ଜିଲାର ୯୧ କେନ୍ଦ୍ରରେ ୧୩,୪୯୫ ପରୀକ୍ଷାର୍ଥୀ

ଜଗତ୍‌ସିଂହପୁର ଅଫିସ, ୧୧ା୩: ମାଟ୍ରିକ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ଜଗତ୍‌ସିଂହପୁର ଜିଲାର ୧୩,୪୯୫ ପରୀକ୍ଷାର୍ଥୀଙ୍କୁ ୯୧ଟି କେନ୍ଦ୍ରରେ ପରୀକ୍ଷା ଦେବାର ସୁଯୋଗ ଥିବାବେଳେ ସେଥିରୁ ୨୫୧ ଜଣ ଅନୁପସ୍ଥିତ ରହିଛନ୍ତି। ରେଗୁଲାରରେ ୨୩୫, ମଧ୍ୟମାରେ ୪ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍‌ଓଏସ୍‌ସି) ରୁ ୧୨ ଜଣ ପିଲା ଅନୁପସ୍ଥିତ ଥିଲେ। କପିମୁକ୍ତ ପରୀକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୩ଟି ସ୍କ୍ବାଡ୍‌ ସମେତ ସମ୍ପୃକ୍ତ ବ୍ଲକର ବିଡିଓ ଓ ତହସିଲଦାରମାନଙ୍କୁ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି କେନ୍ଦ୍ରରେ ପୋଲିସ ବ୍ୟବସ୍ଥା କରାଯାଇଛି। ବିଗତବର୍ଷ ପରି ଚଳିତବର୍ଷ ରୋଗୁଲାର ସାଙ୍ଗକୁ ଏକ୍ସ ରୋଗୁଲାର, ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍‌ଓଏସ୍‌ସି) ଛାତ୍ରୀଛାତ୍ରଙ୍କ ପାଇଁ ଏକକାଳିନ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେଉଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ନିରଞ୍ଜନ ବେହେରା କହିଛନ୍ତି, ଜିଲାର ୧୫,୪୫୭ ଜଣ ଛାତ୍ରୀ,ଛାତ୍ର ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ଦେବା ପାଇଁ ସୁଯୋଗ ଥିଲା। କିନ୍ତୁ ପ୍ରଥମ ଦିନ ୧୩,୧୨୨ ଜଣ ପରୀକ୍ଷା ଦେଇଛନ୍ତି। ସେହିପରି ଏସ୍‌ଓଏସ୍‌ସି ୭୨ ଜଣଙ୍କ ମଧ୍ୟରୁ ୬୦ ଏବଂ ମଧ୍ୟମା ୪୪ରୁ ୪୦ ଜଣ ପରୀକ୍ଷା ଦେଇଛନ୍ତି। ଜିଲାର ସମସ୍ତ ବ୍ଲକରେ ନୋଡାଲ କେନ୍ଦ୍ର କରାଯାଇଛି। ସେଗୁଡିକ ହେଲା ଜଗତ୍‌ସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନାଉଗାଁ ଉଚ୍ଚ ବିଦ୍ୟାଳୟ, ବାଲିକୁଦା ଉଚ୍ଚ ବିଦ୍ୟାଳୟ, ଏରସମା ଉଚ୍ଚ ବିଦ୍ୟାଳୟ, କୁଜଙ୍ଗର ବି. ବି. ହାଇସ୍କୁଲ, ତିର୍ତ୍ତୋଲର ଏମ୍‌. ଏସ୍‌. ଏକାଡେମୀ, ରଘୁନାଥପୁରର ପି. ସି. ବିଦ୍ୟାମନ୍ଦିର ଓ ବିରିଡ଼ିର ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ। ନୋଡାଲ କେନ୍ଦ୍ରଗୁଡିକରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଯେପରି ସୁରକ୍ଷିତ ରହିବ ସେନେଇ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି। ଏହି ନୋଡାଲ କେନ୍ଦ୍ରଗୁଡ଼ିକରୁ ସମସ୍ତ କେନ୍ଦ୍ରକୁ ଠିକ ଭାବେ ପ୍ରଶ୍ନପତ୍ର ପହଞ୍ଚାଇବା ଏବଂ ଖାତା ଆଣିବା ପାଇଁ ୨୧ଟି ଡେସ୍‌ପାଚ୍‌ ଟିମ୍‌ ଗଠନ ହୋଇଛି। ସେଥିମଧ୍ୟରୁ ବାଲିକୁଦା, ଏରସମା, ଜଗତ୍‌ସିଂହପୁର, କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକ ପାଇଁ ୩ଟି ଲେଖାଏଁ ଥିବାବେଳେ ଅବଶିଷ୍ଟ ବ୍ଲକରେ ୨ଟି ଲେଖାଏଁ ଡେସ୍‌ପାଚ୍‌ ଟିମ୍‌ ରହିଛି। ପରୀକ୍ଷା ପରିଚାଳନା ପାଇଁ ଜିଲାରେ ଏକ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ହୋଇଛି। ପ୍ରତ୍ୟହ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେଉଛି। ବିଷୟ ଅନୁସାରେ ପରୀକ୍ଷା ସରିବାର ସର୍ବାଧିକ ସମୟ ୧୦ଟା୧୫ ଧାର୍ଯ୍ୟ କରାଯାଇଛି । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଶାନ୍ତି ଓ ଶୃଙ୍ଖଳା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ୩ଟି ସ୍କ୍ବାଡ୍‌ ୧୫ଟି କେନ୍ଦ୍ର ପରିଦର୍ଶନ କରିଥିଲେ ସୁଦ୍ଧା ଜଣେ କେହି ଏମ୍‌ପି (ମାଲ ପ୍ରାକ୍ଟିସ୍‌) ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri