ମା’ଙ୍କ ସହ ସ୍କୁଲ ଗଲା ଝିଅ

ରଘୁନାଥପୁର,୧୪।୩ (ଡି.ଏନ୍‌.ଏ.):ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ସାଦେଇପୁର ପଞ୍ଚାୟତ ଅନ୍ତର୍ଗତ ରାଉତ ନୂଆଗାଁରେ ବଳି ଭୟରେ ନାବାଳିକାଙ୍କ ସ୍କୁଲ ଯିବା ବନ୍ଦ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସର ପରାମର୍ଶ ତଥା ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ପରିଡା ନାବାଳିକାଙ୍କ ପରିବାର ସଦସ୍ୟଙ୍କୁ ବୁଝାଶୁଝା କରିଛନ୍ତି। ଏହାପରେ ମା’ଙ୍କ ସହ ସମ୍ପୃକ୍ତା ନାବାଳିକା ସୋମବାର ସ୍କୁଲକୁ ପାଠ ପଢ଼ିବାକୁ ଯାଇଛନ୍ତି। ସ୍କୁଲରେ ନାବାଳିକା ଛାତ୍ରୀଙ୍କ ଉପରେ କଡ଼ା ନଜର ରଖାଯିବା ସହ ଆବଶ୍ୟକ ସ୍ଥଳେ ନେବା ଆଣିବା କ୍ଷେତ୍ରରେ ଶିକ୍ଷକମାନେ ସହଯୋଗ କରିବେ ବୋଲି ପ୍ରଧାନ ଶିକ୍ଷକ ପରିଡା ପ୍ରକାଶ କରିଛନ୍ତି। ଶନିବାର ପରିବାର ମୁଖ୍ୟ ନାରାୟଣ ପାଣି ଏ ପ୍ରସଙ୍ଗରେ ରଘୁନାଥପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା (ନଂ. ୬୮/୨୩) ରୁଜୁ କରିଛି।
ଆଇନଜୀବୀ ପ୍ରତାପ ଚନ୍ଦ୍ର ମହାପାତ୍ର ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଗତ ୨ ଦିନ ହେବ ଘଟଣାସ୍ଥଳରେ ଛାନ୍‌ଭିନ କରାଯାଇଛି। ଏଥିସହ ଜଗତ୍‌ସିଂହପୁର ପୋଲିସ ସହ ମିଶି ସମଙ୍ଗସ୍ଥିତ ମୃତ ନନ୍ଦାବ୍ରତ ନଦୀ ଶଯ୍ୟାର ପରିତ୍ୟକ୍ତ ଜଙ୍ଗଲିଆ ସ୍ଥାନରେ ତନ୍ତ୍ରପୂଜା ହେଉଥିବା ଉଇହୁଙ୍କାକୁ ଅନୁଧ୍ୟାନ କରାଯାଇଛି। ସମଙ୍ଗ ସରପଞ୍ଚ ମିନତୀ ଜେନା ମଙ୍ଗଳବାର ପ୍ରଶାସନ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ଏଏସଆଇ ପିକେ ମଲ୍ଲିକ ଏହି ମାମଲାର ତଦନ୍ତ କରୁଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖାଯାଇଛି ବୋଲି ଏସ୍‌ଆଇ ଅନିଲ କୁମାର ସାହୁ ପ୍ରକାଶ କରିଛନ୍ତି।
କିଛି ଦିନ ହେବ ଜଣେ ଅଜଣା ବ୍ୟକ୍ତି କଳା ପୋଷାକ ପିନ୍ଧି ରାତିରେ ନାରାୟଣଙ୍କ ଘର ସମ୍ମୁଖରେ ଠିଆ ହେବା ସହ ଗ୍ରୀଲ୍‌କୁ ବାଡ଼ାଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଗୁପ୍ତଧନପ୍ରାପ୍ତି ଆଶାରେ ତାଙ୍କ ନାବାଳିକା ଝିଅକୁ ବଳିଦେବା ଉଦ୍ଦେଶ୍ୟରେ ଏପରି କରାଯାଉଥିବା ନେଇ ଅଭିଯୋଗରେ ଦର୍ଶାଯାଇଥିଲା। ନନ୍ଦାବ୍ରତ ନଦୀ ଶଯ୍ୟାର ପରିତ୍ୟକ୍ତ ଜଙ୍ଗଲିଆ ସ୍ଥାନରେ ଥିବା ଉଇ ହୁଙ୍କାରେ ରାତିରେ ଏନେଇ ତନ୍ତପୂଜା କରାଯାଉଥିବା ଗୁଜବ ହୋଇଥିଲା। ଭୟରେ ତାଙ୍କ ଝିଅ ଏକ ସପ୍ତାହ ହେବ ସ୍କୁଲ ଯିବା ବନ୍ଦ କରି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଭୟ: ଖାଲି ହେଉଛି ଗାଁ

ଢେଙ୍କାନାଳ ଅଫିସ,୧୩ା୩: କି ଦିନ କି ରାତି, ଗାଁ ରାସ୍ତାରେ ପଲପଲ ହୋଇ ବୁଲୁଛନ୍ତି ହାତୀ। କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେବେ ଶୁଣ୍ଢରେ...

ପ୍ରବାସୀ ଶ୍ରମିକଙ୍କ ସଙ୍ଗରୋଧ ବ୍ୟବସ୍ଥା କର

ବରଗଡ଼ ଅଫିସ୍‌,୭।୫-  କରୋନା ସଂକ୍ରମଣରେ ବରଗଡ଼ ଜିଲା ବର୍ତ୍ତମାନ ଗ୍ରୀନ୍‌ ଜୋନ୍‌ରେ ରହିଛି । ଅନ୍ୟପକ୍ଷେ ବରଗଡ଼ ଜିଲା ସୀମାନ୍ତ ଛତିଶଗଡ଼ ପଟୁ ପ୍ରତିଦିନ ବହୁସଂଖ୍ୟାରେ...

ବିଲକୁ ଯାଇ ଆଉ ଫେରିଲେନି ଚାଷୀ

ବାରିପଦା ଅଫିସ,୪।୧୦: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳ ଭଦୁଆଶୋଳ ଗ୍ରାମର ଅର୍ଜୁନ ହାଁସଦା(୬୫)ଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମତ୍ୟୁ ଘଟିଛି। ଅର୍ଜୁନ ବିଲକୁ...

ଆବାସିକ ବିଦ୍ୟାଳୟର ୩ ଛାତ୍ର ନିଖୋଜ

ବାରିପଦା ଅଫିସ,୧୯।୮- ବାରିପଦା ସଦର ଥାନା ଅଧୀନ ଶିରିଶବଣୀଠାରେ ଥିବା ଏସଭିଏସ ଆବାସିିକ ବିଦ୍ୟାଳୟରେ ପଢ଼ୁଥିବା ନବମ ଶ୍ରେଣୀର ୩ ଛାତ୍ର ଗତ ୧୫ ତାରିଖ...

ଅସରାଏ ବର୍ଷାରେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପାଣି

ନାଉଗାଁ,୫ା୮(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୧୬ ପଞ୍ଚାୟତର ଏକ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରିଥାନ୍ତି। କିନ୍ତୁ ଅସରାଏ ବର୍ଷା ହେଲେ...

କେଳୁଣୀ ମୁହାଁଣ ବନ୍ଦ ଯୋଗୁ ପ୍ରାଚୀ, କାଦୁଆରେ କୃତ୍ରିମ ବନ୍ୟା: ପାଣି ଘେରରେ ୫ ଗାଁ, ରାସ୍ତରେ ୪ଫୁଟର ପାଣି

କାକଟପୁର, ୩୦।୭(ଡି.ଏନ୍‌.ଏ.)-ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତଣ୍ଡାହାର ଗ୍ରାମ ନିକଟରେ ରହିଛି କେଳୁଣୀ ମୁହାଁଣ। ଏଠାରେ ପ୍ରାଚୀ ଓ କାଦୁଆ ନଦୀ ସମୁଦ୍ରରେ ମିଶିଛନ୍ତି। ପ୍ରାଚୀ...

ସୈନିକ ସ୍କୁଲ ଭୁବନେଶ୍ୱରରେ ବଢ଼ିଲା ଛାତ୍ରବୃତ୍ତି

ଭୁବନେଶ୍ୱର, ୫।୯(ବ୍ୟୁରୋ): ସୈନିକ ସ୍କୁଲରେ ପଢୁଥିବା ଓଡ଼ିଶାର ଶିକ୍ଷାର୍ଥୀମାନଙ୍କ ପାଇଁ ସ୍କଲାରଶିପ୍‌ ସ୍କିମ୍‌ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ...

ସୁରଟରୁ ପୁଣି ୫ ବସ୍‌ ଗଞ୍ଜାମ ଆସିଲା

ଭଞ୍ଜନଗର,୭।୫(ଡି.ଏନ.ଏ)- କରୋନା ଭୂତାଣୁ ପାଇଁ ସୁରଟରୁ ହଜାର ହଜାର ଓଡ଼ିଆ ନିଜ ଭିଟାମାଟିକୁ ଫେରୁଛନ୍ତି। ପ୍ରଥମେ ବସ୍‌ ଯୋଗେ ଆସୁଥିବାବେଳେ ଦୁର୍ଘଟଣା ବଢ଼ିବା ସହ ସାମାଜିକ...

Advertisement
Archives

Model This Week