ମହାକାଶ ଗଲେ ୪ ସାଧାରଣ ନାଗରିକ

ଓ୍ବାଶିଂଟନ୍‌, ୧୭ା୯: ସ୍ପେସ୍‌ ଟୁରିଜମ୍‌ ବା ମହାକାଶ ପର୍ଯ୍ୟଟନ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ଆମେରିକାର ବିଶିଷ୍ଟ ବ୍ୟବସାୟୀ ଏଲନ୍‌ ମସ୍କଙ୍କ କମ୍ପାନୀ ସ୍ସେସ୍‌ଏକ୍ସ। ବୁଧବାର ପ୍ରଥମ ଥର ପାଇଁ କୌଣସି ବୃତ୍ତିଗତ ମହାକାଶଚାରୀଙ୍କ ବଦଳରେ ୪ ସାଧାରଣ ନାଗରିକ ବା ଅଲ୍‌-ସିଭିଲିଆନ୍‌ କ୍ରିଉଙ୍କୁ ସ୍ପେସ୍‌ଏକ୍ସ ମହାକାଶ ଯାତ୍ରା ନିମନ୍ତେ ପୃଥିବୀ କକ୍ଷକୁ ପଠାଇଛି। ଇନସ୍ପିରେଶନ-୪ ନାମରେ ନାମିତ ହୋଇଥିବା ଏହି ମିଶନରେ ସ୍ପେସ୍‌ ପର୍ଯ୍ୟଟକଙ୍କ ମଧ୍ୟରେ ଜଣେ ଇ-କମର୍ସ ଏକ୍‌ଜିକ୍ୟୁଟିଭ୍‌ ବିଲିଅନେୟର ରହିଥିବାବେଳେ ଅନ୍ୟ ୩ ଜଣ ହେଉଛନ୍ତି ସାଧାରଣ ନାଗରିକ।
ସ୍ଥାନୀୟ ସମୟ ବୁଧବାର ରାତି ୮ଟା ୦୨ରେ ସ୍ପେସ୍‌ଏକ୍ସର ଫାଲ୍‌କନ୍‌-୯ ରକେଟ୍‌ ୪ ମହାକାଶ ଯାତ୍ରୀଙ୍କୁ ନେଇ ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ପ୍ରଥମ ମିଶନରେ ବାହାରିଥିଲା। ଆମେରିକୀୟ ବିଲିଅନେୟର ଜାରେଡ୍‌ ଆଇଜାକ୍‌ମ୍ୟାନ(୩୮)ଙ୍କ ସହ ଏହି ଯାତ୍ରାରେ ସାମିଲ ହୋଇଥିବା ଅନ୍ୟମାନେ ହେଲେ ସିଆନ୍‌ ପ୍ରୋକ୍ଟର (୫୧), ହାଲେ ଆର୍କେନ୍ୟୁଅକ୍ସ (୨୯) ଏବଂ କ୍ରିସ୍‌ ସେମ୍ବ୍ରୋସ୍କି (୪୨)। ୪ ସିଟ୍‌ର ମୂଲ୍ୟ ୨୦୦ ମିଲିୟନ ଡଲାର ଥିବା ନେଇ ଟାଇମ୍‌ ମାଗାଜିନ୍‌ରେ ପ୍ରକାଶ ପାଇଥିଲା। ଏହି ଯାତ୍ରାକୁ ଶିଫ୍ଟ-୪ ପେମେଣ୍ଟ ଇଙ୍କ୍‌ କମ୍ପାନୀ ଚିଫ୍‌ ଏକଜିକ୍ୟୁଟିଭ ଆଇଜାକ୍‌ମ୍ୟାନ ଫଣ୍ଡିଂ କରିଛନ୍ତି। ତେବେ ଆଇଜାକ୍‌ମ୍ୟାନ୍‌ ମୋଟ କେତେ ଅର୍ଥ ଦେଇଛନ୍ତି ତାହା ସ୍ପେସ୍‌ଏକ୍ସ ପକ୍ଷରୁ ସାର୍ବଜନୀନ କରାଯାଇନାହିଁ। ରକେଟ୍‌ ଲଞ୍ଚ ହେବା ପରେ ପ୍ରଥମ ପର୍ଯ୍ୟାୟରେ ପୁନଃବ୍ୟବହାରଯୋଗ୍ୟ ବୁଷ୍ଟର ସ୍ପେସ୍‌କ୍ରାଫ୍ଟରୁ ଅଲଗା ହୋଇ ପୃଥିବୀ ପୃଷ୍ଠକୁ ଫେରିଆସିଥିଲା। ପରେ ସ୍ପେସ୍‌କ୍ରାଫ୍ଟ ପୃଥିବୀ ପୃଷ୍ଠରୁ ୧୨୫ ମାଇଲ (୨୦୦ କି.ମି.) ଦୂରକୁ ଯାତ୍ରା କରିଥିଲା। ପ୍ରାୟ ୩ ଘଣ୍ଟା ମଧ୍ୟରେ କ୍ୟାପ୍‌ସୁଲ୍‌ଟି ୫୭୫ କିଲୋମିଟର ଉପରେ ପୃଥିବୀର କକ୍ଷପଥରେ ପହଞ୍ଚିଯାଇଥିଲା। ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ(ଆଇଏସ୍‌ଏସ୍‌) ଠାରୁ ମଧ୍ୟ ଅଧିକ ଉଚ୍ଚକୁ ଏହି ସ୍ପେସ୍‌କ୍ରାଫ୍ଟ ଛୁଇଁଛି। ଏପରି କି ହବଲ ଟେଲିସ୍କୋପ୍‌ ଏବଂ ୧୯୭୨ରେ ନାସାର ଆପୋଲୋ ଚନ୍ଦ୍ର ମିଶନ ପରଠାରୁ ଏତେ ଉଚ୍ଚତାକୁ ଯାତ୍ରା କରିବାରେ ଏହା ପ୍ରଥମ ବୋଲି ସ୍ପେସ୍‌ଏକ୍ସ ପକ୍ଷରୁ ଦାବି କରାଯାଇଛି। ୩ ଦିନ ଧରି ପୃଥିବୀ ଚାରିପଟେ ବୁଲିବା ପରେ ୪ ମହାକାଶଯାତ୍ରୀ ଫ୍ଲୋରିଡାରେ ଅବତରଣ କରିବେ। ପୂର୍ବରୁ ଅଳ୍ପ କେତେଜଣ ଯାଇଛନ୍ତି ଏବଂ ଆଗକୁ ଅନେକେ ମହାକାଶ ଯାତ୍ରାର ଅନୁଭୂତି ପାଇଁ ଏହାକୁ ଅନୁସରଣ କରିବେ ବୋଲି ଆଇଜାକ୍‌ମ୍ୟାନ କହିଛନ୍ତି।
ପ୍ରକାଶ ଯେ, ପାଶ୍ଚାତ୍ୟର ଅରବପତିଙ୍କ ମଧ୍ୟରେ ମହାକାଶ ପର୍ଯ୍ୟଟନକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାରେ ଲାଗିଛି। ଏହା ପୂର୍ବରୁ ଜୁଲାଇ ୧୧ରେ ଏଲନ ମସ୍କଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବ୍ରିଟିଶ ବିଲିଅନେୟର ରିଚାର୍ଡସନ୍‌ଙ୍କ ଭର୍ଜିନ ଗାଲାକ୍ଟିକ୍‌ ସ୍ପେସ୍‌କ୍ରାଫ୍ଟ ମହାକାଶକୁ ଯାଇଥିଲା। ଜୁଲାଇ ୨୦ରେ ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ କମ୍ପାନୀର ପ୍ରାଇଭେଟ୍‌ ସ୍ପେସ୍‌କ୍ରାଫ୍ଟ ମହାକାଶ ପର୍ଯ୍ୟଟନ ଆରମ୍ଭ କରିସାରିଛି। ତେବେ ସାଧାରଣ ନାଗରିକଙ୍କୁ ସ୍ପେସ୍‌ ବୁଲାଇ ନେବାରେ ସ୍ପେସ୍‌ଏକ୍ସ ପ୍ରଥମ। ଏହା ବ୍ୟତୀତ ଭର୍ଜିନ ଗାଲାକ୍ଟିକ୍‌ ଏବଂ ବ୍ଲ୍ୟୁ ଅରିଜନ୍‌ ସ୍ପେସ୍‌କ୍ରାଫ୍ଟ ମାତ୍ର କିଛି ମିନିଟ୍‌ ମହାକାଶରେ ରହିଥିବାବେଳେ ସ୍ପେସ୍‌ଏକ୍ସ ପ୍ରଥମ ଥର ପାଇଁ ୩ ଦିନିଆ ମିଶନ ପୂରଣ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri