ଚାଲିଥିଲା ମଉଜ, ୪ ବାର୍‌ ସିଲ୍‌

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ): ରାଜଧାନୀର ବାର୍‌ରେ ମଦ ସହ ମଉଜ ଚାଲିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚଗୀତଠାରୁ ଆରମ୍ଭ କରି ଚିତ୍ତବିନୋଦନ ପାଇଁ ସବୁକିଛି ମିଳୁଛି। କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଏ ସମ୍ପର୍କରେ ଅଭିଯୋଗ ଆସିବା ପରେ କମିଶନରେଟ ପୋଲିସ ପକ୍ଷରୁ ଶନିବାର ବଡ଼ ଧରଣର ଚଢ଼ାଉ ହୋଇଛି। ଚଢ଼ାଉବେଳେ ବାର୍‌ ଭିତରର ପରିସ୍ଥିତିକୁ ଦେଖି ପୋଲିସ ଚକିତ ହୋଇଯାଇଛି। ୪ଟି ବାର୍‌ ସିଲ୍‌ କରିବା ସହ ଉଲ୍ଲଂଘନକାରୀ ଗ୍ରାହକ, କର୍ମଚାରୀ ଓ ବାର୍‌ ମାଲିକଙ୍କୁ ଜରିମାନା କରିଛି।

୨ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୫ଜଣ ଅଧିକାରୀ ଲକ୍ଷ୍ମୀସାଗର, ବଡ଼ଗଡ଼, ବାଲିଅନ୍ତା, ଶହୀଦନଗର, ଖାରବେଳନଗର, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ବାର୍‌ଗୁଡିକ ଉପରେ ଚଢ଼ାଉ କରିଥିଲେ। ଲକ୍ଷ୍ମୀସାଗର ଥାନାଞ୍ଚଳରେ ୧୦ଟି ବାର୍‌ରେ ଚଢାଉ କରାଯାଇଥିଲା। ତେବେ ମହାନ୍ତି ବିୟର ପାର୍ଲର ଓ ସ୍ବାଗତ ବାର୍‌ରେ ଚଢାଉବେଳେ ବେଆଇନ ଭାବେ ମଦ ପରଷା ଯାଉଥିବାବେଳେ ଡ୍ୟାନ୍ସ ମଧ୍ୟ ଚାଲିଥିଲା। ଲକ୍ଷ୍ମୀସାଗର ଥାନା ଅଧିକାରୀ ଭରତ କୁମାର ସାହୁ ଉକ୍ତ ୨ଟି ବାର୍‌କୁ ତୁରନ୍ତ ସିଲ୍‌ କରିବା ସହ ୨ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରିଥିଲେ। ସେହିପରି କ୍ୟାପିଟାଲ ଥାନାଞ୍ଚଳରେ ଥିବା ଅଜିତ ବାର୍‌ ଓ ଖାରବେଳ ନଗର ଥାନାଞ୍ଚଳର ମ୍ୟାଡ୍‌ ମୁଲ୍‌ ବାର୍‌କୁ ସିଲ୍‌ ସହ ୨ହଜାର ଲେଖାଏ ଜରିମାନା ଆଦାୟ ହୋଇଛି। ଏ ନେଇ ଅବକାରୀ ବିଭାଗକୁ ଅବଗତ କରାଯିବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ ବୋଲି ଥାନାଧିକାରୀ କହିଛନ୍ତି। ହେଲେ ଶହୀଦନଗର, ଚନ୍ଦ୍ରଶେଖରପୁର, ବାଲିଅନ୍ତା ଓ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ୮ଟି ବାର୍‌ରେ ମଦ ମଉଜ ସହ ଡ୍ୟାନ୍ସ ଚାଲିଥିଲେ ମଧ୍ୟ ହାତ ମରାଯାଇନି। ସେଠାରେ ବଡ଼ବଡ଼ିଆ ଓ ଭିଆଇପିମାନେ ରହିଥିବାରୁ ପୋଲିସ ଚଢ଼ାଉ କରି ନ ଥିବା ଅଭିଯୋଗ ଉଠିଥିଲା। ତେବେ ଏହାକୁ ସ୍ଥାନୀୟ ଥାନାଧିକାରୀମାନେ ଅସ୍ବୀକାର କରିବା ସହ ସେଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଚଢ଼ାଉ ହୋଇ ନ ଥଲା। ରବିବାର ପୁଣି ଚଢ଼ାଉ କରାଯିବ। ଭିଡ଼ ହେଉଥିବା ବା ନିୟମ ଉଲ୍ଲଂଘନ କରୁଥିବା ବାର୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri