ଜିଲାର ୯୧ କେନ୍ଦ୍ରରେ ୧୩,୪୯୫ ପରୀକ୍ଷାର୍ଥୀ

ଜଗତ୍‌ସିଂହପୁର ଅଫିସ, ୧୧ା୩: ମାଟ୍ରିକ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ଜଗତ୍‌ସିଂହପୁର ଜିଲାର ୧୩,୪୯୫ ପରୀକ୍ଷାର୍ଥୀଙ୍କୁ ୯୧ଟି କେନ୍ଦ୍ରରେ ପରୀକ୍ଷା ଦେବାର ସୁଯୋଗ ଥିବାବେଳେ ସେଥିରୁ ୨୫୧ ଜଣ ଅନୁପସ୍ଥିତ ରହିଛନ୍ତି। ରେଗୁଲାରରେ ୨୩୫, ମଧ୍ୟମାରେ ୪ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍‌ଓଏସ୍‌ସି) ରୁ ୧୨ ଜଣ ପିଲା ଅନୁପସ୍ଥିତ ଥିଲେ। କପିମୁକ୍ତ ପରୀକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୩ଟି ସ୍କ୍ବାଡ୍‌ ସମେତ ସମ୍ପୃକ୍ତ ବ୍ଲକର ବିଡିଓ ଓ ତହସିଲଦାରମାନଙ୍କୁ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି କେନ୍ଦ୍ରରେ ପୋଲିସ ବ୍ୟବସ୍ଥା କରାଯାଇଛି। ବିଗତବର୍ଷ ପରି ଚଳିତବର୍ଷ ରୋଗୁଲାର ସାଙ୍ଗକୁ ଏକ୍ସ ରୋଗୁଲାର, ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍‌ଓଏସ୍‌ସି) ଛାତ୍ରୀଛାତ୍ରଙ୍କ ପାଇଁ ଏକକାଳିନ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେଉଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ନିରଞ୍ଜନ ବେହେରା କହିଛନ୍ତି, ଜିଲାର ୧୫,୪୫୭ ଜଣ ଛାତ୍ରୀ,ଛାତ୍ର ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ଦେବା ପାଇଁ ସୁଯୋଗ ଥିଲା। କିନ୍ତୁ ପ୍ରଥମ ଦିନ ୧୩,୧୨୨ ଜଣ ପରୀକ୍ଷା ଦେଇଛନ୍ତି। ସେହିପରି ଏସ୍‌ଓଏସ୍‌ସି ୭୨ ଜଣଙ୍କ ମଧ୍ୟରୁ ୬୦ ଏବଂ ମଧ୍ୟମା ୪୪ରୁ ୪୦ ଜଣ ପରୀକ୍ଷା ଦେଇଛନ୍ତି। ଜିଲାର ସମସ୍ତ ବ୍ଲକରେ ନୋଡାଲ କେନ୍ଦ୍ର କରାଯାଇଛି। ସେଗୁଡିକ ହେଲା ଜଗତ୍‌ସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନାଉଗାଁ ଉଚ୍ଚ ବିଦ୍ୟାଳୟ, ବାଲିକୁଦା ଉଚ୍ଚ ବିଦ୍ୟାଳୟ, ଏରସମା ଉଚ୍ଚ ବିଦ୍ୟାଳୟ, କୁଜଙ୍ଗର ବି. ବି. ହାଇସ୍କୁଲ, ତିର୍ତ୍ତୋଲର ଏମ୍‌. ଏସ୍‌. ଏକାଡେମୀ, ରଘୁନାଥପୁରର ପି. ସି. ବିଦ୍ୟାମନ୍ଦିର ଓ ବିରିଡ଼ିର ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ। ନୋଡାଲ କେନ୍ଦ୍ରଗୁଡିକରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଯେପରି ସୁରକ୍ଷିତ ରହିବ ସେନେଇ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି। ଏହି ନୋଡାଲ କେନ୍ଦ୍ରଗୁଡ଼ିକରୁ ସମସ୍ତ କେନ୍ଦ୍ରକୁ ଠିକ ଭାବେ ପ୍ରଶ୍ନପତ୍ର ପହଞ୍ଚାଇବା ଏବଂ ଖାତା ଆଣିବା ପାଇଁ ୨୧ଟି ଡେସ୍‌ପାଚ୍‌ ଟିମ୍‌ ଗଠନ ହୋଇଛି। ସେଥିମଧ୍ୟରୁ ବାଲିକୁଦା, ଏରସମା, ଜଗତ୍‌ସିଂହପୁର, କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକ ପାଇଁ ୩ଟି ଲେଖାଏଁ ଥିବାବେଳେ ଅବଶିଷ୍ଟ ବ୍ଲକରେ ୨ଟି ଲେଖାଏଁ ଡେସ୍‌ପାଚ୍‌ ଟିମ୍‌ ରହିଛି। ପରୀକ୍ଷା ପରିଚାଳନା ପାଇଁ ଜିଲାରେ ଏକ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ହୋଇଛି। ପ୍ରତ୍ୟହ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେଉଛି। ବିଷୟ ଅନୁସାରେ ପରୀକ୍ଷା ସରିବାର ସର୍ବାଧିକ ସମୟ ୧୦ଟା୧୫ ଧାର୍ଯ୍ୟ କରାଯାଇଛି । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଶାନ୍ତି ଓ ଶୃଙ୍ଖଳା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ୩ଟି ସ୍କ୍ବାଡ୍‌ ୧୫ଟି କେନ୍ଦ୍ର ପରିଦର୍ଶନ କରିଥିଲେ ସୁଦ୍ଧା ଜଣେ କେହି ଏମ୍‌ପି (ମାଲ ପ୍ରାକ୍ଟିସ୍‌) ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri