Posted inଖେଳ

ବୁଡ଼ିଯିବ ରୋଇଂ, କାୟାକିଂ, କାନୋଇଂ କ୍ରୀଡ଼ା

 

କଟକ ଅଫିସ,୩ା୭: ଜଗତପୁର ନିକଟସ୍ଥ ବିରୂପା ନଦୀ ପଠାରେ ରହିଛି ସାଇ ଜଳକ୍ରୀଡ଼ା କେନ୍ଦ୍ର। ଏହି କେନ୍ଦ୍ରରୁ ତିଆରି ହୋଇଛନ୍ତି ରାଜ୍ୟର ଅନେକ ପ୍ରତିଭା। ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀଙ୍କୁ ସୃଷ୍ଟି କରିବାରେ ମଧ୍ୟ ଏହି କେନ୍ଦ୍ରର ଅବଦାନ ରହିଛି। ଏବେ କେନ୍ଦ୍ରକୁ ଲାଗି ଗଢ଼ି ଉଠିଛି ଏକ ଜନବସତି। ଯେଉଁଠାରେ କଟକ ଜିଲା ପ୍ରଶାସନ ବିସ୍ଥାବିତ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିଛି। ତେବେ ଏହି ଜନବସତି ଯୋଗୁଁ ବିରୂପା ନଦୀ ପ୍ରଦୂଷିତ ହେଉଛି ବୋଲି ଅଭିଯୋଗ ହୋଇଛି। ସାଇ ଜଳକ୍ରୀଡ଼ା କେନ୍ଦ୍ର ଏବେ ସଙ୍କଟରେ। ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଅଣ୍ଟା ଭିଡ଼ୁଥିବା ଓଡ଼ିଶା ଆସୋସିଏଶନ ଫର ରୋଇଂ ଆଣ୍ଡ ସ୍କଲିଂ(ଓଏଆର୍‌ଏସ) ଆଗାମୀ ଦିନରେ ଅନେକ ଅସୁବିଧାର ସମ୍ମୁଖୀନ ହେବ ବୋଲି ପୂର୍ବାନୁମାନ କରିଛି। ରୋଇଂ କାୟାକିଂ ଓ କାନୋଇଂ କ୍ରୀଡ଼ା ବୁଡ଼ିଯିବା ସମ୍ଭାବନା ସୃଷ୍ଟି ହୋଇଛି, ଯାହାକୁ ନେଇ ଓଏଆର୍‌ଏସ୍‌ର ସଭାପତି ବିନୋଦ ଦାଶ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ଦ୍ୱାରସ୍ଥ ହୋଇଛନ୍ତି।
୧୯୯୩ ମସିହାରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ)ର ସ୍ପେସାଲ ଏରିଆ ଗେମ୍ସ(ଏସ୍‌ଏଜି) ଦ୍ୱାରା ବିରୂପାନଦୀ କୂଳରେ ଜଳକ୍ରୀଡ଼ା କେନ୍ଦ୍ର ଆରମ୍ଭ କରାଯାଇଥିଲା। ଖେଲୋ ଇଣ୍ଡିଆର ପ୍ରତିଯୋଗୀମାନେ ମଧ୍ୟ ଏଠାରେ ଅଭ୍ୟାସ କରୁଛନ୍ତି। ଦୁଇ ଜଣ ଅଲିମ୍ପିଆନ ପ୍ରଶିକ୍ଷଣ ଦାୟିତ୍ୱରେ ରହିଛନ୍ତି। ଏଠାରେ ୬ଥର ଜାତୀୟ ଚାମ୍ପିୟନଶିପ ଆୟୋଜିତ ହୋଇଥିବା ବେଳେ ଆଗାମୀ ଦିନରେ ଏସିଆନ ସିନିୟର ରୋଇଂ ଚାମ୍ପିୟନଶିପ ଆୟୋଜନ କରିବା ନେଇ ଗ୍ରୀନ ସିଗ୍ନାଲ ମିଳିଛି। ଏହି ଚାମ୍ପିୟନଶିପ ନିମନ୍ତେ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ତେବେ ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପରିପ୍ରେକ୍ଷୀରେ ସହରରୁ ବିଭିନ୍ନ ବସ୍ତିକୁ ଉଚ୍ଛେଦ କରାଯାଇଛି। ଏହି ବିସ୍ଥାପିତ ବସ୍ତିବାସିନ୍ଦାଙ୍କୁ ଜଳକ୍ରୀଡ଼ା କେନ୍ଦ୍ର ନିକଟରେ ଥଇଥାନ କରାଯାଇଛି । ୩୦୦ରୁ ଅଧିକ ପରିବାର ସ୍ଥାୟୀ ଭାବେ ଘର ନିର୍ମାଣ କରି ନଦୀପଠାରେ ରହୁଛନ୍ତି। ଏହି ବାସିନ୍ଦାମାନଙ୍କ ଯୋଗୁଁ ବିରୂପା ନଦୀ ପ୍ରଦୂଷିତ ହେବା ସହ ନଦୀପଠା ଆର୍ବଜନାରେ ଭର୍ତ୍ତି ହେଲାଣି ବୋଲି ଅଭିଯୋଗ ହୋଇଛି । ପରିମଳ ବ୍ୟବସ୍ଥା ନଷ୍ଟ ହେଉଥିବା ବେଳେ ଖେଳ ଭିତ୍ତିଭୂମି ଭୁଶୁଡ଼ିବା ଆରମ୍ଭ ହେଲାଣି। କୌଣସି ଯୋଜନା ନ କରାଯାଇ ତରବରିଆ ଭାବେ ଏମାନଙ୍କୁ ଏଠାରେ ଥଇଥାନ କରାଯାଇଛି। ଫଳରେ ରାଜ୍ୟର ଏହି ପ୍ରମୁଖ କ୍ରୀଡ଼ା କେନ୍ଦ୍ର ପ୍ରତି ବିପଦ ଘନେଇ ଲାଣି ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଏ ନେଇ ସଂଘ ଏନଜିଟିର ଦ୍ୱାରସ୍ଥ ହୋଇଛି । କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ପାଇଁ ସଂଘ ଏନଜିଟି ନିକଟରେ ପ୍ରାର୍ଥନା କରିଛି। ଏନ୍‌ଜିଟି ପକ୍ଷରୁ ଜିଲାପାଳ, ସିଏମ୍‌ସି କମିଶନର ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ରିପୋର୍ଟ ତଲବ କରାଯାଇଛି। ରିପୋର୍ଟ ନ ମିଳିବା ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି ଏନଜିଟି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ”ଏହାଦ୍ୱାରା ଖେଳ ପରିବେଶ ନଷ୍ଟ ହେଉଛି। ଏ ଦିଗରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ଉଚିତ୍‌। ନଚେତ ଏକ ଅଲିମ୍ପିକ ଖେଳ ପ୍ରତି ବିପଦ ସୃଷ୍ଟି ହେବ“ ବୋଲି ଓଏଆର୍‌ଏସ ସଭାପତି ବିନୋଦ ପ୍ରକାଶ କରିଛନ୍ତି।
୨୦ବର୍ଷରେ ୩୩୪ ପଦକ
ଗତ ୨୦ବର୍ଷରେ ଏହି ଜଳ କ୍ରୀଡ଼ା କେନ୍ଦ୍ର ୩୩୪ଟି ପଦକ ଜିତିଲାଣି। ଏହା ମଧ୍ୟରୁ ୨୩ଟି ପଦକ ଅନ୍ତର୍ଜାତୀୟ ସ୍ତରର ଟୁର୍ନାମେଣ୍ଟରୁ ମିଳିଥିବା ବେଳେ ଜାତୀୟ ଟୁର୍ନାମେଣ୍ଟରୁ ମିଳିଛି ୩୧୧ପଦକ। କେବଳ ରୋଇଂ କ୍ରୀଡ଼ାରେ ଏହି ପଦକ ହାସଲ ହୋଇଛି। ଏହାଛଡ଼ା କାୟାକିଂ ଓ କାନୋଇଂ କ୍ରୀଡ଼ାରେ ମଧ୍ୟ ଏହି କେନ୍ଦ୍ର ଅନେକ ପଦକ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri