ବନ୍ୟା, ବାତ୍ୟା ବେଳେ ସ୍ଥାନାନ୍ତର ମନେପଡ଼େ

କେନ୍ଦ୍ରାପଡ଼ା ଅଫିସ, ୧୧।୫: କେନ୍ଦ୍ରାପଡ଼ା ଜିଲାରେ ବନ୍ୟା, ବାତ୍ୟା, ସୁନାମି ଭୟ ପ୍ରତିବର୍ଷ ଲାଗି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ସୁରକ୍ଷା ପାଇଁ ସ୍ଥାନାନ୍ତର ସାଧାରଣ କଥା ହୋଇଛି। ସମୁଦ୍ର ତଟକ୍ଷୟ ପାଇଁ ସାତଭାୟାର ୫୭୧ପରିବାର ୮କି.ମି. ଦୂର ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ବରାହୀପୁର, ମଗରକନ୍ଦା, ଅଢ଼ସଲ, ଚାରିଘରିଆର ୧୪୮ ପରିବାର ଦୀର୍ଘଦିନ ଧରି ଆବେଦନ ପତ୍ର ଜିଲା ପ୍ରଶାସନକୁ ଦେଇଥିଲେ ମଧ୍ୟ ଅଦ୍ୟାବଧି ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହେଉନାହିଁ। ତେବେ ପ୍ରାକୃତିକ ବିପର୍ଯ୍ୟୟର ସୂଚନା ମିଳିଲେ ଜିଲା ପ୍ରଶାସନ ତପତ୍ର ହେଉଛନ୍ତି। ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟକୁ ରୋକୁଥିବା ହେନ୍ତାଳ ବଣ ସୃଷ୍ଟି ଓ ସାମୁଦ୍ରିକ ପ୍ରାଚୀର ନିର୍ମାଣକୁ ଗୁରୁତ୍ୱ ଦିଆଯାଉନାହିଁ। ସ୍ଥାନାନ୍ତର ହେଉ କି ନ ହେଉ ଏତେ ଖର୍ଚ୍ଚ ହୋଇଛି ବୋଲି ଦର୍ଶାଇ ସରକାରୀ ଅର୍ଥ ହରିଲୁଟ୍‌ କରାଯାଉଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ, ଡା. ପି.ଏନ. ଗୌରାଙ୍ଗ, ପରିବେଶବିତ୍‌ ଲକ୍ଷ୍ମୀଧର ସ୍ବାଇଁ, ସମରେନ୍ଦ୍ର ମାହାଳି ପ୍ରମୁଖ କହିଛନ୍ତି, ୨୦୦୪ ଡିସେମ୍ବରରେ ଇଣ୍ଡୋନେସିଆ ସମେତ ଭାରତର ତାମିଲନାଡୁ, ଆଣ୍ଡାମାନ ନିକୋବର, କେରଳ, ପଣ୍ଡିଚେରୀ ଓ ଆନ୍ଧ୍ର ଉପକୂଳରେ ସୁନାମିର ପ୍ରଭାବ ପଡିଥିଲା। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପ୍ରଥମ ପଦକ୍ଷେପ ସ୍ବରୂପ ଦେଶ ବ୍ୟାପୀ ସୁନାମି ପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇଥିଲା। ଓଡ଼ିଶାରେ ଓସଡମା ପକ୍ଷରୁ ଏହି ଚିହ୍ନଟ କାର୍ଯ୍ୟ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ସ୍ଥାନୀୟ ଜଙ୍ଗଲ ବିଭାଗ ସହଯୋଗରେ ତଟବର୍ତ୍ତୀ ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳର ୬୪ ଗ୍ରାମକୁ ସୁନାମି ପ୍ରବଣ ବୋଲି ଓସଡମା ଚିହ୍ନଟ କରିଥିଲା। ସୁନାମିର ମୁକାବିଲା ପାଇଁ ତଟାଞ୍ଚଳରେ ସାମୁଦ୍ରିକ ପ୍ରାଚୀର ଓ ହେନ୍ତାଳ ବଣ ସୃଷ୍ଟି କରିବାକୁ ତତ୍କାଳୀନ ସମୟରେ ପ୍ରସ୍ତାବ ରହିଥିଲା। ହେଲେ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉପାନ୍ତ ଅଞ୍ଚଳର ପ୍ରାୟ ୨ ଲକ୍ଷ ଅଧିବାସୀ ବନ୍ୟା ଓ ସାମୁଦ୍ରିକ ଝଡ ପରି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ବେଳେ ସୁନାମିକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗତ ୟାସ୍‌ ସାମୁଦ୍ରିକ ଝଡ ସମୟରେ ସମୁଦ୍ର ଜୁଆର ଜିଲାର ତଟାଞ୍ଚଳ ଡେଇଁ ପ୍ରାୟ ୩ କି.ମି. ମାଡି ଆସିଥିଲା। କୌଣସି କାରଣରୁ ସୁନାମି ଆସିଲେ ତଟାଞ୍ଚଳ କ୍ଷୟକ୍ଷତିକୁ ରୋକିବା ସମ୍ଭବ ହେବ ନାହିଁ। ଏହାର ପ୍ରକୋପକୁ କିଛି ମାତ୍ରାରେ ହେନ୍ତାଳବଣ କମ କରିପାରେ। ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ତଦାରଖ ପାଇଁ ୨୦୦୬ ମସିହାରେ ଗୋଆ ଜାତୀୟ ସାମୁଦ୍ରିକ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ଟି. ଜି. ଜଗତାପ, ଡ. ବି.ସି. ଇନଗୋଲିଓ, ଡ. କେ. ମୁଷା ପ୍ରମୁଖ କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଥିଲେ। ଭିତରକନିକା ଗସ୍ତରେ ଆସି ତଟାଞ୍ଚଳରେ ଥିବା ହେନ୍ତାଳ ଜଙ୍ଗଲ ଦେଖିବା ପରେ ଏହା ସର୍ବୋତ୍କୃଷ୍ଟ ବୋଲି ସନ୍ତୋଷ ପ୍ରକାଶ କରିଥିଲେ। ଭିତରକନିକାର ବ୍ୟାପକ ହେନ୍ତାଳ ବଣ ସୁନାମି ପ୍ରଭାବରୁ ମୁକ୍ତ କରିପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏଥିସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତଟବର୍ତ୍ତୀ ସ୍ଥାନରେ ହେନ୍ତାଳ ବଣ ଓ ଆବଶ୍ୟକ ମୁତାବକ ସୁରକ୍ଷା ପ୍ରାଚୀର କରିବାକୁ ପରାମର୍ଶ ଦେଇଥିଲେ। ଇତିମଧ୍ୟରେ ଏହି ଗସ୍ତକୁ ୧୬ ବର୍ଷ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାର ସୁନାମି ମୁକାବିଲା କେବଳ ୬୪ ଗ୍ରାମ ଚିହ୍ନଟରେ ସୀମିତ ହୋଇଛି। ତଟାଞ୍ଚଳକୁ ହେନ୍ତାଳ ଜଙ୍ଗଲ ପରିପୂର୍ଣ୍ଣ କରି ସୁନାମୀ ଓ ସାମୁଦ୍ରିକ ଝଡରୁ ସୁରକ୍ଷା ଦେବାକୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନାହିଁ। ଅପରପକ୍ଷରେ ତଟାଞ୍ଚଳରେ ଥିବା ହେନ୍ତାଳ ବଣର ଦ୍ରୁତ ଅବକ୍ଷୟ ହେବାରେ ଲାଗିଛି। ଏହି ତଟକ୍ଷୟ ପାଇଁ ସାତଭାୟାର ୫ ରାଜସ୍ବ ଗ୍ରାମ ଜିଲା ମାନଚିତ୍ରରୁ ଲିଭି ଯାଇଛି। ତଟାଞ୍ଚଳରେ କ୍ରମ ବର୍ଦ୍ଧିଷ୍ଣୁ ଚିଙ୍ଗୁଡି ଘେରି ପ୍ରାକୃତିକ ପରିବେଶକୁ ଉଜାଡି ଦେଇଛି। ସୁନାମି ଆତଙ୍କରେ ଆତଙ୍କିତ ଜିଲାର ପ୍ରାୟ ୨ ଲକ୍ଷ ଅଧିବାସୀ ମକ୍‌ ଡ୍ରିଲ ଓ ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ ଭରସାରେ ରହିଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ହେନ୍ତାଳ ବଣ ସୃଷ୍ଟିକୁ ଜିଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ପେଣ୍ଠଠାରେ ଜିଓ ସିନ୍ଥେଟିକ ଟିଉବ ୱାଲ ନିର୍ମାଣ ହୋଇଛି। ଏଥିସହ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri