Posted inଜାତୀୟ

ଅତ୍ୟାବଶ୍ୟକ ତାଲିକାରେ ୩୯ ନୂଆ ଔଷଧ…

ନୂଆଦିଲ୍ଲୀ,୪।୯: ଅତ୍ୟାବଶ୍ୟକ ଔଷଧ ତାଲିକାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ପରିବର୍ତ୍ତନ ଆଣାଯାଇଛି। ଏହା ସହିତ ୩୯ ଟି ନୂଆ ଔଷଧକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ବହୁ ପରିମାଣରେ ବ୍ୟବହୃତ ହେଉଥିବା ଏହି ସମସ୍ତ ଔଷଧର ମୂଲ୍ୟ ହ୍ରାସ କରିବା ଏବଂ ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ଉପଲବ୍ଧ କରାଇବା ସରକାରଙ୍କ ଉଦ୍ଦେଶ୍ୟ। ସଂଶୋଧିତ ତାଲିକାରେ ଯୋଡି ହୋଇଥିବା ନୂଆ ଔଷଧ ଗୁଡ଼ିକ ମଧ୍ୟରେ କର୍କଟ, ଡାଇବେଟିସ୍‌, ଯକ୍ଷ୍ମା ଏବଂ ଏଚ.ଆଇ.ଭି ଭଳି ଗୁରୁତର ରୋଗ ଏବଂ କେତେକ ଆଣ୍ଟିଭାଇରାଲ ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି।

ସେହିପରି ତାଲିକାରୁ ୧୬ ଟି ଔଷଧମକୁ ହଟାଇ ଦିଆଯାଇଛି। ଏବେ ଏହି ତାଲିକାରେ ୩୯୯ଟି ଜରୁରୀ ଔଷଧ ରହିଛି। ଏହା ପୂର୍ବରୁ ଏଥିରେ ୩୭୬ ଔଷଧର ନାମ ରହିଥିଲା। ତାଲିକାରେ ଥିବା ସମସ୍ତ ଔଷଧ ପାଇଁ ସରକାରଙ୍କ ପ୍ରାସ୍ତ କ୍ୟାପ୍‌ ଲଗାଯାଇଥାଏ। ଯାହା ଦ୍ୱାରା ରୋଗୀଙ୍କୁ ଅତି କମ ମୂଲ୍ୟରେ ଔଷଧ ଉପଲବ୍ଧ କରାଯାଇଥାଏ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ର ବିଶେଷଜ୍ଞ କମିଟି ଦ୍ୱାରା ଏହି ସଂଶୋଧିତ ତାଲିକା ପ୍ରସ୍ତୁତ କରାଯାଇଥିଲା। ପରେ ତାଲିକାକୁ ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ବୀକୃତି ଲାଭ କରିବା ପରେ ସୁଲଭ ଔଷଧ ଏବଂ ସ୍ବାସ୍ଥ୍ୟ ଉତ୍ପାଦ ଷ୍ଟାଣ୍ଡିଂ କମିଟି ଏହାର ମୂଲ୍ୟାଙ୍କନ କରିବ। ଜାତୀୟ ଫାର୍ମାସ୍ୟୁଟିକାଲ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ ଏହି ଔଷଧଗୁଡିକର ଅନ୍ତିମ ମୂଲ୍ୟ ସ୍ଥିର କରିବେ। ଏହାର ମୁଖ୍ୟ ହେଉଛନ୍ତି ନୀତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ଡ. ଭି.କେ. ପଲ।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri