Posted inଜାତୀୟ

ସଂଘର୍ଷରେ ମରିଛନ୍ତି ୪ ଚାଇନା ସୈନ୍ୟ

ନୂଆଦିଲ୍ଲୀ, ୨୦।୨: ପୂର୍ବ ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଗତବର୍ଷ ଜୁନ୍‌ରେ ଭାରତୀୟ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସେଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ତେବେ ଚାଇନା ଏହାର ସୈନ୍ୟ ମୃତାହତ ସମ୍ପର୍କରେ ତଥ୍ୟ ଗୋପନ ରଖିଥିଲା। ଶେଷରେ ବେଜିଂ ଗଲ୍‌ଓ୍ବାନରେ ନିହତ ୪ ସୈନ୍ୟଙ୍କୁ ଶୁକ୍ରବାର ମରଣୋତ୍ତର ଭାବେ ସମ୍ମାନିତ କରିଛି। ଏହି ସଂଘର୍ଷରେ ଅନ୍ୟ ଜଣେ କଲୋନେଲ୍‌ ଗୁରୁତର ଆହତ ହୋଇଥିଲେ ବୋଲି ବେଜିଂ କହିଛି। ଦେଶ ପାଇଁ ଜୀବନ ଦେଇଥିବା ୪ ସୈନ୍ୟଙ୍କୁ ଚାଇନା ମରଣୋତ୍ତର ଭାବେ ମର୍ଯ୍ୟାଦାଜନକ ଉପାଧି ଓ ପ୍ରଥମ ଶ୍ରେଣୀ ମେରିଟ୍‌ ପ୍ରଶଂସାପତ୍ର ପ୍ରଦାନ କରିଥିବା ଚାଇନାର ଜାତୀୟ ଗଣମାଧ୍ୟମ ପିପୁଲ୍ସ ଡେଲିରେ ପ୍ରକାଶ ପାଇଛି।
ହ୍ରଦର ଉଭୟ ପାର୍ଶ୍ୱରୁ ଭାରତ ଓ ଚାଇନା ସେମାନଙ୍କ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେଇଛନ୍ତି। ଏଥିସହିତ ଚାଇନା ସୈନ୍ୟ ସେଠାରେ ନିର୍ମାଣ କରିଥିବା ବଙ୍କର, କ୍ୟାମ୍ପ୍‌ ଆଦିକୁ ବୁଲ୍‌ଡୋଜରରେ ଭାଙ୍ଗିଦେଇଥିବା ଦେଖାଯାଇଛି। ଏହି ପ୍ରକ୍ରିୟା ଶେଷ ହୋଇଥିବାବେଳେ ଅନ୍ୟ ଅଞ୍ଚଳରୁ ସୈନ୍ୟ ଫେରାଇନେବା ଲାଗି ଶନିବାର ସେନା କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରୁ ସୈନ୍ୟ ପ୍ରତ୍ୟାହାର ଲାଗି ଦୁଇ ସେନା ସହମତିରେ ପହଞ୍ଚତ୍ଥିଲେ। ପର୍ଯ୍ୟାୟକ୍ରମେ ଓ ସମନ୍ବୟ ରକ୍ଷା କରି ସେନା ହ୍ରାସ ଲାଗି ନିଷ୍ପତ୍ତି ହୋଇଥିଲା। ଦୀର୍ଘ ୯ ମାସ ଧରି ପୂର୍ବ ଲଦାଖରେ ମୁହାଁମୁହିଁ ସ୍ଥିତି ଲାଗି ରହିବା ପରେ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଗତ ୧୦ ତାରିଖରେ ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଗଣମାଧ୍ୟମ ଆଗରେ ଘୋଷଣା କରିଥିଲେ। ଲଦାଖରେ ସେନାର ନୂଆ କେ-୯ ହୋଓ୍ବିତ୍‌ଜର ପରୀକ୍ଷାକୁ ନେଇ ଶନିବାର ଦୁଇ ଦେଶ ମଧ୍ୟରେ ଦଶମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଏହାବ୍ୟତୀତ ଗୋଗ୍ରା, ହଟ୍‌ ସ୍ପ୍ରିଙ୍ଗ୍‌ସ ଏବଂ ଡେପ୍‌ସାଙ୍ଗ ପ୍ଲେନ୍‌ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି।

ଗଲ୍‌ଓ୍ବାନ ସଂଘର୍ଷର ଭିଡିଓ ଜାରି

ଗତବର୍ଷ ଜୁନ୍‌ରେ ପୂର୍ବ ଲଦାଖର ଗଲ୍‌ଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ସମୟର ଭିଡିଓ ବେଜିଂ ଜାରି କରିଛି। ଏଥିରେ ଉଭୟ ପକ୍ଷ ସୈନ୍ୟ ସଂଘର୍ଷରେ ଲିପ୍ତ ଥିବା ଦେଖିବାକୁ ମିଳିଛି। ଗଲ୍‌ଓ୍ବାନ ସଂଘର୍ଷରେ ୩୦ ଚାଇନା ସୈନ୍ୟ ନିହତ ହୋଇଥିବା ଭାରତ ବିଶ୍ୱାସ କରୁଥିବାବେଳେ ୪ ଜଣ ନିହତ ହୋଇଥିବା ଶୁକ୍ରବାର ବେଜିଂ ପ୍ରଥମ ଥର ପାଇଁ ସ୍ବୀକାର କରିବା ସହ ସେମାନଙ୍କ ନାଁ ଘୋଷଣା କରିଛି। ଭାରତୀୟ ଯବାନମାନେ ଚାଇନା ପାର୍ଶ୍ୱକୁ ଜବରଦସ୍ତ ପ୍ରବେଶ କରିଥିଲେ ବୋଲି ଚାଇନା ଷ୍ଟେଟ୍‌ ମିଡିଆ ବିଶ୍ଳେଷକ ଶେନ୍‌ ଶିଓ୍ବେନି ଅଭିଯୋଗ କରିଛନ୍ତି। ତେବେ ଶେନ୍‌ଙ୍କ ପକ୍ଷରୁ ଟୁଇଟ୍‌ ହୋଇଥିବା ଅନ୍ୟ ଏକ ଭିଡିଓରେ ଚାଇନା ସୈନ୍ୟମାନେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣାତ୍ମକ ବ୍ୟବହାର ଦେଖାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଥିବା ପିପୁଲ୍ସ ଲିବରେଶନ ଆର୍ମୀର ଜଣେ ଅଫିସରଙ୍କୁ ଗଲ୍‌ଓ୍ବାନ ଉପତ୍ୟକା ଅଞ୍ଚଳର ସୀମା ସୁରକ୍ଷାର ସ୍ବୀକୃତି ସ୍ବରୂପ ସମ୍ମାନିତ କରାଯାଇଛି। ଚାଇନା ଷ୍ଟେଟ୍‌ ମିଡିଆ ଭିଡିଓ ମାଧ୍ୟମରେ ଅନ୍ୟ ଏକ ପ୍ରଚାର ପାଇଁ ଉଦ୍ୟମ କରୁଛି। ଭିଡିଓରେ ଉଭୟ ପକ୍ଷର ସୈନ୍ୟ ପ୍ରବଳ ଶୀତରେ ନଦୀ ପାର ହୋଇ ପରସ୍ପରକୁ ଭେଟିବା ସହ ଠେଲାପେଲା ହେଉଥିବା ଦେଖାଯାଉଛି। ରାତି ହେବାରୁ ଫ୍ଲାସ୍‌ ଲାଇଟ୍‌, ଲାଠି ଓ ଢାଲ ଧରି ଚିତ୍କାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri