ଆଧାର ନ ଥିଲେ ହିତାଧିକାରୀଙ୍କୁ ମିଳିବନି ଭତ୍ତା

ଗୋପ,୬।୩(ଡି.ଏନ୍‌.ଏ.): ଆଧାର ନ ଥିଲେ ଏଥର ଭତ୍ତା ଟଙ୍କା ମିଳିବନି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବ୍ଲକକୁ ଜଣାଇ ଦିଆଯାଇଛି। ଗୋପ ବ୍ଲକର ୩୧ଟି ପଞ୍ଚାୟତରେ ଥିବା ୨୧ହଜାର ୧୨୭ଜଣ ଭତ୍ତା ହିତାଧିକାରୀଙ୍କୁ ମାସର ୧୫ ତାରିଖରେ ଭତ୍ତା ଦିଆଯାଇଥାଏ। କିନ୍ତୁ ଏହି ହିତାଧିକାରୀଙ୍କ ମଧ୍ୟରୁ ଆଧାର କାର୍ଡ ନ ଥିବା ୧୮୩୬ଜଣଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯାଇଥାଏ। ଏହି ଭତ୍ତା ହିତାଧିକାରୀଙ୍କ ମଧ୍ୟରେ କେତେଜଣଙ୍କ ମୃତ୍ୟୁ ସହିତ ବାହାରେ ଥିବାବେଳେ କେତେଜଣ ବ୍ୟକ୍ତି ହିତାଧିକାରୀଙ୍କ ନାମରେ ଜାଲ ଦସ୍ତଖତ କରି ଭତ୍ତା ନେବା ଭଳି ଅଭିଯୋଗ ଆସିଥିଲା। ଅଭିଯୋଗ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୪୬୪, ତା,୨/୩ /୨୦୨୧ରେ କାର୍ଯାନୁଷ୍ଠାନ ନିଆଯାଉଛିି। ଏହି ନିର୍ଦ୍ଦେଶକୁ ଚଳିତମାସରୁ ଲାଗୁ କରାଯାଇଥିବା ବେଳେ ବ୍ଲକ ପକ୍ଷରୁ ଏକ ଟିମ ଗଠନ କରି ପ୍ରତି ପଞ୍ଚାୟତରେ ପହଞ୍ଚି ଆଧାର କାର୍ଡ ନ ଥିବା ହିତାଧିକାରୀଙ୍କ ଆଧାର କାର୍ଡ କରିବେ ବୋଲି ବ୍ଲକ ସାମାଜିକ ଭାରପ୍ରାପ୍ତ ଅଧିକାରୀ ଅଶୋକ ବେହେରା କହିଛନ୍ତି। ଅପରପକ୍ଷେ ଗୋପ ବ୍ଲକ ଇସାଣପୁର, ରାହାଙ୍ଗଗୋରଡା, ଗୋପ, ବୀରତୁଙ୍ଗ,ଜଙ୍ଗଲବୋରି, ସୁତନ, କୁଆଁପଡା, ଗଣେଶ୍ୱରପୁର, ଧୂମାଳ, ଶୋରଭା ପଞ୍ଚାୟତ ସହିତ ଆଉ କେତେକ ପଞ୍ଚାୟତରେ ଜାଲ କାଗଜପତ୍ର ସହ ଦିବ୍ୟାଙ୍ଗ ନ ଥାଇ ସରକାରୀ ଭତ୍ତା ସହିତ ଚାଉଳ ନେବା ଅଭିଯୋଗ ରହିଥିଲେ ମଧ୍ୟ ବ୍ଲକ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଅଭିଯୋଗ ରହିଛି। ଏ ସମ୍ପର୍କରେ ବିଡିଓ ଦୀପ୍ତିରାଣୀ ଦାସ କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ତଦନ୍ତ ଚାଲିଥିବାବେଳେ ସମସ୍ତ ତଥ୍ୟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିହନ ଉତ୍ପାଦନ କ୍ଷେତ୍ରରେ ହରିଶ୍ଚନ୍ଦ୍ରଙ୍କ ଅବଦାନ ଅତୁଳନୀୟ

ରଘୁନାଥପୁର,୨୭ା୨ (ଡି.ଏନ.ଏ.): ଏହି ବ୍ଲକ ରେଢୁଆ ନୂଅଗାଡ଼ସ୍ଥିତ ଗୋରଖନାଥ କୃଷକ ମହାସଂଘ ପରିସରରେ କୃଷି ଓ କୃଷକଙ୍କ ପାଇଁ କାର୍ଯ୍ୟ କରୁଥିବା ଲାଲ(ଲିଭ ଆଣ୍ଡ ଲେଟ୍‌ଲିଭ୍‌)ର...

ବରଗଡ଼ରୁ ୩୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୪୫ରେ ପହଞ୍ଚିଲା

ବରଗଡ଼ ଅଫିସ,୧୮।୭: ବରଗଡ଼ ଜିଲାରେ ଶନିବାର ପୁଣି ୩୫ଜଣ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪ଜଣ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି...

କେନ୍ଦ୍ରରୁ ପ୍ରଶଂସା ସାଉଣ୍ଟିଲା ଖପୁରିଆ ଆଇଟିଆଇ

କଟକ ଅଫିସ,୨୩ା୫: କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ ନିଜ ଜ୍ଞାନ କୌଶଳ ଦ୍ୱାରା ଅଟୋମେଟିକ୍‌ ସାନିଟାଇଜ ମେଶିନ, ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିନ ଓ...

ଅବେବସ୍‌ତା ଘେରରେ ବଡ଼ଛତ୍ରଙ୍ଗ ହାଇସ୍କୁଲ: ୧୦ ଶ୍ରେଣୀକେ ୩୦୧ ଛାତ୍ରୀଛାତ୍ର, ୭ ଶିକ୍ଷକ

ଭବାନୀପାଟଣା, ୨୯ା୭ (ଡି.ଏନ୍‌.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଛାତ୍ରୀଛାତ୍ରକୁଁ ଗୁଣାତ୍ମକ ଶିକ୍ଷା ଦେବାର ଲାଗି ଅନେକ ଯୋଜନା କାଯ୍‌କାରି କରି କୋଟି କୋଟି ଟଁକା...

ଅନିଶ୍ଚିତତାରେ ‘ବଳଦଯାତ୍ରା’

ଭୁବନ, ୫।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନର ପ୍ରସିଦ୍ଧ ବଳଦଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି। କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି...

କଂଗ୍ରେସର ବନ୍ଦ ଡାକରା, କୋରାପୁଟରେ ଜନଜୀବନ ପ୍ରଭାବିତ

କୋରାପୁଟ,୧୫।୨(ସ୍ବ.ପ୍ର.): ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧିକୁ ବିରୋଧ କରି ଜାତୀୟ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଯୋଗୁ ସୋମବାର କୋରାପୁଟ ଜିଲାରେ ଜନଜୀବନ ପ୍ରଭାବିତ...

ଏପ୍ରିଲ ୧ରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ୍‌ ମନା, ପାନ ଖାଇ ଗଲେ ୫୦୦ ଜରିମାନା

ପୁରୀ ଅଫିସ,୪।୩: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ...

ଗଞ୍ଜାମ ସହରରେ ଶଟ୍‌ଡାଉନ୍‌ ପ୍ରଭାବ

ଗଞ୍ଜାମ,୬।୬(ଡି.ଏନ୍‌.ଏ.): ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା କମିବାର ନା ଧରୁନି। ପ୍ରାୟ ୩ମାସରୁ ଊର୍ଦ୍ଧ୍ୱ...

Advertisement
Archives

Model This Week