୪୦.୫୫% ପରିବାର ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ

ଭୁବନେଶ୍ୱର, ୧୪।୩(ବ୍ୟୁରୋ):ରାଜ୍ୟରେ ୪୦.୫୫% ପରିବାର ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆତ୍ମଶକ୍ତି ଟ୍ରଷ୍ଟ ଏବଂ ଏହାର ସହଯୋଗୀ ସଙ୍ଗଠନ ସମୂହ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା। ୩୫୦ଜଣ କର୍ମୀଙ୍କ ଦ୍ୱାରା ଗତ ଜାନୁୟାରୀରୁ ଫେବୃୟାରୀ ମଧ୍ୟ ଭାଗ ପର୍ଯ୍ୟନ୍ତ ଏହି ଅଧ୍ୟୟନ ହୋଇଥିଲା। ଓଡ଼ିଶାର ମାଲକାନାଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଗଜପତି, ବୌଦ୍ଧ, ନବରଙ୍ଗପୁର ଏବଂ ଦେବଗଡ଼ ଆଦି ୧୫ଟି ଜିଲାର ୮୯ ବ୍ଳକର ୮୬୬ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୯,୮୫୬ ଗଁାରେ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ୯,୩୭,୧୫୨ ପରିବାର ମଧ୍ୟରୁ ୪୦.୫୫ ପ୍ରତିଶତ ଘରେ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ନାହିଁ। ମୋଟ ୩୨,୯୬୦ ନଳକୂଅ ମଧ୍ୟରୁ ୧୨,୪୮୧ (୪୦.୯୩%)ଟି କାର୍ଯ୍ୟକ୍ଷମ ନାହିଁ। ମୋଟ ୧୨,୪୭୮ ଷ୍ଟାଣ୍ଡ ପୋଷ୍ଟ ମଧ୍ୟରୁ ୬,୦୬୬(୪୮.୬%)ଟି ଅଚଳ ରହିଛି। ସେହିପରି ପାଖାପାଖି ୬,୬୭୫(୫୬.୧୨%) ଗ୍ରାମବାସୀ ଦୈନନ୍ଦିନ ଦୂଷିତ ପାଣି ବ୍ୟବହାର କରନ୍ତି। ୨୮.୫୧% ଗ୍ରାମବାସୀ କାଦୁଆ ପାଣି ବ୍ୟବହାର କରୁଥିବା ବେଳେ ୨୯.୫୫% ଗ୍ରାମବାସୀ ପାନୀୟ ଜଳରେ ଲୌହ ଅଂଶ ପାଇଥାନ୍ତି। ୯,୩୭,୧୫୨ ପରିବାର ମଧ୍ୟରୁ ୧୪,୯୪୭ ପରିବାର (୬୫,୮୪୫ ଲୋକ) ନିୟମିତ ପାନୀୟ ଜଳରୁ ବଞ୍ଚତ୍ତ ହେଉଛନ୍ତ ଏବଂ ସମ୍ପୂର୍ଣ୍ଣ ଭାବେ ଝରଣା, ପୋଖରୀ ଓ ଚୁଆ (ଶୁଖିଲା ନଦୀ ବା ଝରଣାରେ ଖୋଳା ଯାଇଥିବା ଭୁତଳ ଜଳ) ଉପରେ ନିର୍ଭରଶୀଳ। ମୋଟାମୋଟି ଭାବେ ୩,୬୮,୬୯୪ ପରିବାରରେ ବିଶୁଦ୍ଧ ପାନୀୟ ଜଳର ଅଭାବ ରହିଛି, ଯାହାକି ସମୁଦାୟର ୪୦.୫୫% ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।
ଏ ସମ୍ପର୍କରେ ଆତ୍ମଶକ୍ତି ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ରୁଚି କାଶ୍ୟପ କହିଛନ୍ତି, ଜଳ ଜୀବନ ମିଶନ ଓ ବସୁଧା ଭଳି ଯୋଜନା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବା ସତ୍ତ୍ୱେ ରାଜ୍ୟର ଅନେକ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଆଜିସୁଦ୍ଧା ପହଞ୍ଚତ୍ ପାରିନାହିଁ। ଏହି ଉଦ୍‌ବେଗଜନକ ସ୍ଥିତିକୁ ଏଡ଼ାଇବା ପାଇଁ ସରକାର ନିଜ ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ବିତ କରିବା ଆବଶ୍ୟକ। ପରିଚାଳନା ଟ୍ରଷ୍ଟି କୋକୋ ସିଂ କହିଛନ୍ତି, ଅଚଳ ନଳକୂପ ଓ ଷ୍ଟାଣ୍ଡ୍‌ପୋଷ୍ଟଗୁଡ଼ିକ ମରାମତି ପାଇଁ ରାଜ୍ୟ ସରକାର ତୁରନ୍ତ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଜରିଆରେ ପଦକ୍ଷେପ ନିଅନ୍ତୁ। କାଦୁଅ ଓ ଲୌହ ମିଶ୍ରିତ ପାଣିକୁ ବ୍ୟବହାର ପୂର୍ବରୁ ଭଲ ଭାବରେ ବିଶୋଧନ କରାଯିବା ଆବଶ୍ୟକ। ଏଥିସହ ପାନୀୟ ଜଳ ସମସ୍ୟାରେ ପୀଡ଼ିତ ଲୋକଙ୍କୁ ଟ୍ୟାଙ୍କର ଜରିଆରେ ପାଣି ଉପଲବ୍ଧ କରାଇବା ପାଇଁ ଶୁଖା ଅଞ୍ଚଳ ବା ପାଣି ଅଭାବ ଅଞ୍ଚଳ ଯଥା ହଟ୍‌ସ୍ପଟ୍‌ ଅଞ୍ଚଳଗୁଡ଼ିକୁ ତୁରନ୍ତ ଚିହ୍ନଟ କରାଯିବା ଜରୁରୀ। ସମ୍ପ୍ରତି ଗ୍ରୀଷ୍ମ ପ୍ରବାହର ମୁକାବିଲା ସହ ରାଜ୍ୟର ଗ୍ରାମାଞ୍ଚଳରେ ଲାଗି ରହିଥିବା ଜଳ ସଙ୍କଟ ସମସ୍ୟାର ସମାଧାନ କରିବା ନିମନ୍ତେ ଓଡ଼ିଶା ସରକାର ସମସ୍ତଙ୍କ ପାଇଁ ନିରାପଦ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ସମୟରେ ପଦକ୍ଷେପ ନେବା ତୁରନ୍ତ ଆବଶ୍ୟକ ବୋଲି ଉକ୍ତ ଅଧ୍ୟୟନରେ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ବିଜେଡି ନେତୃତ୍ୱ: କଳିକେଶଙ୍କୁ ନେଇ ଏମିତି କିଛି କହିଲେ ଦେବାଶିଷ

ଭୁବନେଶ୍ୱର,୧୪।୨ କଳିକେଶଙ୍କୁ ବିଜେଡି ନେତୃତ୍ୱ ଦାବିରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସେ ଜଣେ ଯୁବ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri