୬ ଶ୍ରମିକ ହାଟର ପୁନରୁଦ୍ଧାର ହେବ

ଭୁବନେଶ୍ୱର, ୭।୧୧ (ବ୍ୟୁରୋ): ଶ୍ରମିକ ହାଟକୁ ମିଳିବ ଛାତ। ସ୍ଥାୟୀ ବିଶ୍ରାମ ଘରେ ପଙ୍ଖା ସହିତ ବିଶୁଦ୍ଧ ପାନୀୟ ମଧ୍ୟ ମିଳିବ। ପ୍ରାଥମିକ ଭାବେ ରାଜଧାନୀ ଭୁବନେଶ୍ୱରରେ ଥିବା ୫ରୁ ୬ ଶ୍ରମିକ ହାଟର ପୁନରୁଦ୍ଧାର କରାଯିବ। ଏନେଇ ରାଜ୍ୟ ଶ୍ରମ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରକ୍ରିୟା ହାତକୁ ନିଆଯାଇଛି। ଶ୍ରମ ବିଭାଗ ସମସ୍ତ ପ୍ରୋତ୍ସାହନ ଯୋଗାଇ ଦେବ ଓ ବିଏମ୍‌ସି ସମସ୍ତ ଶ୍ରମିକ ହାଟରେ ଅତ୍ୟାଧୁନିକ ବିଶ୍ରାମ ଗୃହ ନିର୍ମାଣ କରିବ। ଇତିମଧ୍ୟରେ ଶ୍ରମ କମିଶନର ଡ. ଏନ୍‌. ଥିରୁମାଲା ନାଏକ ଓ ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ରାଜଧାନୀର ଉକ୍ତ ୬ଟି ସ୍ଥାନ ବୁଲି ପ୍ରସ୍ତାବିତ କାର୍ଯ୍ୟ ଓ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖୁବ୍‌ଶୀଘ୍ର ନିର୍ଦ୍ଧାରିତ ସ୍ଥାନରେ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ପ୍ରମୁଖ ସହରରେ ଏଭଳି ଶ୍ରମିକ ହାଟ ନିର୍ମାଣ ହେବ ବୋଲି ସୂଚନା ଦିଆଯାଇଛି।

ଭୁବନେଶ୍ୱରର ନୟାପଲ୍ଲୀ, କଳ୍ପନା, ରସୁଲଗଡ଼, ଲିଙ୍ଗରାଜ ଷ୍ଟେଶନ ଓ ଶିଖରପୁର ଅଞ୍ଚଳରେ ନିତିଦିନିଆ ଶ୍ରମିକ ହାଟ ଚାଲେ। ସକାଳ ହେବା ମାତ୍ରେ ଦିନ ମଜୁରିଆ ଶ୍ରମିକଙ୍କ ଏଠାରେ ଭିଡ଼ ଲାଗେ। କେଉଁଠି ଶୁଅନ୍ତି, କେଉଁଠି ଖାଆନ୍ତି କିଛି ସେମାନଙ୍କ ଠିକଣା ନ ଥାଏ। ସବୁଦିନ କାମ ମିଳିଲେ ଘରେ ଚୁଲି ଜଳେ। ଏବେ ସେମାନଙ୍କ ଦୈନିକ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହ ହାଟର ଉନ୍ନତୀକରଣ ପାଇଁ ଶ୍ରମ ବିଭାଗ ସହ ମିଶି ଅଣ୍ଟା ଭିଡ଼ିଛି ବିଏମ୍‌ସି। ସୂଚନାଯୋଗ୍ୟ, ଶ୍ରମିକ ହାଟର ସ୍ଥାୟିତ୍ୱ କିଛି ନ ଥିବାରୁ ଶ୍ରମିକମାନେ ନାନା ହଟହଟାର ସମ୍ମୁଖୀନ ହୋଇଥାନ୍ତି। ବର୍ଷା ଓ ଖରାଦିନେ କାମ ପାଇଁ ସେମିତି ଖୋଲା ଆକାଶ ତଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି। ମୁଣ୍ଡ ଗୁଞ୍ଜିବାକୁ ଆଜବେଷ୍ଟସ୍‌ ନ ଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରମିକମାନେ ପୂର୍ବରୁ ଦାବି ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri