ବନ୍ୟା, ବାତ୍ୟା ବେଳେ ସ୍ଥାନାନ୍ତର ମନେପଡ଼େ

କେନ୍ଦ୍ରାପଡ଼ା ଅଫିସ, ୧୧।୫: କେନ୍ଦ୍ରାପଡ଼ା ଜିଲାରେ ବନ୍ୟା, ବାତ୍ୟା, ସୁନାମି ଭୟ ପ୍ରତିବର୍ଷ ଲାଗି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ସୁରକ୍ଷା ପାଇଁ ସ୍ଥାନାନ୍ତର ସାଧାରଣ କଥା ହୋଇଛି। ସମୁଦ୍ର ତଟକ୍ଷୟ ପାଇଁ ସାତଭାୟାର ୫୭୧ପରିବାର ୮କି.ମି. ଦୂର ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ବରାହୀପୁର, ମଗରକନ୍ଦା, ଅଢ଼ସଲ, ଚାରିଘରିଆର ୧୪୮ ପରିବାର ଦୀର୍ଘଦିନ ଧରି ଆବେଦନ ପତ୍ର ଜିଲା ପ୍ରଶାସନକୁ ଦେଇଥିଲେ ମଧ୍ୟ ଅଦ୍ୟାବଧି ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହେଉନାହିଁ। ତେବେ ପ୍ରାକୃତିକ ବିପର୍ଯ୍ୟୟର ସୂଚନା ମିଳିଲେ ଜିଲା ପ୍ରଶାସନ ତପତ୍ର ହେଉଛନ୍ତି। ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟକୁ ରୋକୁଥିବା ହେନ୍ତାଳ ବଣ ସୃଷ୍ଟି ଓ ସାମୁଦ୍ରିକ ପ୍ରାଚୀର ନିର୍ମାଣକୁ ଗୁରୁତ୍ୱ ଦିଆଯାଉନାହିଁ। ସ୍ଥାନାନ୍ତର ହେଉ କି ନ ହେଉ ଏତେ ଖର୍ଚ୍ଚ ହୋଇଛି ବୋଲି ଦର୍ଶାଇ ସରକାରୀ ଅର୍ଥ ହରିଲୁଟ୍‌ କରାଯାଉଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ, ଡା. ପି.ଏନ. ଗୌରାଙ୍ଗ, ପରିବେଶବିତ୍‌ ଲକ୍ଷ୍ମୀଧର ସ୍ବାଇଁ, ସମରେନ୍ଦ୍ର ମାହାଳି ପ୍ରମୁଖ କହିଛନ୍ତି, ୨୦୦୪ ଡିସେମ୍ବରରେ ଇଣ୍ଡୋନେସିଆ ସମେତ ଭାରତର ତାମିଲନାଡୁ, ଆଣ୍ଡାମାନ ନିକୋବର, କେରଳ, ପଣ୍ଡିଚେରୀ ଓ ଆନ୍ଧ୍ର ଉପକୂଳରେ ସୁନାମିର ପ୍ରଭାବ ପଡିଥିଲା। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପ୍ରଥମ ପଦକ୍ଷେପ ସ୍ବରୂପ ଦେଶ ବ୍ୟାପୀ ସୁନାମି ପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇଥିଲା। ଓଡ଼ିଶାରେ ଓସଡମା ପକ୍ଷରୁ ଏହି ଚିହ୍ନଟ କାର୍ଯ୍ୟ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ସ୍ଥାନୀୟ ଜଙ୍ଗଲ ବିଭାଗ ସହଯୋଗରେ ତଟବର୍ତ୍ତୀ ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳର ୬୪ ଗ୍ରାମକୁ ସୁନାମି ପ୍ରବଣ ବୋଲି ଓସଡମା ଚିହ୍ନଟ କରିଥିଲା। ସୁନାମିର ମୁକାବିଲା ପାଇଁ ତଟାଞ୍ଚଳରେ ସାମୁଦ୍ରିକ ପ୍ରାଚୀର ଓ ହେନ୍ତାଳ ବଣ ସୃଷ୍ଟି କରିବାକୁ ତତ୍କାଳୀନ ସମୟରେ ପ୍ରସ୍ତାବ ରହିଥିଲା। ହେଲେ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉପାନ୍ତ ଅଞ୍ଚଳର ପ୍ରାୟ ୨ ଲକ୍ଷ ଅଧିବାସୀ ବନ୍ୟା ଓ ସାମୁଦ୍ରିକ ଝଡ ପରି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ବେଳେ ସୁନାମିକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗତ ୟାସ୍‌ ସାମୁଦ୍ରିକ ଝଡ ସମୟରେ ସମୁଦ୍ର ଜୁଆର ଜିଲାର ତଟାଞ୍ଚଳ ଡେଇଁ ପ୍ରାୟ ୩ କି.ମି. ମାଡି ଆସିଥିଲା। କୌଣସି କାରଣରୁ ସୁନାମି ଆସିଲେ ତଟାଞ୍ଚଳ କ୍ଷୟକ୍ଷତିକୁ ରୋକିବା ସମ୍ଭବ ହେବ ନାହିଁ। ଏହାର ପ୍ରକୋପକୁ କିଛି ମାତ୍ରାରେ ହେନ୍ତାଳବଣ କମ କରିପାରେ। ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ତଦାରଖ ପାଇଁ ୨୦୦୬ ମସିହାରେ ଗୋଆ ଜାତୀୟ ସାମୁଦ୍ରିକ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ଟି. ଜି. ଜଗତାପ, ଡ. ବି.ସି. ଇନଗୋଲିଓ, ଡ. କେ. ମୁଷା ପ୍ରମୁଖ କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଥିଲେ। ଭିତରକନିକା ଗସ୍ତରେ ଆସି ତଟାଞ୍ଚଳରେ ଥିବା ହେନ୍ତାଳ ଜଙ୍ଗଲ ଦେଖିବା ପରେ ଏହା ସର୍ବୋତ୍କୃଷ୍ଟ ବୋଲି ସନ୍ତୋଷ ପ୍ରକାଶ କରିଥିଲେ। ଭିତରକନିକାର ବ୍ୟାପକ ହେନ୍ତାଳ ବଣ ସୁନାମି ପ୍ରଭାବରୁ ମୁକ୍ତ କରିପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏଥିସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତଟବର୍ତ୍ତୀ ସ୍ଥାନରେ ହେନ୍ତାଳ ବଣ ଓ ଆବଶ୍ୟକ ମୁତାବକ ସୁରକ୍ଷା ପ୍ରାଚୀର କରିବାକୁ ପରାମର୍ଶ ଦେଇଥିଲେ। ଇତିମଧ୍ୟରେ ଏହି ଗସ୍ତକୁ ୧୬ ବର୍ଷ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାର ସୁନାମି ମୁକାବିଲା କେବଳ ୬୪ ଗ୍ରାମ ଚିହ୍ନଟରେ ସୀମିତ ହୋଇଛି। ତଟାଞ୍ଚଳକୁ ହେନ୍ତାଳ ଜଙ୍ଗଲ ପରିପୂର୍ଣ୍ଣ କରି ସୁନାମୀ ଓ ସାମୁଦ୍ରିକ ଝଡରୁ ସୁରକ୍ଷା ଦେବାକୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନାହିଁ। ଅପରପକ୍ଷରେ ତଟାଞ୍ଚଳରେ ଥିବା ହେନ୍ତାଳ ବଣର ଦ୍ରୁତ ଅବକ୍ଷୟ ହେବାରେ ଲାଗିଛି। ଏହି ତଟକ୍ଷୟ ପାଇଁ ସାତଭାୟାର ୫ ରାଜସ୍ବ ଗ୍ରାମ ଜିଲା ମାନଚିତ୍ରରୁ ଲିଭି ଯାଇଛି। ତଟାଞ୍ଚଳରେ କ୍ରମ ବର୍ଦ୍ଧିଷ୍ଣୁ ଚିଙ୍ଗୁଡି ଘେରି ପ୍ରାକୃତିକ ପରିବେଶକୁ ଉଜାଡି ଦେଇଛି। ସୁନାମି ଆତଙ୍କରେ ଆତଙ୍କିତ ଜିଲାର ପ୍ରାୟ ୨ ଲକ୍ଷ ଅଧିବାସୀ ମକ୍‌ ଡ୍ରିଲ ଓ ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ ଭରସାରେ ରହିଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ହେନ୍ତାଳ ବଣ ସୃଷ୍ଟିକୁ ଜିଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ପେଣ୍ଠଠାରେ ଜିଓ ସିନ୍ଥେଟିକ ଟିଉବ ୱାଲ ନିର୍ମାଣ ହୋଇଛି। ଏଥିସହ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri