ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା ରଙ୍ଗବେରଙ୍ଗ ଗୁଡ଼ି

ଚାଇନା,୨୨।୪: ଚାଇନାର ଓ୍ବିଫାଙ୍ଗରେ ବହୁ ଧୁମ୍‌ଧାମ୍‌ରେ ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ ପାଳିତ ହୋଇଛି। ଏହି ଅବସରରେ ୩୦ ଦେଶରୁ ୪ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଦିନସାରା ଚାଲୁଥିବା ଏହି କାର୍ଯ୍ୟକ୍ରମରେ ଆକାଶରେ ହଜାର ହଜାର ରଙ୍ଗବେରଙ୍ଗ ଓ ବିଭିନ୍ନ କିସମର ଗୁଡି ଉଡ଼ିଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ସାରା ବିଶ୍ୱରୁ ବହୁ ସଂଖ୍ୟାରେ ଲୋକଙ୍କ ସୂଅ ଛୁଟିଥାଏ। ରୁଷ, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଜାପାନ, ଫ୍ରାନ୍ସ, କାନାଡା ଓ ଇଣ୍ଡୋନେସିଆ ସମେତ ୩୦ଟି ଦେଶରୁ  ପ୍ରାୟ ଦେଢ଼ଲକ୍ଷ ଲୋକ ଏହି ଫେଷ୍ଟିଭାଲରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଓ୍ବିଫାଙ୍ଗରେ ପ୍ରତିବର୍ଷ ୮୦ଲକ୍ଷ ଗୁଡ଼ି ତିଆରି କରାଯାଇଥାଏ। ଏହାକୁ ଚୀନ ସମେତ ଅନ୍ୟ ବହୁ ଦେଶକୁ ମଧ୍ୟ ପଠାଯାଇଥାଏ। ଓ୍ବିଫାଙ୍ଗରେ ଜନସଂଖ୍ୟା ପ୍ରାୟ ୯ଲକ୍ଷରୁ ଊର୍ଦ୍ଧ୍ୱ ଥିବା ବେଳେ ଏଥିରୁ ୨୫ ପ୍ରତିଶତ ଲୋକଙ୍କୁ ବର୍ଷସାରା ଗୁଡି ତିଆରି କରିବା ପାଇଁ ରୋଜଗାର ମଧ୍ୟ ମିଳୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀରରେ ଆଇଏଲ୍‌-୬ ପ୍ରୋଟିନ୍‌ ଅଧିକ ରହିଲେ ହୁଏ କରୋନା ସଂକ୍ରମଣ

ଓ୍ବାଶିଂଟନ, ୬।୬: କରୋନା ମହାମାରୀ ବିରୋଧରେ ପୃଥିବୀରେ ଲଢ଼େଇ ଜାରି ରହିଛି। କେଉଁ ମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ ସେନେଇ ଗବେଷକ...

ପେଶାଓ୍ବରର ଆତ୍ମଘାତୀ ବିସ୍ଫୋରଣରେ ୪୬ମୃତ, ୧୫୦ରୁ ଊର୍ଦ୍ଧ୍ୱ ଆହତ

ଇସ୍‌ଲାମାବାଦ୍‌,୩୦।୧: ପାକିସ୍ତାନର ପେଶାୱାରରେ ଥିବା ପୋଲିସ ଲାଇନ୍‌ ମସ୍‌ଜିଦରେ ସୋମବାର ହୋଇଥିବା ବିସ୍ଫୋରଣରେ ଅତିକମ୍‌ରେ ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଲୋକ...

କରୋନା ସହିତ ଲଢ଼ି ଜୀବନ ଦେଲେ ୭୧୦୦ ସ୍ବାସ୍ଥ୍ୟକର୍ମୀ

ରୋମ୍‌,୨୯।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ପୃଥିବୀରେ ବଢ଼ିବାରେ ଲାଗିଛି। ଇଟାଲିରେ କରୋନା ସଂକ୍ରମଣ ମହାମାରୀ ଭଳି ମାଡ଼ି ଚାଲିଛି। ଏଠାରେ କରୋନା ସଂକ୍ରମିତଙ୍କ...

ଆଫଗାନିସ୍ତାନରେ ତାଲିବାନ ଶାସନ: ଭାରତରେ ବଢିପାରେ ନିଶା କାରବାର

ନୂଆଦିଲ୍ଲୀ,୨୬ ।୮: ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଏବେ ଭାରତରେ ନିଶା କାରବାର ବଢିଯାଇ ପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦେଖି ଭାରତୀୟ...

ଏହି ଯୁବତୀଙ୍କ ପଛରେ ପାଣି ପରି ପଇସା ଖର୍ଚ୍ଚ କରନ୍ତି ପୁଟିନ୍‌

ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ନାଁରେ ଜଣେ ବ୍ୟକ୍ତି ଏକ ଗୁରୁତର ଅଭିଯୋଗ କରିଛନ୍ତି। ତାହା ପୁଣି ସୋସିଆଲ ମିଡିଆରେ ଶେୟାର କରି କହିଛନ୍ତି। ଆଲେକ୍ସି...

ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକାର ମନ୍ତ୍ରୀ ଜିଓଫ୍ରି ପିୟାଟ

ୱାଶିଂଟନ,୧୨ ।୨: ଆମେରିକାର ଶକ୍ତି ସଂସାଧନ ସହାୟକ ବୈଦେଶିକ ମନ୍ତ୍ରୀ ଜିଓଫ୍ରି ପିୟାଟ ଆସନ୍ତା ସପ୍ତାହରେ ଭାରତ ଆସିବେ । ତାଙ୍କର ଉଦ୍ଦେଶ୍ୟ ଦକ୍ଷିଣ ଏସିଆରେ...

୬୮ ଲକ୍ଷ ଟଙ୍କାର ବ୍ୟାଗ୍‌ ଧରି ଛୁ’

ଇସଲାମାବାଦ୍‌,୬।୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ଭିତରେ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସମ୍ପୃକ୍ତ ମହିଳା ଜଣଙ୍କ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ପ୍ରଧାନମନ୍ତ୍ରୀ ହେଲେ ସପ୍ତାହକରେ ଶକ୍ତି ସଙ୍କଟର ସମାଧାନ

ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼ରେ ଆଗୁଆ ଥିବା ୪୭ ବର୍ଷୀୟା ଲିଜ୍‌ ଟ୍ରସ୍‌ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ସପ୍ତାହକ ମଧ୍ୟରେ ଶକ୍ତିସଙ୍କଟର ସମାଧାନ...

Advertisement
Archives

Model This Week