Posted inଖେଳ

ରୋମାଞ୍ଚକର ସୁପର୍ ଓଭରରେ ଆଫଗାନିସ୍ତାନକୁ ହରାଇ ଭାରତର କ୍ଲିନ୍‌ ସୁଇପ୍‌

ବେଙ୍ଗାଲୁରୁ,୧୭।୧: ରୋହିତ ଶର୍ମାଙ୍କ ପଞ୍ଚମ ଟି୨୦ ଶତକ ସତ୍ତ୍ୱେ ଆଫଗାନିସ୍ତାନ ବିପକ୍ଷ ଅନ୍ତିମ ମ୍ୟାଚରେ ଡବଲ ଟାଇରୁ ଫଳାଫଳ ମିଳିଛି। ଡବଲ ସୁପର ଓଭରରେ ଜିତିବା ସହ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିଛି ଭାରତ। ମ୍ୟାଚ ପରି ପ୍ରଥମ ସୁପର ଓଭରରେ ମଧ୍ୟ ଟାଇରେ ଶେଷ ହୋଇଥିଲା। ଆଫଗାନିସ୍ତାନ ୧୬ ରନ୍‌ କରିଥିବା ବେଳେ ଭାରତ ମଧ୍ୟ ସମାନ ରନ୍‌ କରିଥିଲା। ପରେ ଦ୍ୱିତୀୟ ସୁପର ଓଭରରେ ଭାରତ ମାତ୍ର ୧୧ ରନରେ ଏହାର ଦୁଇ ଉଇକେଟ ହରାଇଥିଲା। ରୋହିତ ପ୍ରଥମ ୩ ବଲରେ ୧୧ ରନ୍‌ କରିଥିବା ବେଳେ ପରବର୍ତ୍ତୀ ୨ ବଲରେ ଭାରତ ୨ ଉଇକେଟ ହରାଇଥିଲା।

ଦ୍ୱିତୀୟ ସୁପର ଓଭରରେ ରବି ବିଷ୍ଣୋଇଙ୍କୁ ବୋଲିଂ ଭାର ଦେଇ ରୋହିତ ଯେଉଁ ରିସ୍କ ନେଇଥିଲେ ତାହା କାମ ଦେଇଥିଲା। ବିଷ୍ଣୋଇ ୩ ବଲରେ ଦୁଇ ଉଇକେଟ ନେବାରୁ ଭାରତ ମ୍ୟାଚ୍‌ ଜିତିବା ସହ ପୂରା ଷ୍ଟାଡିୟମ ଝୁମି ଉଠିଥିଲା। ରୋହିତ ଶର୍ମା ଟି୨୦ରେ ନିଜର ପଞ୍ଚମ ଶତକ ସହ ଅପରାଜିତ ୧୨୧ ରନ୍‌ କରିବାରୁ ଭାରତ ୨୦ ଓଭରରେ ୪ ଉଇକେଟରେ ୨୧୨ ରନ୍‌ କରିଥିଲା। ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ୬ ଉଇକେଟରେ ୨୧୨ ରନ୍‌ କରିଥିଲା।

ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନେଇଥିଲା। ତେବେ ଯଶସ୍ବୀ ଜୟସ୍ବାଲ(୪) ବିଫଳ ହୋଇଥିଲେ। ମ୍ୟାଚ୍‌ର ତୃତୀୟ ଓଭରରେ ଲଗାତାର ବଲରେ ଜୟସ୍ବାଲ ଓ ଖାତା ଖୋଲିବା ପୂର୍ବରୁ ବିରାଟ କୋହଲି ଫରିଦ ଅହମଦଙ୍କ ବଲ୍‌ରେ ଆଉଟ ହୋଇଥିଲେ। ପରବର୍ତ୍ତୀ ଓଭରରେ ଶିବମ ଦୁବେ ୧ ରନ୍‌ କରି ପ୍ୟାଭିଲିୟନ ଫେରିଥିବା ବେଳେ ଚତୁର୍ଥ ଓଭରରେ ଖାତା ଖୋଲିବା ଆଗରୁ ଆଉଟ ହୋଇଥିଲେ ସଞ୍ଜୁ ସାମସନ୍‌। ଭାରତୀୟ ଦଳ ୨୨ ରନ୍‌ରେ ୪ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ତେବେ ସ୍ବଭାବ ବିପରୀତ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ ରୋହିତ ଶର୍ମା ଓ ରିଙ୍କୁ ସିଂ। ପ୍ରଥମେ ସେଟ୍‌ ହେବା ପରେ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହିତ ପଞ୍ଚମ ଉଇକେଟରେ ୧୯୦ ରନ୍‌ ଯୋଡିଥିଲେ। ରୋହିତ ଶର୍ମା ଅପରାଜିତ ୧୨୧ ରନ୍‌ କରିଥିବା ବେଳେ ରିଙ୍କୁ ୬୯ ରନ୍‌ କରିଥିଲେ। ରୋହିତ ୬୯ ବଲ୍‌ର ସମ୍ମୁଖୀନ ହୋଇ ୧୧ ଚୌକା ଓ ୮ ଛକା ସହାୟତାରେ ୧୨୧ ରନ୍‌ କରିଥିଲେ। ଅନ୍ୟପକ୍ଷରେ ରିଙ୍କୁ ସିଂ ୩୯ ବଲ୍‌ ଖେଳି ୨ ଚୌକା ଓ ୬ ଛକା ମାରିଥିଲେ। ପ୍ରଥମ ୧୦ ଓଭରରେ ଭାରତ ମାତ୍ର ୬୦ ରନ୍‌ କରିଥିବା ବେଳେ ଅନ୍ତିମ ୧୦ ଓଭରରେ ଦଳ ୧୫୨ ରନ୍‌ ସ୍କୋର କରିଥିଲା। ଆଫଗାନିସ୍ତାନ ପକ୍ଷରୁ ସଫଳ ବୋଲର ଭାବେ ଫରିଦ୍‌ ଅହମଦ ୨୦ ରନ୍‌ରେ ୩ ଓ ଅଜମତଉଲ୍ଲା ଓମାରଜାଇ ୧ ଉଇକେଟ ନେଇଥିଲେ।

ପ୍ରଥମ ଉଇକେଟରେ ଆଫଗାନିସ୍ତାନ ପକ୍ଷରୁ ରହମାନଉଲ୍ଲା ଗୁରବାଜ(୫୦) ଓ ଇବ୍ରାହିମ ଜାଦ୍ରାନ(୫୦) ୯୩ ରନ୍‌ କରିଥିଲା। ୧୧ ତମ ଓଭରରେ ରହମାନଉଲ୍ଲା ଗୁରବାଜଙ୍କୁ ଆଉଟ କରି ପ୍ରଥମ ସଫଳତା ଦେଇଥିଲେ କୁଲଦୀପ ଯାଦବ। ଏହାର ୨ ଓଭର ମଧ୍ୟରେ ଲଗାତାର ୨ ବଲ୍‌ରେ ୨ ଉଇକେଟ ନେଇ ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ ଓ୍ବାଶିଂଟନ୍‌ ସୁନ୍ଦର। ପରବର୍ତ୍ତୀ ଦୁଇ ବ୍ୟାଟର ମହମ୍ମଦ ନବି (୩୪)ଓ ଗୁଲବଦିନ ନାଇବ(୫୫*) ଦ୍ରୁତ ୫୬ ରନ୍‌ ଯୋଡିଥିଲେ। ତେବେ ନବିଙ୍କୁ ୧୭ତମ ଓଭରରେ ଆଉଟ କରିଥିଲେ ସୁନ୍ଦର। ଅନ୍ତିମ ୨ ଓଭରରୁ ୩୬ ରନ୍‌ ଆବଶ୍ୟକ ଥିବା ବେଳେ ଆଭେଶ ଖାନ୍‌ ନଜିବୁଲ୍ଲାଙ୍କୁ ଆଉଟ କରିବା ସହ ୧୭ ରନ୍‌ ବ୍ୟୟ କରିଥିଲେ। ଅନ୍ତିମ ଓଭରରରେ ନାଇବ ୧୮ ରନ୍‌ କରିବାରୁ ମ୍ୟାଚ୍‌ ଟାଇରେ ଶେଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?