Posted inଜାତୀୟ

ମୁକ୍ତି ପ୍ରତୀକ୍ଷାରେ ୪ ମାସ : କାତାର ଜେଲରେ ୮ ନୌସେନା ଭେଟେରାନ୍‌

ନୂଆଦିଲ୍ଲୀ,୨ା୧: ଦେଶ ପାଇଁ ସେବା ପ୍ରଦାନରେ ନିଷ୍କଳଙ୍କ କ୍ୟାରିୟର, ସର୍ଭିସ ରେକର୍ଡରେ ଟିକିଏ ବି ଦାଗ ନାହିଁ। ତଥାପି ଭାରତୀୟ ନୌସେନାର ୮ ଜଣ ଅବସରପ୍ରାପ୍ତ ଅଧିକାରୀ କାତାରସ୍ଥିତ ଦୋହା ଜେଲରେ ୪ ମାସ ହେଲା ବନ୍ଦୀ ଅଛନ୍ତି। ସେମାନଙ୍କୁ ଯଥାଶୀଘ୍ର ମୁକ୍ତ କରିବା ପାଇଁ କାତାର ସରକାରଙ୍କ ସହ ଆଲୋଚନା କରିବାକୁ ଭେଟେରାନ୍‌ଙ୍କ ପରିବାର ପକ୍ଷରୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଅନୁରୋଧ କରାଯାଇଛି।
୮ ବିଲିୟନ୍‌ ଲୋକ ନୂଆବର୍ଷକୁ ସ୍ବାଗତ କରିଛନ୍ତି। କିଏ ହର୍ଷୋଲ୍ଲାସରେ ଉତ୍ସବ ପାଳନ କରୁଛନ୍ତି ତ ପୁଣି କିଏ ଭବିଷ୍ୟତ ପାଇଁ ନୂଆ ଖସଡ଼ା ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଭାରତୀୟ ନୌସେନାର ୮ ଜଣ ଅବସରପ୍ରାପ୍ତ ଅଫିସରଙ୍କ ପରିବାର ଲାଗି ଏହି ନବବର୍ଷ ପାଣିଚିଆ ହୋଇଯାଇଛି। ଗତ ଅଗଷ୍ଟରୁ ଏହି ଅଧିକାରୀମାନେ କାତାରରେ ବନ୍ଦୀ ଜୀବନ ବିତାଉଛନ୍ତି। ୨୦୨୩ରେ ସେମାନଙ୍କ ଦୀର୍ଘ ୪ ମାସ ଧରି ଯନ୍ତ୍ରଣାଦାୟକ ପ୍ରତୀକ୍ଷାର ଅନ୍ତ ଘଟୁ। ଏହା ହିଁ ସେମାନଙ୍କ ଏକମାତ୍ର ଆଶା।

ନୈସେନା କମାଣ୍ଡର ପୂର୍ଣ୍ଣେନ୍ଦୁ ତିଓ୍ବାରୀ, କ୍ୟାପଟେନ ନଭତେଜ ସିଂ ଗିଲ୍‌ ଓ ଅନ୍ୟ ୬ ଜଣ ଅଧିକାରୀ ଚାକିରିରୁ ଅବସର ନେବା ପରେ ଦୋହା ଗ୍ଲୋବାଲ୍‌ ଟେକ୍ନୋଲୋଜି ଆଣ୍ଡ୍‌ କନ୍‌ସଲ୍ଟିଙ୍ଗ୍‌ ସର୍ଭିସେସ୍‌ରେ କାର୍ଯ୍ୟ କରୁଥିଲେ। କାତାର ନୌସେନା କର୍ମଚାରୀମାନଙ୍କୁ ଏହି ପ୍ରାକ୍ତନ ଭାରତୀୟ ଅଧିକାରୀମାନେ ପ୍ରଶିକ୍ଷଣ ଦେଉଥିଲେ। କିନ୍ତୁ ଗତ ଅଗଷ୍ଟ ୩୦ରେ କାତାର ଗୋଇନ୍ଦା କର୍ତ୍ତୃପକ୍ଷ ହଠାତ୍‌ ସେମାନଙ୍କୁ ଉଠାଇ ନେଇଥିଲେ। ସେମାନଙ୍କୁ ଦୋହାସ୍ଥିତ ଏକ ଜେଲର ପୃଥକ୍‌ କୋଠରିରେ ନିଃସଙ୍ଗ ଜୀବନ ବିତାଇବାକୁ ବାଧ୍ୟ କରାଯାଇଛି। ବିନା କୌଣସି ଅପରାଧରେ କେଉଁ କାରଣରୁ ଜେଲରେ ରଖାଯାଇଛି ସେନେଇ ଦୋହା ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଥିବା ଜଣେ ଓମାନ୍‌ ନାଗରିକଙ୍କୁ ମଧ୍ୟ ଫିଫା ଫୁଟ୍‌ବଲ ବିଶ୍ୱକପ୍‌ ଆୟୋଜନ ପୂର୍ବରୁ ବେଆଇନ ଭାବେ ଗିରଫ କରି ଜେଲରେ ରଖାଯାଇଛି।
୨୦୦୨ରେ ନୌସେନାରୁ ଅବସର ନେଇଥିବା କମାଣ୍ଡର ପୂର୍ଣ୍ଣେନ୍ଦୁ ସେହି କମ୍ପାନୀରେ ମ୍ୟାନେଜିଂ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ୨୦୧୯ରେ ତାଙ୍କୁ ଭାରତ ସରକାର ପ୍ରବାସୀ ଭାରତୀୟ ସମ୍ମାନ ଦେଇଥିଲେ।

ପୂର୍ଣ୍ଣେନ୍ଦୁଙ୍କ ଭାଇ ଡ.ମିଟୁ ଭାର୍ଗବ କହିଛନ୍ତି, ୬୩ ବର୍ଷୀୟ ବଡ଼ଭାଇଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ତାଙ୍କୁ ଜେଲରେ ଏକାନ୍ତବାସରେ ରହିବାକୁ ପଡ଼ିଛି। ତାଙ୍କ ମାନସିକ ସ୍ଥିତି କ’ଣ ଥିବ କିଛି ଜାଣିହେଉ ନାହିଁ। ଭାଇଙ୍କୁ ତୁରନ୍ତ ମୁକ୍ତ କରି ଭାରତ ଫେରାଇ ଆଣିବା ଦିଗରେ କେନ୍ଦ୍ର ସରକାର ଉଦ୍ୟମ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ସେହିପରି ୫୭ ବର୍ଷୀୟ କ୍ୟାପଟେନ ନଭତେଜ ସିଂ ଗିଲ୍‌ (ସୋର୍ଡ ଅଫ୍‌ ଅନର ବିଜେତା ତଥା ଗୋଲ୍ଡ ମେଡାଲିଷ୍ଟ)ଙ୍କ ଭାଇ ନଭଦୀପ ଗିଲ୍‌ କହିଛନ୍ତି, ଭାଇ ୨୦୧୨ରେ ଅବସର ନେଇ ୨୦୧୬ରେ କାତାର ଯାଇଥିଲେ। କମ୍ପାନୀର ନିର୍ଦ୍ଦେଶକ ପଦରେ ଅବସ୍ଥାପିତ ଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଗିରଫଦାରି ଆମ ପରିବାର ପାଇଁ ଏକ ଶକ୍ତ ଝଟ୍‌କା। ପୂର୍ବରୁ ହ୍ବାଟ୍ସଆପ୍‌ରେ ଆମେ ତାଙ୍କଠାରୁ ମେସେଜ୍‌ ପାଉଥିଲୁ। ଗତ ସେପ୍ଟେମ୍ବର ୬ରେ ଭାଇଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଫୋନ୍‌ କରିବାରୁ ସୁଇଚ୍‌ ଅଫ୍‌ ଥିବା ଜାଣିବାକୁ ପାଇଥିଲୁ। କମ୍ପାନୀ ସହ ଯୋଗାଯୋଗ କରିବା ପରେ କାତାର ସିକ୍ୟୁରିଟି ସର୍ଭିସ୍‌ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିବା କୁହାଯାଇଥିଲା। ଭାଇଙ୍କୁ ଯଥାଶୀଘ୍ର ପ୍ରତ୍ୟର୍ପିତ କରି ସ୍ବଦେଶ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛୁ। ଭାରତୀୟ ନୌସେନାର ଅନ୍ୟ ୬ ଅବସରପ୍ରାପ୍ତ ଅଧିକାରୀ ହେଲେ କମାଣ୍ଡର ବୀରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁନାକର କପଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ଅମିତ ନାଗପାଲ, କ୍ୟାପ୍‌ଟେନ ସୌରଭ ବଶିଷ୍ଠ, ସୈଲର ରାଗେଶ।

କ’ଣ କହୁଛି କେନ୍ଦ୍ର

ଦୋହା ଜେଲରେ ଥିବା ସମସ୍ତ ୮ ଅଧିକାରୀଙ୍କୁ କୂଟନୈତିକ ଚ୍ୟାନେଲରେ ଆଇନଗତ ସହାୟତା ପ୍ରଦାନ କରାଯିବ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ନିକଟରେ ଏହି ପ୍ରସଙ୍ଗକୁ ସରକାର ପ୍ରାଥମିକତା ଦେଉଥିବା ପାର୍ଲାମେଣ୍ଟକୁ ଅବଗତ କରାଇଥିଲେ। ରାଜ୍ୟ ସଭାରେ ଜୟଶଙ୍କର କହିଥିଲେ, ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ସେମାନଙ୍କ ହିତକୁ ଦୃଷ୍ଟିରେ ରଖାଯାଇଛି। ରାଷ୍ଟ୍ରଦୂତ ଓ ବରିଷ୍ଠ ଅଧିକାରୀମାନେ କାତାର ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ଏହି ଆଶ୍ୱାସନା ବଳରେ ଭାର୍ଗବ ଓ ନବଦୀପଙ୍କ ଭଳି ଅନ୍ୟ ଭେଟେରାନ୍‌ ପରିବାର ଆଉ କେତେ ଦିନ ଘଣ୍ଟା ଓ କ୍ୟାଲେଣ୍ଡର ଦେଖି ଅପେକ୍ଷା କରିଥିବେ, ତାହା ହେଉଛି ବଡ଼ ପ୍ରଶ୍ନ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri