ଆଧାର ନ ଥିଲେ ହିତାଧିକାରୀଙ୍କୁ ମିଳିବନି ଭତ୍ତା

ଗୋପ,୬।୩(ଡି.ଏନ୍‌.ଏ.): ଆଧାର ନ ଥିଲେ ଏଥର ଭତ୍ତା ଟଙ୍କା ମିଳିବନି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବ୍ଲକକୁ ଜଣାଇ ଦିଆଯାଇଛି। ଗୋପ ବ୍ଲକର ୩୧ଟି ପଞ୍ଚାୟତରେ ଥିବା ୨୧ହଜାର ୧୨୭ଜଣ ଭତ୍ତା ହିତାଧିକାରୀଙ୍କୁ ମାସର ୧୫ ତାରିଖରେ ଭତ୍ତା ଦିଆଯାଇଥାଏ। କିନ୍ତୁ ଏହି ହିତାଧିକାରୀଙ୍କ ମଧ୍ୟରୁ ଆଧାର କାର୍ଡ ନ ଥିବା ୧୮୩୬ଜଣଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯାଇଥାଏ। ଏହି ଭତ୍ତା ହିତାଧିକାରୀଙ୍କ ମଧ୍ୟରେ କେତେଜଣଙ୍କ ମୃତ୍ୟୁ ସହିତ ବାହାରେ ଥିବାବେଳେ କେତେଜଣ ବ୍ୟକ୍ତି ହିତାଧିକାରୀଙ୍କ ନାମରେ ଜାଲ ଦସ୍ତଖତ କରି ଭତ୍ତା ନେବା ଭଳି ଅଭିଯୋଗ ଆସିଥିଲା। ଅଭିଯୋଗ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୪୬୪, ତା,୨/୩ /୨୦୨୧ରେ କାର୍ଯାନୁଷ୍ଠାନ ନିଆଯାଉଛିି। ଏହି ନିର୍ଦ୍ଦେଶକୁ ଚଳିତମାସରୁ ଲାଗୁ କରାଯାଇଥିବା ବେଳେ ବ୍ଲକ ପକ୍ଷରୁ ଏକ ଟିମ ଗଠନ କରି ପ୍ରତି ପଞ୍ଚାୟତରେ ପହଞ୍ଚି ଆଧାର କାର୍ଡ ନ ଥିବା ହିତାଧିକାରୀଙ୍କ ଆଧାର କାର୍ଡ କରିବେ ବୋଲି ବ୍ଲକ ସାମାଜିକ ଭାରପ୍ରାପ୍ତ ଅଧିକାରୀ ଅଶୋକ ବେହେରା କହିଛନ୍ତି। ଅପରପକ୍ଷେ ଗୋପ ବ୍ଲକ ଇସାଣପୁର, ରାହାଙ୍ଗଗୋରଡା, ଗୋପ, ବୀରତୁଙ୍ଗ,ଜଙ୍ଗଲବୋରି, ସୁତନ, କୁଆଁପଡା, ଗଣେଶ୍ୱରପୁର, ଧୂମାଳ, ଶୋରଭା ପଞ୍ଚାୟତ ସହିତ ଆଉ କେତେକ ପଞ୍ଚାୟତରେ ଜାଲ କାଗଜପତ୍ର ସହ ଦିବ୍ୟାଙ୍ଗ ନ ଥାଇ ସରକାରୀ ଭତ୍ତା ସହିତ ଚାଉଳ ନେବା ଅଭିଯୋଗ ରହିଥିଲେ ମଧ୍ୟ ବ୍ଲକ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଅଭିଯୋଗ ରହିଛି। ଏ ସମ୍ପର୍କରେ ବିଡିଓ ଦୀପ୍ତିରାଣୀ ଦାସ କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ତଦନ୍ତ ଚାଲିଥିବାବେଳେ ସମସ୍ତ ତଥ୍ୟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri