Posted inଖେଳ

ଦୃଷ୍ଟିବାଧିତ ଭାରତୀୟ ମହିଳା ଟି୨୦ ବିଶ୍ୱକପ୍‌ ଦଳରେ ଓଡ଼ିଶାରୁ ୪

ଭୁବନେଶ୍ୱର,୧୧ା୯: ଆସନ୍ତା ନଭେମ୍ବର ୧୧ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଦୃଷ୍ଟିବାଧିତ ମହିଳା ଟି୨୦ ବିଶ୍ୱକପ୍‌ ପାଇଁ ଗୁରୁବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାରୁ ୪ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଯମୁନା ରାଣୀ ଟୁଡୁ, ବାସନ୍ତି ହାଂସଦା, ଫୁଲ ସୋରେନ ଓ ପାର୍ବତୀ ମାର୍ଣ୍ଡି।

ଏଥିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଓ ଆମେରିକା ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ୍‌ ନୂଆଦିଲ୍ଲୀ ଓ ବେଙ୍ଗାଲୁରୁରେ ଖେଳାଯିବ। ଟୁର୍ନାମେଣ୍ଟରେ ପାକିସ୍ତାନ ଖେଳିବାକୁ ଥିବାରୁ କାଠମାଣ୍ଡକୁ ତୃତୀୟ ଭେନ୍ୟୁ ଭାବେ ଚୟନ କରାଯାଇଥିଲା।

ହେଲେ ବର୍ତ୍ତମାନ ନେପାଳରେ ଦେଖାଦେଇଥିବା ପରିସ୍ଥିତି କାରଣରୁ ବିକଳ୍ପ ଭେନ୍ୟୁ ଖୋଜା ଯାଉଛି। ଏହି ବିଶ୍ୱକପ୍‌ରେ ୨୧ଟି ଲିଗ୍‌ ମ୍ୟାଚ୍‌ ସହିତ ୩ଟି ନକ୍‌ଆଉଟ୍‌ ମ୍ୟାଚ୍‌ ଖେଳାଯିବ। ସମଗ୍ର ଦେଶରେ କରାଯାଇଥିବା ଖେଳାଳିଙ୍କ ଖୋଜା ପ୍ରକ୍ରିୟାରେ ୫୬ ଜଣଙ୍କୁ ଚୟନ କରାଯାଇଥିଲା। କଠିନ ଟ୍ରେନିଂ ଓ ଚୟନ ଶିବିର ପରେ ସେମାନଙ୍କ ମଧ୍ୟରୁ ୧୬ ଜଣିଆ ଦଳ ଘୋଷଣା କରାଯାଇଛି।

ପୂର୍ବରୁ ୨୦୨୩ ଆଇବିଏସ୍‌ଏ ଓ୍ବାଲର୍‌ଡ ଗେମ୍ସରେ ଦୃଷ୍ଟି ବାଧିତ ମହିଳା ଗେମ୍ସ ପଦାର୍ପଣ କରିଥିବା ବେଳେ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଥିଲା। ବି୧ କ୍ୟାଟେଗୋରି: ସିମୁ ଦାସ, ପି କରୁଣା କୁମାରୀ, ଅନୁ କୁମାରୀ, ଯମୁନା ରାଣୀ ଟୁଡୁ, କାଭ୍ୟା ଭି। ବି୨ କ୍ୟାଟେଗୋରି: ଅନେଖା ଦେବୀ, ବାସନ୍ତି ହାଂସଦା, ସିମରନଜୀତ କୌର, ସୁନିତା ସରାଥେ, ପାର୍ବତୀ ମାର୍ଣ୍ଡି। ବି୩ କ୍ୟାଟେଗୋରି: ଦୀପିକା ଟି ସି (ଅଧିନାୟିକା), ଫୁଲ ସୋରେନ, ଗଙ୍ଗା ଏସ୍‌ କଦମ (ଉପ ଅଧିନାୟିକା), କାଭ୍ୟା ଏନ୍‌ ଆର, ସୁଷମା ପଟେଲ, ଦୁର୍ଗା ୟେଭଲେ। ଖେଳାଳିଙ୍କ ପୂର୍ବ ପ୍ରଦର୍ଶନ ଆଧାରରେ ଅଧିନାୟିକା ଓ ଉପଅଧିନାୟିକା ଚୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri