Posted inଜାତୀୟ

ଅତ୍ୟାବଶ୍ୟକ ତାଲିକାରେ ୩୯ ନୂଆ ଔଷଧ…

ନୂଆଦିଲ୍ଲୀ,୪।୯: ଅତ୍ୟାବଶ୍ୟକ ଔଷଧ ତାଲିକାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ପରିବର୍ତ୍ତନ ଆଣାଯାଇଛି। ଏହା ସହିତ ୩୯ ଟି ନୂଆ ଔଷଧକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ବହୁ ପରିମାଣରେ ବ୍ୟବହୃତ ହେଉଥିବା ଏହି ସମସ୍ତ ଔଷଧର ମୂଲ୍ୟ ହ୍ରାସ କରିବା ଏବଂ ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ଉପଲବ୍ଧ କରାଇବା ସରକାରଙ୍କ ଉଦ୍ଦେଶ୍ୟ। ସଂଶୋଧିତ ତାଲିକାରେ ଯୋଡି ହୋଇଥିବା ନୂଆ ଔଷଧ ଗୁଡ଼ିକ ମଧ୍ୟରେ କର୍କଟ, ଡାଇବେଟିସ୍‌, ଯକ୍ଷ୍ମା ଏବଂ ଏଚ.ଆଇ.ଭି ଭଳି ଗୁରୁତର ରୋଗ ଏବଂ କେତେକ ଆଣ୍ଟିଭାଇରାଲ ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି।

ସେହିପରି ତାଲିକାରୁ ୧୬ ଟି ଔଷଧମକୁ ହଟାଇ ଦିଆଯାଇଛି। ଏବେ ଏହି ତାଲିକାରେ ୩୯୯ଟି ଜରୁରୀ ଔଷଧ ରହିଛି। ଏହା ପୂର୍ବରୁ ଏଥିରେ ୩୭୬ ଔଷଧର ନାମ ରହିଥିଲା। ତାଲିକାରେ ଥିବା ସମସ୍ତ ଔଷଧ ପାଇଁ ସରକାରଙ୍କ ପ୍ରାସ୍ତ କ୍ୟାପ୍‌ ଲଗାଯାଇଥାଏ। ଯାହା ଦ୍ୱାରା ରୋଗୀଙ୍କୁ ଅତି କମ ମୂଲ୍ୟରେ ଔଷଧ ଉପଲବ୍ଧ କରାଯାଇଥାଏ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ର ବିଶେଷଜ୍ଞ କମିଟି ଦ୍ୱାରା ଏହି ସଂଶୋଧିତ ତାଲିକା ପ୍ରସ୍ତୁତ କରାଯାଇଥିଲା। ପରେ ତାଲିକାକୁ ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ବୀକୃତି ଲାଭ କରିବା ପରେ ସୁଲଭ ଔଷଧ ଏବଂ ସ୍ବାସ୍ଥ୍ୟ ଉତ୍ପାଦ ଷ୍ଟାଣ୍ଡିଂ କମିଟି ଏହାର ମୂଲ୍ୟାଙ୍କନ କରିବ। ଜାତୀୟ ଫାର୍ମାସ୍ୟୁଟିକାଲ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ ଏହି ଔଷଧଗୁଡିକର ଅନ୍ତିମ ମୂଲ୍ୟ ସ୍ଥିର କରିବେ। ଏହାର ମୁଖ୍ୟ ହେଉଛନ୍ତି ନୀତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ଡ. ଭି.କେ. ପଲ।


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହ ମାମଲା କର୍ନାଟକରେ ସର୍ବାଧିକ

ନୂଆଦିଲ୍ଲୀ,୧୯।୯: ଗତବର୍ଷ ଅପେକ୍ଷା ଦେଶରେ ଖୁବ୍‌ ବୃଦ୍ଧି ପାଇଛି ବାଲ୍ୟ ବିବାହ ମାମଲା। ଏହା ଦର୍ଶାଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ୨୦୨୦ ରିପୋର୍ଟ। ବାଲ୍ୟ...

ଡେରାଡୁନ୍‌ବାସୀଙ୍କ ଅସହଯୋଗ ଆନ୍ଦୋଳନ

ଡେରାଡୁନ୍‌, ୪ା୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରୁ ଅନୁପ୍ରାଣିତ ହୋଇ ଅନୁରୂପ ଭାବେ ରାସ୍ତା କାମ ପାଇଁ ଗଛକଟା କାମକୁ ବିରୋଧ କରିଛନ୍ତି...

ସ୍ବାମୀଙ୍କୁ ଘରୁ ବେଦଖଲ କରିବା-ପ୍ରବେଶ କରିବାକୁ ବାରଣ କରିବା ଅନ୍ୟାୟ, ସ୍ତ୍ରୀଙ୍କ ଆବେଦନ କୋର୍ଟରେ ଖାରଜ …

ନୂଆଦିଲ୍ଲୀ, ୧୭।୧ : ଜଣେ ମହିଳା ସ୍ବାମୀଙ୍କୁ ଘରୁ ବାହାର କରିଦେବା ଏବଂ ତାଙ୍କର ଘରେ ପ୍ରବେଶକୁ ରୋକିବା ପାଇଁ କୋର୍ଟରେ ଏକ ପିଟିଶନ ଦାଖଲ...

ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ ବାୟୁସେନା ବିମାନର ମିଳିଲା ବ୍ଲାକ୍‌ ବକ୍ସ

ସିୟାଂଗ,୧୩।୬: ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ୍‌-୩୨ନିକଟରେ ଏହାର ଏକ ଟିମ୍‌ ପହଞ୍ଚିଥିବା ସୂଚନା ମିଳିଛି। ଗୁରୁବାର ସକାଳେ ସର୍ଚ୍ଚ ଟିମ୍‌ ସେଠାରେ ପହଞ୍ଚିଥିବା ବେଳେ ଏଥିରେ...

ଭାଜପା ପାଇଁ ଭୋଟ ମାଗିଲେ କଙ୍ଗନା!

ଲକ୍ଷ୍ନୌ,୧୯ ।୨: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ତାଙ୍କ ବେକାବୁ ବୟାନକୁ ନେଇ । ଅନେକ...

ଦକ୍ଷିଣ କଶ୍ମୀରରେ ଏନ୍‌ଆଇଏ ଚଢ଼ାଉ, ୫ ସନ୍ଦିଗ୍ଧ ଗିରଫ…

ଶ୍ରୀନଗର,୧୧।୭: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗ ମିଳିବା ପରେ ଏନ୍‌ଆଇଏ, ଟିମ୍‌, ର ଏବଂ ଆଇବି ଟିମ୍‌ ପକ୍ଷରୁ ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଚଢ଼ାଉ କରାଯାଇଛି।...

ଗୋଟିଏ ମାସରେ ତୃତୀୟ ଥର ପାଇଁ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ,୧୦।୫: ଭାରତରେ କରୋନା ସଂକ୍ରମଣ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଦିଲ୍ଲୀରେ ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଛି।...

ଦାୟିତ୍ୱ ନେଲେ ନୌସେନା ମୁଖ୍ୟ: ସମୁଦ୍ର ସୀମାକୁ ସୁରକ୍ଷା ଦେବାକୁ କରାଯିବ ଯଥା ସମ୍ଭବ ପ୍ରୟାସ

ନୂଆଦିଲ୍ଲୀ,୩୦ ।୧୧: ନୂଆ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଭାରତୀୟ ନୌସେନାର ମୁଖ୍ୟ ପଦ ଗ୍ରହଣ କରିଛନ୍ତି । ପୂର୍ବତନ ନୌସେନାଧ୍ୟକ୍ଷ ଆଡମିରାଲ...

Advertisement
Archives

Model This Week