Posted inଖେଳ

୪ ବର୍ଷରେ ୩୯ରୁ ୩୮ ମ୍ୟାଚ୍‌ ଜିତିଛି ଚାମ୍ପିୟନ ଅଷ୍ଟ୍ରେଲିଆ

ଖ୍ରୀଷ୍ଟଚର୍ଚ୍ଚ,୩।୪: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ରେକର୍ଡ ସପ୍ତମ ଥର ପାଇଁ ଦିନିକିଆ ବିଶ୍ୱକପ୍‌ ହାସଲ କରିଛି। ମେଗ ଲାନ୍ନିଂଙ୍କ ନେତୃତ୍ୱାଧୀନ ଦଳ ରବିବାର ୭୧ ରନ୍‌ରେ ଇଂଲଣ୍ଡକୁ ହରାଇ ଦେଇଛି। ଆଇସିସି ମହିଳା ବିଶ୍ୱକପ୍‌ ଫାଇନାଲରେ ଆଲିସା ହେଲିଙ୍କ ରେକର୍ଡ ୧୭୦ ରନ୍‌ର ଇନିଂସ ଯୋଗୁ ଅଷ୍ଟ୍ରେଲିଆ ୫ ଉଇକେଟ କ୍ଷତିରେ ୩୫୬ ରନ୍‌ କରିଥିଲା। ପରେ ଆଲାନ କିଙ୍ଗ ଏବଂ ଜେସ ଜୋନାସେନ ୬ ଉଇକେଟ ନେଇ ଇଂଲଣ୍ଡକୁ ୨୮୫ ରନ୍‌ରେ ରୋକି ଦେଇଥିଲେ।

ଏହି ଚାମ୍ପିୟନ ଅଷ୍ଟ୍ରେଲିଆ ଦଳ କେବଳ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଛି ତାହା ନୁହେଁ। ମେଗ ଲାନ୍ନିଂଙ୍କ ଦଳ ଗତ ୪ ବର୍ଷ ହେଲା ପ୍ରଦର୍ଶନ କରିଆସୁଛି। ୨୦୧୭ ଠାରୁ ଅଷ୍ଟ୍ରେଲିଆ ୩୯ ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ୩୮ ମ୍ୟାଚ୍‌ରେ ବିଜୟୀ ହୋଇଛି। ୨୦୧୭ ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଭାରତ ଠାରୁ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ଲଗାତାର ୨୬ ମ୍ୟାଚ୍‌ ଜିତି ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ପୁରୁଷ ଦଳର ରେକର୍ଡ ଭାଙ୍ଗିଥିଲା। ଏହି ଅପରାଜେୟ ଧାରାକୁ ୨୦୨୧ରେ ଭାଙ୍ଗିଥିଲା ଭାରତୀୟ ଦଳ। ତା’ ପରଠୁ ଦଳ ପୁଣି ଥରେ ଲଗାତାର ୧୨ ମ୍ୟାଚ୍‌ ଜିତିଛି। ଏଥିରେ ଚଳିତ ବିଶ୍ୱକପ୍‌ର ୯ ମ୍ୟାଚ୍‌ ମଧ୍ୟ ସାମିଲ ରହିଛି।

କେବଳ ଦିନିକିଆ ଫର୍ମାଟ ନୁହେଁ ଟି୨୦ରେ ମଧ୍ୟ ଅଷ୍ଟ୍ରେଲିଆ ମହିଳା ଦଳ ତା’ର ଅପରାଜେୟ ଧାରା ବଜାୟ ରଖିଛି। ୨୦୧୭ ପରଠାରୁ ଅଷ୍ଟ୍ରେଲିଆ ଦୁଇ ଥର (୨୦୧୮ ଏବଂ ୨୦୨୧) ଟି୨୦ ବିଶ୍ୱକପ୍‌ ହାତେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri