୪୦.୫୫% ପରିବାର ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ

ଭୁବନେଶ୍ୱର, ୧୪।୩(ବ୍ୟୁରୋ):ରାଜ୍ୟରେ ୪୦.୫୫% ପରିବାର ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆତ୍ମଶକ୍ତି ଟ୍ରଷ୍ଟ ଏବଂ ଏହାର ସହଯୋଗୀ ସଙ୍ଗଠନ ସମୂହ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା। ୩୫୦ଜଣ କର୍ମୀଙ୍କ ଦ୍ୱାରା ଗତ ଜାନୁୟାରୀରୁ ଫେବୃୟାରୀ ମଧ୍ୟ ଭାଗ ପର୍ଯ୍ୟନ୍ତ ଏହି ଅଧ୍ୟୟନ ହୋଇଥିଲା। ଓଡ଼ିଶାର ମାଲକାନାଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଗଜପତି, ବୌଦ୍ଧ, ନବରଙ୍ଗପୁର ଏବଂ ଦେବଗଡ଼ ଆଦି ୧୫ଟି ଜିଲାର ୮୯ ବ୍ଳକର ୮୬୬ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୯,୮୫୬ ଗଁାରେ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ୯,୩୭,୧୫୨ ପରିବାର ମଧ୍ୟରୁ ୪୦.୫୫ ପ୍ରତିଶତ ଘରେ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ନାହିଁ। ମୋଟ ୩୨,୯୬୦ ନଳକୂଅ ମଧ୍ୟରୁ ୧୨,୪୮୧ (୪୦.୯୩%)ଟି କାର୍ଯ୍ୟକ୍ଷମ ନାହିଁ। ମୋଟ ୧୨,୪୭୮ ଷ୍ଟାଣ୍ଡ ପୋଷ୍ଟ ମଧ୍ୟରୁ ୬,୦୬୬(୪୮.୬%)ଟି ଅଚଳ ରହିଛି। ସେହିପରି ପାଖାପାଖି ୬,୬୭୫(୫୬.୧୨%) ଗ୍ରାମବାସୀ ଦୈନନ୍ଦିନ ଦୂଷିତ ପାଣି ବ୍ୟବହାର କରନ୍ତି। ୨୮.୫୧% ଗ୍ରାମବାସୀ କାଦୁଆ ପାଣି ବ୍ୟବହାର କରୁଥିବା ବେଳେ ୨୯.୫୫% ଗ୍ରାମବାସୀ ପାନୀୟ ଜଳରେ ଲୌହ ଅଂଶ ପାଇଥାନ୍ତି। ୯,୩୭,୧୫୨ ପରିବାର ମଧ୍ୟରୁ ୧୪,୯୪୭ ପରିବାର (୬୫,୮୪୫ ଲୋକ) ନିୟମିତ ପାନୀୟ ଜଳରୁ ବଞ୍ଚତ୍ତ ହେଉଛନ୍ତ ଏବଂ ସମ୍ପୂର୍ଣ୍ଣ ଭାବେ ଝରଣା, ପୋଖରୀ ଓ ଚୁଆ (ଶୁଖିଲା ନଦୀ ବା ଝରଣାରେ ଖୋଳା ଯାଇଥିବା ଭୁତଳ ଜଳ) ଉପରେ ନିର୍ଭରଶୀଳ। ମୋଟାମୋଟି ଭାବେ ୩,୬୮,୬୯୪ ପରିବାରରେ ବିଶୁଦ୍ଧ ପାନୀୟ ଜଳର ଅଭାବ ରହିଛି, ଯାହାକି ସମୁଦାୟର ୪୦.୫୫% ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।
ଏ ସମ୍ପର୍କରେ ଆତ୍ମଶକ୍ତି ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ରୁଚି କାଶ୍ୟପ କହିଛନ୍ତି, ଜଳ ଜୀବନ ମିଶନ ଓ ବସୁଧା ଭଳି ଯୋଜନା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବା ସତ୍ତ୍ୱେ ରାଜ୍ୟର ଅନେକ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଆଜିସୁଦ୍ଧା ପହଞ୍ଚତ୍ ପାରିନାହିଁ। ଏହି ଉଦ୍‌ବେଗଜନକ ସ୍ଥିତିକୁ ଏଡ଼ାଇବା ପାଇଁ ସରକାର ନିଜ ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ବିତ କରିବା ଆବଶ୍ୟକ। ପରିଚାଳନା ଟ୍ରଷ୍ଟି କୋକୋ ସିଂ କହିଛନ୍ତି, ଅଚଳ ନଳକୂପ ଓ ଷ୍ଟାଣ୍ଡ୍‌ପୋଷ୍ଟଗୁଡ଼ିକ ମରାମତି ପାଇଁ ରାଜ୍ୟ ସରକାର ତୁରନ୍ତ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଜରିଆରେ ପଦକ୍ଷେପ ନିଅନ୍ତୁ। କାଦୁଅ ଓ ଲୌହ ମିଶ୍ରିତ ପାଣିକୁ ବ୍ୟବହାର ପୂର୍ବରୁ ଭଲ ଭାବରେ ବିଶୋଧନ କରାଯିବା ଆବଶ୍ୟକ। ଏଥିସହ ପାନୀୟ ଜଳ ସମସ୍ୟାରେ ପୀଡ଼ିତ ଲୋକଙ୍କୁ ଟ୍ୟାଙ୍କର ଜରିଆରେ ପାଣି ଉପଲବ୍ଧ କରାଇବା ପାଇଁ ଶୁଖା ଅଞ୍ଚଳ ବା ପାଣି ଅଭାବ ଅଞ୍ଚଳ ଯଥା ହଟ୍‌ସ୍ପଟ୍‌ ଅଞ୍ଚଳଗୁଡ଼ିକୁ ତୁରନ୍ତ ଚିହ୍ନଟ କରାଯିବା ଜରୁରୀ। ସମ୍ପ୍ରତି ଗ୍ରୀଷ୍ମ ପ୍ରବାହର ମୁକାବିଲା ସହ ରାଜ୍ୟର ଗ୍ରାମାଞ୍ଚଳରେ ଲାଗି ରହିଥିବା ଜଳ ସଙ୍କଟ ସମସ୍ୟାର ସମାଧାନ କରିବା ନିମନ୍ତେ ଓଡ଼ିଶା ସରକାର ସମସ୍ତଙ୍କ ପାଇଁ ନିରାପଦ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ସମୟରେ ପଦକ୍ଷେପ ନେବା ତୁରନ୍ତ ଆବଶ୍ୟକ ବୋଲି ଉକ୍ତ ଅଧ୍ୟୟନରେ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri