ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି କ୍ଷେତ୍ରରେ କିଭଳି ଉତ୍ପାଦନ ବୃଦ୍ଧି ପାଇବ ସେ ଉପରେ ଆଲୋଚନା ହୋଇଥିଲା। ବୈଜ୍ଞାନିକ ଓ କୃଷକ ମଧ୍ୟରେ ସମନ୍ବୟ ରହିଲେ କୃଷି ଉତ୍ପାଦନ ବୃଦ୍ଧି ପାଇବ ଓ କୃଷକମାନଙ୍କ ଆର୍ଥିକ ଉନ୍ନତି ହେବ। ତେଣୁ ଚାଷୀମାନେ ପରିବର୍ତ୍ତିତ ଜଳବାୟୁ ସହ ଖାପ ଖୁଆଇଲା ଭଳି ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷ କାର୍ଯ୍ୟ କରିବା ଉପରେ ବୈଠକରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସମ୍ପ୍ରସାରଣ ନିର୍ଦ୍ଦେଶାଳୟର ଅଧକ୍ଷ ପ୍ରଫେସର୍‌ ପ୍ରସନ୍ନଜିତ୍‌ ମିଶ୍ର ବୈଠକରେ ଅନଲାଇନ ମାଧ୍ୟମରେ ଅଧ୍ୟକ୍ଷତା କରିଥିଲେ।

ଓଡ଼ିଶା କୃଷି ଓ ବୈଷୟିକ ବିଶବିଦ୍ୟାଳୟ ସମ୍ପ୍ରସାରଣ ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଡ. ସନତ କୁମାର ଦ୍ୱିିବେଦୀ ସଭାକୁ ସଂଯୋଜନା କରିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆଳୁ ଗବେଷଣା କେନ୍ଦ୍ରର ଅଧିକାରୀ ପ୍ରଫେସର ଡ. ଅଶୋକ କୁମାର ମିଶ୍ର, କନ୍ଧମାଳ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ନାରାୟଣ ବାର ଓ ବ୍ରହ୍ମପୁର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ ସୁଜିତ କୁମାର ନାଥ, ଗଞ୍ଜାମ ଜିଲା ମୁଖ୍ୟ କୃଷି ଅଧିକାରୀ ଡ ଅଜୟ କୁମାର କର, ଭୁବନେଶ୍ୱର ଉଦ୍ୟାନ ଗବେଷଣା କେନ୍ଦ୍ରର ଡ ଗୋବିନ୍ଦ ଆଚାର୍ଯ୍ୟ, କୋଲକାତା କୃଷି ବିଜ୍ଞାନ କେନ୍ଦ୍ରର ଡ. କଲ୍ୟାଣ ସୁନ୍ଦର ଦାସ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଗଣେଶ ଚନ୍ଦ୍ର ମହାନ୍ତି, ଜି, ଉଦୟଗିରି କୃଷି ଗବେଷଣା କେନ୍ଦ୍ରର ମୁଖ୍ୟ ଡ. ଜ୍ଞାନଲୋକ ଦାସ, ଭଞ୍ଜନଗର ଜିଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର, ସହକାରୀ ଉଦ୍ୟାନବିତ୍‌ ଇତିଶ୍ରୀ ପ୍ରିୟଦର୍ଶିନୀ, ସହକାରୀ ମତ୍ସ୍ୟ ଅଧିକାରୀ ଏସ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ. ସୂତନୁ ଶତପଥି ସ୍ବାଗତ ଭାଷଣ ଦେଇଥିଲେ। ୨୦୨୬-୨୭ରେ କ’ଣ ସବୁ କାର୍ଯ୍ୟକ୍ରମ ହେବ ସେନେଇ ଖସଡ଼ା ପ୍ରସ୍ତୁତ ହୋଇଥିଲା । ବରିଷ୍ଠ ବୈଜ୍ଞାନିକ ଡ ସନ୍ତୋଷ କୁମାର ସାମନ୍ତରାୟ, ଡ ସିଦ୍ଧାର୍ଥ ରଣବିଜୁଳି, ଡ ଅନିତା ପାତ୍ର, ବୈଜ୍ଞାନିକ,ଏମ ଦିବ୍ୟନାଥ, ପାଣିପାଗ ବିଶେଷଜ୍ଞ ସ୍ବାତୀ ସ୍ବୟଂପ୍ରଭା ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗନେଇ ସମନ୍ବିତ ଚାଷ, ଉନ୍ନତ ପ୍ରଣାଳୀରେ କଦଳୀ ଏବଂ ପିଜୁଳି ଚାଷ, ପାକଶାଳା ବଗିଚା, ଛତୁ ଚାଷ, କୁକୁଡ଼ା, ଛେଳି, ମେଣ୍ଢା ,ଫୁଲ ଚାଷ ଦ୍ୱାରା କିଭଳି ଚାଷୀଙ୍କ ଆୟ ବୃଦ୍ଧି ହେବ ତାହା ଉପରେ କହିଥିଲେ। ହାତୀ ମହୁମାଛିକୁ ଭୟ କରେ, ତେଣୁ ଯେଉଁ ଅଞ୍ଚଳରେ ହାତୀ ଉପଦ୍ରବ ହେଉଛି ସେହି ଅଞ୍ଚଳରେ ମହୁମାଛି ଚାଷ କରିବା ପାଇଁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ହଳଦୀ ଚାଷ, କନ୍ଦମୂଳ ଜାତୀୟ ଫସଲ ଏବଂ ପ୍ରାକୃତିକ କୃଷି ର ପ୍ରଚାର ଏବଂ ପ୍ରସାର ଦିଗରେ ମଧ୍ୟ ଦୃଷ୍ଟି ଦେବାକୁ ବକ୍ତାମାନେ କହିଥିଲେ। ଶେଷରେ ଅତିଥି ମାନଙ୍କ ଦ୍ବାରା କୃଷି ବିଜ୍ଞାନ କେନ୍ଦ୍ରର ସ୍ମରଣିକା ଉନ୍ମୋଚିତ ହୋଇଛି। ଶିତିକଣ୍ଠ ମିଶ୍ର,ପୂଜାରଣି ବିଷୋୟୀ, ବନଜା ତ୍ରିପାଠୀ, ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri