ହାଇଦ୍ରାବାଦରୁ ମୁକୁଳିଲେ ୯ ଶିଶୁ ଶ୍ରମିକ

ବୈପାରିଗୁଡ଼ା,୧୩।୧ (ଡି.ଏନ୍‌.ଏ.)  ହାଇଦ୍ରାବାଦରେ ବନ୍ଧାପଡ଼ିଛନ୍ତି ଶିଶୁ ଶ୍ରମିକ ଶୀର୍ଷକ ଖବର ଗତ ୭ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ଶ୍ରମ ବିଭାଗ ହାଇଦ୍ରାବାଦରେ ନିର୍ଯାତିତ ଶିଶୁ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବା ଦିଗରେ ପଦକ୍ଷେପ ନେଇଛି। ଫଳରେ ଏହି ୯ ଶିଶୁ ଶ୍ରମିକ ହାଇଦ୍ରାବାଦରୁ ମୁକୁଳି ଓଡ଼ିଶା ଫେରୁଥିବା ଜିଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ କହିଛନ୍ତି। ହାଇଦ୍ରାବାଦର ଶ୍ରମ ଅଧିକାରୀ ଓ ପୋଲିସ ସହାୟତାରେ ଏହି ଶିଶୁ ଶ୍ରମିକଙ୍କୁ ମୁକ୍ତ କରାଯାଇଥିବା ପାଣିଗ୍ରାହୀ କହିଛନ୍ତି। ସେମାନଙ୍କ ବୟାନ ରେକର୍ଡ ପରେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ହାଇଦ୍ରାବାଦ୍‌ରୁ ଫେରୁଥିବା ଏହି ଶିଶୁ ଶ୍ରମିକମାନଙ୍କ ସହ ଯୋଗାଯୋଗ କରିବାରୁ ସମ୍ପୃକ୍ତ ଠିକାଦାର ୩ ମାସର ମଜୁରି ବଦଳରେ ମାତ୍ର ଗୋଟିଏ ମାସର ଦେଇ ସେମାନଙ୍କୁ ପଠାଇ ଦେଇଥିବା ପ୍ରକାଶ କରିଛନ୍ତି। ଏହି ଶିଶୁ ଶ୍ରମିକମାନେ ପରିବାରର ଆର୍ଥତ୍କ ସମସ୍ୟା ଓ ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ୩ ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ସେମାନେ ଜଣେ ଠିକାଦାରଙ୍କ ଦ୍ବାରା ଏକ ଚକୋଲେଟ୍‌ ଫାକ୍ଟ୍ରିରେ ନିୟୋଜିତ ହୋଇଥିଲେ। ଅସ୍ବାସ୍ଥ୍ୟକର ପରିବେଶରେ ରହିବା ସହ ଦିନକୁ ୧୨ ଘଣ୍ଟା କାମ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଥିଲା। ଏପରିକି ଦେହ ଅସୁସ୍ଥ ହେଲେ ମଧ୍ୟ କାମ କରିବାକୁ ପଡୁଥିଲା। କାମ ନ କଲେ ମାଡ଼ ମରାଯାଉଥିବା ମୁକୁଳିଥିବା ଏହି ଶ୍ରମିକମାନେ ପ୍ରକାଶ କରିଛନ୍ତି। ମାସକୁ ୧୨ ହଜାର ଟଙ୍କା ମଜୁରି ଦେବାକୁ କହିଥିଲେ ମଧ୍ୟ ଠିକାଦାର ଟଙ୍କା ନ ଦେଇ ଦିନ ଗଡାଇ ଚାଲିଥିଲେ। ପରିବାର ଲୋକଙ୍କ ସହ ଫୋନ୍‌ରେ କଥା ହେବାକୁ ମଧ୍ୟ ଦେଉ ନ ଥିଲେ। ଏପରି ସ୍ଥଳେ ଏହି ଶିଶୁ ଶ୍ରମିକଙ୍କ ପରିବାର ଲୋକେ ଧରିତ୍ରୀର ବୈପାରିଗୁଡ଼ା ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଥିଲେ। ଶେଷରେ ଏହି ଶିଶୁ ଶ୍ରମିକମାନେ ସେଠାରୁ ମୁକୁଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ଅଭାବନୀୟ ଘଟଣା

ପଟ୍ଟାଙ୍ଗି,୧୨।୨(ଶରତ କୁମାର ଧଳ): ଭାଲେଣ୍ଟାଇନ୍‌ ସପ୍ତାହ ଚାଲିଥିବା ବେଳେ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତରେ…

ଦ୍ୱିତୀୟ ଥର ପାଇଁ ଲଲାଟ ହେଲେ କୋରାପୁଟ ଜିଲା ବିଜେଡି ଯୁବ ସଭାପତି

କୋରାପୁଟ, ୧୨।୨(ଅମିତାଭ ବେହେରା): କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠିଙ୍କୁ ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲାର ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଦାୟିତ୍ୱ…

ଆଞ୍ଚଳିକ ବିକାଶରେ ନୂଆ ଗତି ସୃଷ୍ଟି କରିବ ଗ୍ରୀନ୍‌ ଫିଲ୍ଡ କରିଡର, ଓଡ଼ିଶା-ଆନ୍ଧ୍ରକୁ ଯୋଡ଼ି…

କୋରାପୁଟ,୧୧ା୨(ଅମିତାଭ ବେହେରା): ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର କେବଳ ଏକ ସଡ଼କ ପ୍ରକଳ୍ପ ନୁହେଁ ଏହା ପୂର୍ବ ଭାରତର ଆର୍ଥିକ ମାନଚିତ୍ରକୁ ପୁନଃରୂପାୟିତ କରିବା ଆଶା ରଖାଯାଇଛି। ଭାରତମାଳା…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri