Categories: ଖେଳ

ଇଡେନ୍‌ଗାର୍ଡେନ୍ସରେ କ୍ୱାରାଣ୍ଟାଇନ୍‌ ସୁବିଧା

କୋଲକାତା, ୨୮ା୭ (ପି.ଟି.)- କୋଭିଡ୍‌-୧୯ ସମ୍ମୁଖ ଯୋଦ୍ଧା କୋଲକାତା ପୋଲିସ୍‌ ଲାଗି ଆଇକନିକ୍‌ ଇଡେନ୍‌ଗାର୍ଡେନ୍ସରେ କ୍ୱାରାଣ୍ଟାଇନ୍‌ ସୁବିଧା ମିଳିବ। ବେଙ୍ଗଲ କ୍ରିକେଟ ଆସୋସିଏଶନ(ସିଏବି) ସଭାପତି ଅଭିଷେକ ଡାଲମିଆ ସୋମବାର ଏହି ସୂଚନା ଦେଇଛନ୍ତି। ଏହି କ୍ରିକେଟ ଭେନ୍ୟୁର ୫ଟି ଗ୍ୟାଲେରୀ (ଇ,ଜି ଓ ଏଚ୍‌ ବ୍ଲକ୍‌)ର ନିମ୍ନଭାଗରେ କୋଭିଡ୍‌-୧୯ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରତିଷ୍ଠା ହେବ ହେବ। ପ୍ରଥମ ପର୍ଯ୍ୟାୟରେ ‘ଇ’ ଏବଂ ‘ଏଫ୍‌’ ବ୍ଲକର ନିମ୍ନ ଭାଗରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ ହେବ। ‘ଏଫ’୍‌ ବ୍ଲକରେ ଥିବା ଆମ ମିନି ହସ୍ପିଟାଲ୍‌କୁ ଡାକ୍ତରମାନଙ୍କୁ ବ୍ୟବହାର ଲାଗି ଅନୁମତି ମିଳିବ। କ୍ୱାରାଣ୍ଟାଇନ୍‌ରେ ରହିଥିବା ବ୍ୟକ୍ତି ବିଶେଷଙ୍କୁ ସେମାନେ ସେହିଠାରେ ରହି ମନିଟିରଂ କରିପାରିବେ। ମେ ମାସରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଠାରୁ ୧୬କୋଟି ଟଙ୍କା ମିଳିଥିଲା। ସେଥିରୁ ସ୍କୋରର, ଅମ୍ପାୟର ଏବଂ ମ୍ୟାଚ୍‌ ପର୍ଯ୍ୟବେକ୍ଷକଙ୍କ ବକେୟା ପାଉଣା ପ୍ରଦାନ କରାଯାଇଥିବା ଡାଲମିଆ ପ୍ରକାଶ କରିଛନ୍ତି।

Share