ଗୋଟିଏ ଜାଗାରେ ୪ ଭିନ୍ନ ସୂଚନା

ନାଉଗଁା,୨୧ା୯(ସ୍ବ.ପ୍ର.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତଗୁଡିକର ଉନ୍ନତୀକରଣ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ମାତ୍ର ଗୋଟିଏ ଜାଗାରେ ଦୁଇଟି କାମ ଚାଲିଥିବା ଦର୍ଶାଇ ଭିନ୍ନ ଭିନ୍ନ ସୂଚନା କାନ୍ଥରେ ଲେଖାଯାଇଛି।
ନାଉଗଁା ବ୍ଲକର ଗଜରାଜପୁର ପଞ୍ଚାୟତରେ ଏହା ଦେଖିବାକୁ ମିଳିଛି।
ଏହି ପଞ୍ଚାୟତରେ ଏକ ପୁରୁଣା ଆଜବେଷ୍ଟସ ଗୃହ ଭଙ୍ଗା ଯାଇ ନୂତନ ଭାବେ ନିର୍ମାଣ କରାଯାଉଛି। ଏହି ଗୃହର ସମ୍ମୁଖରେ ପାଚେରି ତିଆରି କରାଯାଇଛି। ଏହି ପାଚେରିର ସମ୍ମୁଖ ପାର୍ଶ୍ୱର ବାମ ପାଖରେ ଲେଖା ଯାଇଥିବା ସୂଚନା ତଥ୍ୟ ଅନୁସାରେ, ୨୦୨୧ -୨୨ ଆର୍ଥତ୍କ ବର୍ଷରେ ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନ ଯୋଜନା ଦ୍ୱାରା ଗଜରାଜପୁର ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରାଯାଉଛି। ଏହାର ବ୍ୟୟ ଅଟକଳ ମୂଲ୍ୟ ୪ ଲକ୍ଷ ୭୦ ହଜାର ଦର୍ଶାଯାଇଛି। ସେହିପରି ଡାହାଣ ପାର୍ଶ୍ୱରେ ଆଉ ଏକ ସୂଚନା କାନ୍ଥରେ ଲେଖା ଯାଇଛି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷରେ ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନ ଯୋଜନାରେ ଗଜରାଜପୁର ଉପସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଉଥିବା ଦର୍ଶାଯାଇଛି। ଏଥିପାଇଁ ୪ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ କରାଯିବା ନେଇ ସେଥିରେ ଉଲ୍ଲେଖ ରହିଛି। ଉକ୍ତ ପାଚେରିର ପଛ ପାର୍ଶ୍ୱରେ ୨୦୨୧-୨୨ ଆର୍ଥତ୍କ ବର୍ଷର ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନ ଓ ପଞ୍ଚାୟତ ସମିତି ଅଂଶଧନ ଦ୍ୱାରା ୧ ଲକ୍ଷ ଟଙ୍କା ବ୍ୟୟରେ ଉପ ସ୍ବାସ୍ଥ୍ୟକେନ୍ଦ୍ର ମରାମତି କରାଯାଉଥିବା ଉଲ୍ଲେଖ ରହିଛି।
ଅନ୍ୟ ପାର୍ଶ୍ୱରେ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଯୋଜନାରେ ୨୦୨୧-୨୨ ଆର୍ଥତ୍କ ବର୍ଷରେ ଗଜରାଜପୁର ପ୍ରାଣୀ ଚିକିତ୍ସାଳୟ ଉନ୍ନତୀକରଣ ପାଇଁ ୨ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ଦର୍ଶାଯାଇଛି। ଏଭଳି ୪ ପ୍ରକାର ସୂଚନା ଫଳକ ନେଇ ଜନସାଧାରଣଙ୍କ ମନରେ ଭ୍ରମ ସୃଷ୍ଟି କରିଛି। ଗୋଟିଏ ସ୍ଥାନରେ ୨ ଟି ପ୍ରକଳ୍ପ କିପରି ଚାଲିଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଆଜବେଷ୍ଟସ ଗୃହ ଭଙ୍ଗା ଯାଇ ନୂତନ ଗୃହ ନିର୍ମାଣ ଚାଲିଥିବାବେଳେ ଗୋଟିଏ ଆର୍ଥତ୍କ ବର୍ଷରେ ପୁରୁଣା ଗୃହ କିପରି ମରାମତି ହେଲା ସେନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ନୂତନ ଗୃହ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଛି। ଏହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତର ଯନ୍ତ୍ରୀ ଶାରଦା ପ୍ରସନ୍ନ ସ୍ବାଇଁ କହିଛନ୍ତି, ପୂର୍ବରୁ ଥିବା ସରପଞ୍ଚ ଓ ବର୍ତ୍ତମାନର ସରପଞ୍ଚଙ୍କ ମଧ୍ୟରେ କୌଣସି ତାଳମେଳ ନ ଥିବାରୁ ପୂର୍ବ ସରପଞ୍ଚ ମନଇଚ୍ଛା ସୂଚନା ଲେଖିଛନ୍ତି। ପୂର୍ବରୁ ଏହା ଗଜରାଜପୁର ଉପସ୍ବାସ୍ଥ୍ୟକେନ୍ଦ୍ର ଥିଲା। ଏହା ଶୋଚନୀୟ ହୋଇଯାଇଥିବାରୁ ଭଙ୍ଗାଯାଇ ନୂତନଭାବେ ତିଆରି କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୪ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri