୍ଜୀକୃତ ହୋଇଛି। ସେହିପରି ଚଳିତବର୍ଷ ଅକ୍ଟୋବର ୨୫ ସୁଦ୍ଧା ଭୁବନେଶ୍ୱର ଡିସିପି ଅଧୀନ ବିଭିନ୍ନ ଥାନା ଅଞ୍ଚଳରେ ଚୋରି ହୋଇଥିବା ସମ୍ପତ୍ତିରୁ ଖୁବ୍‌ କମ୍‌ ପରିମାଣ ଉଦ୍ଧାର କରାଯାଇଛି। ତଥ୍ୟ ମୁତାବକ ରାଜଧାନୀର୨୩ଟି ଥାନା ଅଞ୍ଚଳରୁ ଏହି ସମୟ ମଧ୍ୟରେ ୧୧କୋଟି ୭୫ଲକ୍ଷ ୨୨ହଜାର ୮୬୪ଟଙ୍କାର ସମ୍ପତ୍ତି ଚୋରି ହୋଇଥିବାବେଳେ ମାତ୍ର ୩କୋଟି ୭୨ଲକ୍ଷ ୪୩ ହଜାର ଟଙ୍କାର ସମ୍ପତ୍ତି ଉଦ୍ଧାର ହୋଇପାରିଛି। ତେବେ ସେହି ଉଦ୍ଧାର ସମ୍ପତ୍ତିକୁ ମାଲିକଙ୍କୁ ଫେରାଯାଇଛି କି ନାହିଁ ସେ ସମ୍ପର୍କରେ କିଛି ତଥ୍ୟ ଦିଆଯାଇନାହିଁ। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଭିଆଇପି ଅଞ୍ଚଳଭାବେ ପରିଚିତ ଶହୀଦ ନଗର ଥାନା ଅଞ୍ଚଳରୁ ସର୍ବାଧିକ ୨କୋଟି ଟଙ୍କାର ଚୋରି ହୋଇଛି। ସେହିପରି ଅନ୍ୟତମ ଜନଗହଳିପୂର୍ଣ୍ଣ ନୟାପଲ୍ଲୀ ଓ ଖଣ୍ଡଗିରି ଥାନା ଅଞ୍ଚଳରୁ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟ୍‌ ହୋଇଛି। ଶହୀଦ ନଗର ଥାନା, ଖଣ୍ଡଗିରି ଥାନା, ନୟାପଲ୍ଲୀ ଥାନା ଅଞ୍ଚଳରୁ ଯଥାକ୍ରମେ ୨କୋଟି ୮ଲକ୍ଷ ୫୫ହଜାର ୪୦୦, ୧ କୋଟି ୪୫ ଲକ୍ଷ ୭ହଜାର ୨୪୫ ଓ ୧ କୋଟି ୩୩ ଲକ୍ଷ ୪୭ ହଜାର ୭୨୦ ଟଙ୍କାର ସମ୍ପତ୍ତି ଚୋରି ହୋଇଛି। କିନ୍ତୁ ଉପରୋକ୍ତ ଥାନା ଅଞ୍ଚଳରୁ ଯଥାକ୍ରମେ ମାତ୍ର ୪୮ଲକ୍ଷ ୯୩ ହଜାର ୮୦୦ଟଙ୍କା, ୪୦ଲକ୍ଷ ୪୦ ହଜାର ଏବଂ ୩୯ ଲକ୍ଷ ୫ହଜାର ଟଙ୍କା ଜବତ ହୋଇଛି।

କ୍ୟାପିଟାଲ ଥାନା ଅଞ୍ଚଳରୁ ମୋଟ ୮୦ଲକ୍ଷ ୨୬ହଜାର ୧୯୯ଟଙ୍କାର ସମ୍ପତ୍ତି ଚୋରି ହୋଇଥିବାବେଳେ ୨୨ଲକ୍ଷ ୧୫ହଜାର ୪୯୯ ଟଙ୍କା ଏବଂ ଖାରବେଳ ନଗର ଥାନା ଅଞ୍ଚଳରୁ ୬୧ଲକ୍ଷ ୮୩ହଜାର ୪୦୦ ଟଙ୍କାରୁ ମାତ୍ର ୨୧ଲକ୍ଷ ୧୫ ହଜାର ଟଙ୍କାର ଚୋରି ସମ୍ପତ୍ତି ଜବତ ହୋଇଛି। ଏୟାରପୋର୍ଟ ଥାନା ୨୨ଲକ୍ଷ ୩୮ ହଜାରରୁ ୭ଲକ୍ଷ ୯୦ ହଜାର, ଲିଙ୍ଗରାଜ ଥାନା ୪୬ଲକ୍ଷ ୯୫ ହଜାରରୁ ୧୪ ଲକ୍ଷ ୩୫ ହଜାର, ଏୟାରଫିଲ୍‌ଡ ଥାନା ୬୦ଲକ୍ଷ ୬୬ହଜାରରୁ ୨୧ଲକ୍ଷ ୧୪ ହଜାର ୬୦୦, ଧଉଳି ଥାନା ୧୩ଲକ୍ଷ ୩୬ହଜାରରୁ ୪ଲକ୍ଷ ୧୯ହଜାର, ଜଟଣୀ ଥାନା ୪୦ଲକ୍ଷ ୯୩ ହଜାର ୨୯୦ରୁ ୧୩ଲକ୍ଷ ୬୨ ହଜାର ୭୨୦ ଟଙ୍କାର ସମ୍ପତ୍ତି ଜବତ ହୋଇଛି। ସେହିପରି ତମାଣ୍ଡୋ ଥାନା ୧୮ଲକ୍ଷ ୬୦ ହଜାରରୁ ୫ଲକ୍ଷ ୭୮ ହଜାର, ଭରତପୁର ଥାନା ୭୭ଲକ୍ଷ ୩୯ ହଜାର ୪୦୦ରୁ ୩୫ ଲକ୍ଷ ୮୮ହଜାର ୪୦୦, ବଡଗଡ଼ ଥାନା ୩୪ ଲକ୍ଷ ୯୩ ହଜାର ୬୧୦ରୁ ୮ଲକ୍ଷ ୬୭ ହଜାର ୬୦୦ ଟଙ୍କାର ସମ୍ପତ୍ତି ପୋଲିସ ଜବତ କରିପାରିଛି। ସେହିପରି ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ୫୩ଲକ୍ଷ ୯୪ ହଜାର ଟଙ୍କା ସମ୍ପତ୍ତି ଚୋରି ଅଭିଯୋଗ ହୋଇଥିବାବେଳେ ୧୫ଲକ୍ଷ ୫ହଜାର ଟଙ୍କା ମିଳିଛି। ବାଲିପାଟଣା ଥାନା ୯ଲକ୍ଷ ୫୪ ହଜାରରୁ ୨ଲକ୍ଷ ୩୪ ହଜାର, ବାଲିଅନ୍ତା ଥାନା ୧୫ଲକ୍ଷ ୭୨ ହଜାରରୁ ୮ଲକ୍ଷ ୩୨ ହଜାର, ମଞ୍ଚେଶ୍ୱର ଥାନା ୭୫ ଲକ୍ଷ ୩୫ ହଜାରରୁ ୪୭ଲକ୍ଷ ୩୬ହଜାର, ଚନ୍ଦ୍ରଶେଖରପୁର ଥାନା ୩୩ ଲକ୍ଷ ୨୩ ହଜାରରୁ ୫ଲକ୍ଷ ୩୦ ହଜାର, ଇମ୍ଫୋସିଟି ଥାନା ୨୩ଲକ୍ଷ ୮୦ହଜାରରୁ ୫ଲକ୍ଷ ୩୦ ହଜାର, ଚନ୍ଦକା ଥାନା ୧୪ଲକ୍ଷ ୯୧ହଜାରରୁ ୪ଲକ୍ଷ ୧୦ହଜାର, ନନ୍ଦନକାନନ ଥାନା ୪ଲକ୍ଷ ୩୨ହଜାର ୬୦୦ରୁ ୧ ଲକ୍ଷ ୪୨ ହଜାର ସମ୍ପତ୍ତି ଜବତ ହୋଇଛି।
୨୦୧୫ରୁ ଏଯାବତ୍‌ ତଥ୍ୟ ଅନୁସାରେ, ୨୦୧୫ରେ ୭୬୦ ବାଇକ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଥିବାବେଳେ ୭୩ଟି ଉଦ୍ଧାର ହୋଇପାରିଛି। ସେହିପରି ୨୦୧୬ରେ ୬୪୪ ରୁ ୧୫୫, ୨୦୧୭ରେ ୫୮୪ରୁ ୧୧୧, ୨୦୧୮ରେ ୬୬୭ରୁ ୯୨, ୨୦୧୯ରେ ୬୪୭ରୁ ୧୩୨, ୨୦୨୦ରେ ୬୮୨ରୁ ୧୩୨ ଏବଂ ୨୦୨୧ ବର୍ଷ ଅକ୍ଟୋବର ୨୫ ସୁଦ୍ଧା ୬୯୭ଟି ବାଇକ ଚୋରିରୁ ୧୦୫ଟି ଉଦ୍ଧାର କରାଯାଇପାରିଛି। ଅର୍ଥାତ ମୋଟ ଉପରେ ଦେଖିବାକୁ ଗଲେ ମାତ୍ର ୧୭ ପ୍ରତିଶତ ବାଇକ ଚୋରଙ୍କ ନିକଟରୁ ମୁକୁଳାଇବାରେ ପୋଲିସ ସମର୍ଥ ହୋଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାକାନ୍ତ ଦାଶଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଅନେକ ଘଟଣାରେ ଲୋକମାନେ ଚୋରି ସମ୍ପତ୍ତିର ପ୍ରକୃତ ମୂଲ୍ୟଠାରୁ ଅଧିକ ଚୋରି ହୋଇଥିବା ଦର୍ଶାଉଛନ୍ତି। ସମସ୍ତ ଘଟଣାକୁ ଗୁରୁତ୍ୱ ଦିଆଯାଇ ଚୋରି ସମ୍ପତ୍ତି ଉଦ୍ଧାର କରାଯାଉଛି। ସେହିପରି ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ହତ୍ୟା ମାମଲା କମ୍‌ ରହିଛି। ଅପରାଧ ପ୍ରବଣ ଯୁବଗୋଷ୍ଠୀକୁ ସଚେତନ ମାଧ୍ୟମରେ ଏଥିରୁ ନିବୃତ୍ତ କରିବାକୁ ସବୁସ୍ତରରେ ଚେଷ୍ଟା କରାଗଲେ ଅପରାଧ କମ୍‌ ହୋଇପାରିବ ବୋଲି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri