୩୯ ବର୍ଷର କେନାଲ ରାସ୍ତା: କୋଟିଏ ଖର୍ଚ୍ଚ ସତ୍ତ୍ବେ ସୁଧୁରୁନି

ଜଗତ୍‌ସିଂହପୁର ଅଫିସ, ୧୩।୮: ରାଜ୍ୟ ସରକାର ବିକାଶ ନାଁରେ ଡେଙ୍ଗୁରା ପିଟୁଛନ୍ତି। କିନ୍ତୁ ଜଗତ୍‌ସିଂହପୁର ଭଳି ଉପକୂଳବର୍ତ୍ତୀ ଶିକ୍ଷିତ ଜିଲାରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏପରି କି ଜିଲା ମୁଖ୍ୟାଳୟଠାରୁ ମାତ୍ର ୧୦ କିଲୋମିଟର ଦୂର ଜଗତ୍‌ସିଂହପୁର ଜଳ ସମ୍ପଦ ବିଭାଗ ଅଧୀନ ୧୦ ନମ୍ବର ମୁଖ୍ୟ କେନାଲ ରାସ୍ତା ଅବସ୍ଥା ଲୋକଙ୍କ ଚିନ୍ତାର କାରଣ ହେଲାଣି। ଦୀର୍ଘ ୩୯ ବର୍ଷ ତଳୁ ଏହି ରାସ୍ତା ଅର୍ଥାତ୍‌ ଅରଣ ଗ୍ରାମଠାରୁ ବେଗୁନିଆ ପର୍ଯ୍ୟନ୍ତ ମୋରମ ହୋଇଥିଲ। ଦୁଃଖର କଥା ହେଲା ତା’ପରଠାରୁ ପ୍ରତିବର୍ଷ ରାସ୍ତା ମରାମତି ହେଉଛି। ମାତ୍ର ମରାମତି ନାଁରେ ଲକ୍ଷାଧିକ ଟଙ୍କା ଚଳୁ ହେଉଛି। ଗତ ୧୦ ବର୍ଷ ମଧ୍ୟରେ ରାସ୍ତା ମରାମତି ପାଇଁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
କିନ୍ତୁ ରାସ୍ତା ଅବସ୍ଥା ଯଥା ପୂବଂ ତଥା ପର। ୨୦୨୦ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଏହି କେନାଲ ରାସ୍ତା ସମସ୍ୟାକୁ ନେଇ ଲୋକେ ଭୋଟ ବର୍ଜନ କରିଥିଲେ। ସେତେବେଳେ ଲୋକେ ଏହି ବିଷୟରେ ମୁଖ୍ୟମନ୍ତ୍ରୀ, ଜଳ ସମ୍ପଦ ମନ୍ତ୍ରୀ, ଜିଲାପାଳଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ। ଜନ ଅସନ୍ତୋଷ ଦେଖି ରାଜନେତାମାନେ ଅନେକ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ରାସ୍ତା ଅବସ୍ଥାରେ କୌଣସି ସୁଧାର ଆସିନାହିଁ। ଏହି ପ୍ରସଙ୍ଗକୁ ନେଇ ଶୁକ୍ରବାର ଗୋପାଳପୁର ସରପଞ୍ଚ ରଶ୍ମିରଞ୍ଜନ ଦାଶ ଜଗତ୍‌ସିଂହପୁର ଜିଲା ପରିଷଦ ମୁଖ୍ୟ ବିକାଶ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରପ୍ରସାଦ ଦାଶଙ୍କୁ ସାକ୍ଷାତପୂର୍ବକ ଚିଠି ଦେଇ ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି। ସେ ଦର୍ଶାଇଛନ୍ତି, ଉକ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଉ। ଏଥିସହ ରାସ୍ତା ପିଚୁ କିମ୍ବା ଢଳେଇ କରାଗଲେ ୬ ପଞ୍ଚାୟତର ଶହସ୍ରାଧିକ ଲୋକେ ଉପକୃତ ହେବେ। ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଜିଲା ପରିଷଦ ମୁଖ୍ୟ ବିକାଶ ଅଧିକାରୀ ଦାଶ ନିଜେ ରାସ୍ତା ଅନୁଧ୍ୟାନ କରି ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସରପଞ୍ଚ ସୂଚନା ଦେଇଛନ୍ତି।
ସରପଞ୍ଚ ଦାଶ ଏକଥା ମଧ୍ୟ ଦର୍ଶାଇଛନ୍ତି, ଅରଣ ନିକଟବର୍ତ୍ତୀ କୀର୍ତ୍ତନପୁରଠାରୁ ବେଗୁନିଆ ଗ୍ରାମକୁ ସଂଯୋଗ କରୁଥିବା ଦୀର୍ଘ ୪ କିଲୋମିଟର ବିଶିଷ୍ଟ ଏହି କେନାଲ ବନ୍ଧରେ ପ୍ରତିଦିନ ଗୋପାଳପୁର ପଞ୍ଚାୟତର ଇଦ୍ରାକ୍ଷାପୁର, ଗୋପାଳପୁର, ମଇଦିପୁର, କଟରା ପଞ୍ଚାୟତର ହାଜିନଗର, କୋରକୋର, ବିରିତୋଳ ପଞ୍ଚାୟତର ସଲମପୁର (କଣ୍ଟିଗଡିଆ), ସଁଅରା, କନକପୁର ଓ ପଟିଲୋ ପଞ୍ଚାୟତର ପାଖାପାଖି ୨ ହଜାରରୁ ଅଧିକ ଲୋକ ଯାତାୟାତ କରନ୍ତି। କିନ୍ତୁ ବର୍ଷା ଋତୁରେ ଏହି ପଞ୍ଚାୟତର ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଏ। କେନାଲ ବନ୍ଧର ଅନେକ ସ୍ଥାନ ବୁଡ଼ିଯିବା ସହ କିଛି ସ୍ଥାନରେ ଘାଇ ସୃଷ୍ଟି ହୋଇ ଚାଷ ନଷ୍ଟ ହୋଇଯାଏ। ଯାତାୟାତ ବାଧାପ୍ରାପ୍ତ ହୋଇଥାଏ। ବିଦ୍ୟାର୍ଥୀମାନେ ଶିକ୍ଷା ଗ୍ରହଣରୁ ବଞ୍ଚତ୍ତ ହୋଇଥାନ୍ତି। ଜରୁରୀ ପରିସ୍ଥିତିରେ ଦମକଳ ସେବା ଓ ରିଲିଫ ଯୋଗାଣ ମଧ୍ୟ ବିଳମ୍ବିତ ହୋଇଥାଏ। ଏପରି କି ଆମ୍ବୁଲାନ୍ସ ସେବା ଠିକ ସମୟରେ ମିଳିପାରେ ନାହିଁ। ଏସବୁ ସମସ୍ୟା ଉପରେ ବହୁବାର ପ୍ରଶାସନକୁ ଅବଗତ କରାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ଫଳ ମିଳିପାରିଲାନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri