୩୯ ବର୍ଷର କେନାଲ ରାସ୍ତା: କୋଟିଏ ଖର୍ଚ୍ଚ ସତ୍ତ୍ବେ ସୁଧୁରୁନି

ଜଗତ୍‌ସିଂହପୁର ଅଫିସ, ୧୩।୮: ରାଜ୍ୟ ସରକାର ବିକାଶ ନାଁରେ ଡେଙ୍ଗୁରା ପିଟୁଛନ୍ତି। କିନ୍ତୁ ଜଗତ୍‌ସିଂହପୁର ଭଳି ଉପକୂଳବର୍ତ୍ତୀ ଶିକ୍ଷିତ ଜିଲାରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏପରି କି ଜିଲା ମୁଖ୍ୟାଳୟଠାରୁ ମାତ୍ର ୧୦ କିଲୋମିଟର ଦୂର ଜଗତ୍‌ସିଂହପୁର ଜଳ ସମ୍ପଦ ବିଭାଗ ଅଧୀନ ୧୦ ନମ୍ବର ମୁଖ୍ୟ କେନାଲ ରାସ୍ତା ଅବସ୍ଥା ଲୋକଙ୍କ ଚିନ୍ତାର କାରଣ ହେଲାଣି। ଦୀର୍ଘ ୩୯ ବର୍ଷ ତଳୁ ଏହି ରାସ୍ତା ଅର୍ଥାତ୍‌ ଅରଣ ଗ୍ରାମଠାରୁ ବେଗୁନିଆ ପର୍ଯ୍ୟନ୍ତ ମୋରମ ହୋଇଥିଲ। ଦୁଃଖର କଥା ହେଲା ତା’ପରଠାରୁ ପ୍ରତିବର୍ଷ ରାସ୍ତା ମରାମତି ହେଉଛି। ମାତ୍ର ମରାମତି ନାଁରେ ଲକ୍ଷାଧିକ ଟଙ୍କା ଚଳୁ ହେଉଛି। ଗତ ୧୦ ବର୍ଷ ମଧ୍ୟରେ ରାସ୍ତା ମରାମତି ପାଇଁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
କିନ୍ତୁ ରାସ୍ତା ଅବସ୍ଥା ଯଥା ପୂବଂ ତଥା ପର। ୨୦୨୦ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଏହି କେନାଲ ରାସ୍ତା ସମସ୍ୟାକୁ ନେଇ ଲୋକେ ଭୋଟ ବର୍ଜନ କରିଥିଲେ। ସେତେବେଳେ ଲୋକେ ଏହି ବିଷୟରେ ମୁଖ୍ୟମନ୍ତ୍ରୀ, ଜଳ ସମ୍ପଦ ମନ୍ତ୍ରୀ, ଜିଲାପାଳଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ। ଜନ ଅସନ୍ତୋଷ ଦେଖି ରାଜନେତାମାନେ ଅନେକ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ରାସ୍ତା ଅବସ୍ଥାରେ କୌଣସି ସୁଧାର ଆସିନାହିଁ। ଏହି ପ୍ରସଙ୍ଗକୁ ନେଇ ଶୁକ୍ରବାର ଗୋପାଳପୁର ସରପଞ୍ଚ ରଶ୍ମିରଞ୍ଜନ ଦାଶ ଜଗତ୍‌ସିଂହପୁର ଜିଲା ପରିଷଦ ମୁଖ୍ୟ ବିକାଶ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରପ୍ରସାଦ ଦାଶଙ୍କୁ ସାକ୍ଷାତପୂର୍ବକ ଚିଠି ଦେଇ ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି। ସେ ଦର୍ଶାଇଛନ୍ତି, ଉକ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଉ। ଏଥିସହ ରାସ୍ତା ପିଚୁ କିମ୍ବା ଢଳେଇ କରାଗଲେ ୬ ପଞ୍ଚାୟତର ଶହସ୍ରାଧିକ ଲୋକେ ଉପକୃତ ହେବେ। ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଜିଲା ପରିଷଦ ମୁଖ୍ୟ ବିକାଶ ଅଧିକାରୀ ଦାଶ ନିଜେ ରାସ୍ତା ଅନୁଧ୍ୟାନ କରି ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସରପଞ୍ଚ ସୂଚନା ଦେଇଛନ୍ତି।
ସରପଞ୍ଚ ଦାଶ ଏକଥା ମଧ୍ୟ ଦର୍ଶାଇଛନ୍ତି, ଅରଣ ନିକଟବର୍ତ୍ତୀ କୀର୍ତ୍ତନପୁରଠାରୁ ବେଗୁନିଆ ଗ୍ରାମକୁ ସଂଯୋଗ କରୁଥିବା ଦୀର୍ଘ ୪ କିଲୋମିଟର ବିଶିଷ୍ଟ ଏହି କେନାଲ ବନ୍ଧରେ ପ୍ରତିଦିନ ଗୋପାଳପୁର ପଞ୍ଚାୟତର ଇଦ୍ରାକ୍ଷାପୁର, ଗୋପାଳପୁର, ମଇଦିପୁର, କଟରା ପଞ୍ଚାୟତର ହାଜିନଗର, କୋରକୋର, ବିରିତୋଳ ପଞ୍ଚାୟତର ସଲମପୁର (କଣ୍ଟିଗଡିଆ), ସଁଅରା, କନକପୁର ଓ ପଟିଲୋ ପଞ୍ଚାୟତର ପାଖାପାଖି ୨ ହଜାରରୁ ଅଧିକ ଲୋକ ଯାତାୟାତ କରନ୍ତି। କିନ୍ତୁ ବର୍ଷା ଋତୁରେ ଏହି ପଞ୍ଚାୟତର ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଏ। କେନାଲ ବନ୍ଧର ଅନେକ ସ୍ଥାନ ବୁଡ଼ିଯିବା ସହ କିଛି ସ୍ଥାନରେ ଘାଇ ସୃଷ୍ଟି ହୋଇ ଚାଷ ନଷ୍ଟ ହୋଇଯାଏ। ଯାତାୟାତ ବାଧାପ୍ରାପ୍ତ ହୋଇଥାଏ। ବିଦ୍ୟାର୍ଥୀମାନେ ଶିକ୍ଷା ଗ୍ରହଣରୁ ବଞ୍ଚତ୍ତ ହୋଇଥାନ୍ତି। ଜରୁରୀ ପରିସ୍ଥିତିରେ ଦମକଳ ସେବା ଓ ରିଲିଫ ଯୋଗାଣ ମଧ୍ୟ ବିଳମ୍ବିତ ହୋଇଥାଏ। ଏପରି କି ଆମ୍ବୁଲାନ୍ସ ସେବା ଠିକ ସମୟରେ ମିଳିପାରେ ନାହିଁ। ଏସବୁ ସମସ୍ୟା ଉପରେ ବହୁବାର ପ୍ରଶାସନକୁ ଅବଗତ କରାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ଫଳ ମିଳିପାରିଲାନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ନେଇ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ବଡ଼ ଘୋଷଣା

ହାଇଦ୍ରାବାଦ,୮।୧୨: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ହାଇଦ୍ରାବାଦର ଏକ ରାସ୍ତାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri