କ୍ୱାରେଣ୍ଟିନ୍‌ ସେଣ୍ଟରରୁ ୩୪ ପ୍ରବାସୀ ଫେରାର

ସାରସକଣା,୨।୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ୩୪ ପ୍ରବାସୀ ଫେରାର ହୋଇଯାଇଛନ୍ତି। ଏନେଇ ସାରସକଣା ବିଡ଼ିଓ ସଂଗ୍ରାମ କେଶରୀ ଭୋଳ ୨ ଜଣ ପ୍ରବାସୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୧୦୬/୨୧) ରୁଜୁ କରି ତଦନ୍ତ ଜାରି ରଖିଛି। ଫେରାର ସମସ୍ତ ପ୍ରବାସୀ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ମିଳିଛି।
ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଓଡ଼ିଶା ପକ୍ଷରୁ ସୀମାନ୍ତରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପଶ୍ଚିମବଙ୍ଗରୁ ଫେରୁଥିବା ଲୋକମାନଙ୍କୁ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ ଖୋଲାଯାଇଥିବା କ୍ୱାରେଣ୍ଟିନ୍‌ ସେଣ୍ଟରେ ୭ଦିନ ପାଇଁ ରଖିବାର ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ଏହି କେନ୍ଦ୍ରରୁ ୨ ପଶ୍ଚିମବଙ୍ଗ ଫେରନ୍ତା ଫେରାର ହୋଇଯାଇଥିଲେ। ଘଟଣାର ୨୪ ଘଣ୍ଟା ପରେ ବିଡିଓ ଥାନାରେ ଏତଲା ଦେଇଥିଲେ। ଏପରିକି ଆଉ ୩୨ଜଣ ପ୍ରବାସୀ ସେଠାରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ବିଡିଓଙ୍କୁ ପଚାରିବାରୁ ସେ ଜାଣି ନାହାନ୍ତି ବୋଲି କହିଛନ୍ତି। ପିଡି ଡିଆର୍‌ଡିଏ ଭବେଶ କୁମାର ନାୟକଙ୍କୁ ପଚାରିବାରୁ ୩୨ଜଣ ଫେରାର ହେବା ସମ୍ବନ୍ଧରେ ଅବଗତ ଅଛି। ଏ ବାବଦରେ ଥାନାରେ ଅଭିଯୋଗ କରିବାକୁ ବିଡ଼ିଓଙ୍କୁ କହିଛି, ମାତ୍ର ସେ କ’ଣ ପାଇଁ ଏତଲା ଦେଇନାହାନ୍ତି ପଚାରି ବୁଝିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କ୍ୱାର୍ଟର୍ସରେ ଚାଲିଛି ରୋଗୀସେବା

ଫୁଲବାଣୀ ଅଫିସ,୨୧ା୧: ଡାକ୍ତରଙ୍କ କ୍ୱାର୍ଟର୍ସରେ ଚାଲିଛି ରୋଗୀସେବା। ରୋଷେଇ ଘରେ ପରୀକ୍ଷାଗାର । ଆଡମିଶନ ହେବାକୁ ନାହିଁ ବେଡ । ନାହାନ୍ତି ଆବଶ୍ୟକ ଡାକ୍ତର। ଏଭଳି...

କୃଷିଭିତ୍ତିକ ଜିଲାରେ ନାହିଁ ଆଦର୍ଶ କୃଷି ଉଦ୍ୟାନ

କେନ୍ଦ୍ରାପଡ଼ା ଅଫିସ, ୪ା୪: ରାଜ୍ୟର ପ୍ରତି ଜିଲାରେ ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ହୋଇଛି। ଉଦ୍ୟାନ କୃଷି ମିଶନ ଅଧୀନରେ ଉନ୍ନତ ଧରଣର ଆମ୍ବ, ନଡ଼ିଆ,...

ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଯାଜପୁର ଟାଉନ,୨୭ା୨(ଡିଏନଏ): ଯାଜପୁରର ଭାରପ୍ରାପ୍ତ ଜିଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବୁଧବାର ଦଶରଥପୁର ବ୍ଲକର ଅକରପଡା ଓ ବିରଜାପୁର ପଞ୍ଚାୟତ ଗସ୍ତ କରି...

୧୩ ଜିଲାରେ ପ୍ରବଳ କୁହୁଡ଼ି ସମ୍ଭାବନା, ପାଣିପାଗ ବିଭାଗର ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ରାଜ୍ୟରୁ ହଠାତ୍‌ ଗାଏବ ହୋଇଯାଇଛି ଶୀତ। ରାତ୍ରିର ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ସେଲ୍‌ସିୟସ ଛୁଇଁଛି। ଏଥିସହିତ ଦିନର ସର୍ବୋଚ୍ଚ ତାପମାତ୍ରା ମଧ୍ୟ ୩୨...

ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ହେଲେ ସୁଶାନ୍ତ କୁମାର ମହାନ୍ତି

ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ହେଲେ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି। ଏନେଇ ଗୁରୁବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ...

ପାଠ୍ୟପୁସ୍ତକରେ ରହିବ ଲିଙ୍ଗଗତ ସମାନତା ବିଷୟ

ଭୁବନେଶ୍ୱର, ୯।୮(ବ୍ୟୁରୋ):ଜିଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀଙ୍କ ଦିନିକିଆ ସମ୍ମିଳନୀ ସୋମବାର ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ...

ବିବାହର ୭ ମାସ ନ ପୂରୁଣୁ ନବବିବାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା: ସ୍ବାମୀ, ଦିଅର କୋର୍ଟ ଚାଲାଣ, ନ୍ୟାୟ ଅପେକ୍ଷାରେ ମୃତକାଙ୍କ ମା’, ୨ ଭାଇ

ଜୁନାଗଡ,୧୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଚୈଗୁଡା ଗ୍ରାମରେ ଗତ ୬ତାରିଖ ମଙ୍ଗଳବାର ବିବାହର ୭ମାସ ନ ପୂରୁଣୁ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହ ଜନକ...

ତମାଖୁ ସେବନ ଅଭ୍ୟାସ ଡାକିଆଣେ ମୃତ୍ୟୁ

ବ୍ରହ୍ମପୁର ଅଫିସ୍‌,୧ା୬-ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଆଇଇସି ହଲ୍‌ଠାରେ ଶୁକ୍ରବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଜିଲା ମୁଖ୍ୟ...

Advertisement
Archives

Model This Week