ଚିକିତ୍ସା ପାଇଁ ବାପାଙ୍କୁ ୩୫ କି.ମି. ଟ୍ରଲିରେ ବୋହିଲେ ଝିଅ

ଭଦ୍ରକ,୨୭ା୧୦(ସନାତନ ରାଉତ): ବାପାଙ୍କ ଯନ୍ତ୍ରଣା ସହିପାରିଲେନି। ସାହି ପଡ଼ୋଶୀ କେହି ସହଯୋଗର ହାତ ବଢ଼ାଇଲେନି। ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇପାରିଲାନି। ଶେଷରେ ଚିକିତ୍ସା ପାଇଁ ବାପାଙ୍କୁ ଟ୍ରଲିରେ ବସାଇ ୩୫ କି.ମି. ବୋହି ଡାକ୍ତରଖାନା ନେଲେ ନାବାଳିକା ଝିଅ। ଡାକ୍ତରଖାନାରେ ଚିକିତ୍ସା ପରେ ପୁଣି ବାପାଙ୍କୁ ଟ୍ରଲିରେ ବସାଇ ଘରକୁ ଫେରୁଥିଲେ ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ନଦୀଗାଁର ସୁଜାତା ସେଠୀ(୧୪)। ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ କିଛି ଦୂରରେ ଗୁରୁବାର ମଧ୍ୟାହ୍ନରେ ଏଭଳି ଘଟଣା ଦେଖି କେତେଜଣ ଗଣମାଧ୍ୟମ ପ୍ରତିନିଧି ସେମାନଙ୍କୁ ଅଟକାଇଥିଲେ। ଏହାପରେ ବାପ-ଝିଅଙ୍କଠାରୁ ସମ୍ପୂର୍ଣ୍ଣ ଘଟଣା ବୁଝିଥିଲେ।
ଘଟଣାରୁ ପ୍ରକାଶ ଯେ, ନଦୀଗଁା ନିବାସୀ ଶମ୍ଭୁନାଥ ସେଠୀ ଜଣେ ଟ୍ରଲି ଚାଳକ। ଗତ ୨୪ ତାରିଖରେ ଜମିଜମା ବିବାଦକୁ ନେଇ ତାଙ୍କର ପଡ଼ୋଶୀଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏଥିରେ ଶମ୍ଭୁନାଥଙ୍କର ହାତ ଭାଙ୍ଗିଯାଇଥିଲା। କାହାରିଠାରୁ ସାହାଯ୍ୟ ନ ମିଳିବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ନ ପାରି ଝିଅ ସୁଜାତା ସେହିଦିନ ଶମ୍ଭୁଙ୍କୁ ନିଜ ଟ୍ରଲିରେ ବସାଇ ପ୍ରଥମେ ଧାମନଗର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ କୁହାଯାଇଥିଲା। ସୁଜାତା ଶମ୍ଭୁଙ୍କୁ ଟ୍ରଲିରେ ନେଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଭଳି ୩୫ କି.ମି. ସେ ଟ୍ରଲି ଚଲାଇ ଆସିଥିଲେ। ୨ ଦିନ ଚିକିତ୍ସା କରାଯାଇ ୭ ଦିନ ପରେ ଭାଙ୍ଗିଥିବା ହାତର ଅସ୍ତ୍ରୋପଚାର ହେବ ବୋଲି ଡାକ୍ତର ପରାମର୍ଶ ଦେଇ ଗୁରୁବାର ତାଙ୍କୁ ଡିସ୍‌ଚାର୍ଜ କରିଥିଲେ। ଏଣୁ ସୁଜାତା ବାପାଙ୍କୁ ଧରି ଘରକୁ ଫେରୁଥିଲେ। ବାଟରେ ଗଣମାଧ୍ୟମ ପ୍ରତିନିଧି ସେମାନଙ୍କୁ ପଚାରି ବୁଝୁଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପହଞ୍ଚତ୍ ଘଟଣା ବିଷୟରେ ଅବଗତ ହୋଇଥିଲେ। ବିଧାୟକ ମଲ୍ଲିକ ଘଟଣାର ଗୁରୁତ୍ୱକୁ ବୁଝି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଘଟଣାସ୍ଥଳକୁ ଡାକିଥିଲେ। ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ର ସେଠାରେ ପହଞ୍ଚତ୍ ସମସ୍ତ ଘଟଣା ଅବଗତ ହେବା ପରେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଇ ବାପ ଝିଅଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଫେରାଇ ନେଇ ଅଧିକ ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ସେମାନେ ଏବେ ହସ୍ପିଟାଲରେ ରହିବେ ଏବଂ ୭ ଦିନ ବଦଳରେ ଯେତେଶୀଘ୍ର ହୋଇପାରିବ ଶମ୍ଭୁଙ୍କ ଅସ୍ତ୍ରୋପଚାର କରାଯିବ ବୋଲି ଡା. ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ବ୍ଲକ୍‌ରେ ଘରେ ଘରେ ତ୍ରିରଙ୍ଗା ପଦଯାତ୍ରା; ୧୦୦ ଫୁଟ୍‌ର ତ୍ରିରଙ୍ଗା ପାଲଟିଲା ମୁଖ୍ୟ ଆକର୍ଷଣ

ଥୁଆମୂଳ ରାମପୁର,୧୩।୮(ଦୁର୍ଗା କୀର୍ତ୍ତି): ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପକ୍ଷରୁ ଗୁରୁବାର ‘ଘରେ ଘରେ ତ୍ରିରଙ୍ଗା’…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

କୋଇଡାରେ ଭୟଙ୍କର ଜଳପ୍ରଳୟ: କେର୍କେଟା ସାହିରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri