୧୬ ଜିଲାରେ ଖୋଲିବ ୩୪ ସିଭିଲ ଜଜ୍‌ କୋର୍ଟ

କଟକ ଅଫିସ,୨୬ା୯: ରାଜ୍ୟର ୧୬ଟି ଜିଲାରେ ୩୪ ନୂତନ ସିଭିଲ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ) ତଥା ଜେଏମ୍‌ଏଫ୍‌ସି ପ୍ରତିଷ୍ଠା ହେବ। ଏଥିପାଇଁ ଉକ୍ତ ଜିଲାଗୁଡ଼ିକର ଜିଲା ଓ ସେସନ୍ସ ଜଜ୍‌ମାନଙ୍କୁ ଅକ୍ଟୋବର ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ କୋର୍ଟ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ସ୍ବରୂପ ଡାଏସ୍‌ ସହିତ କୋର୍ଟ ହଲ୍‌, ସାକ୍ଷ୍ୟ କୋଠରି, ମହିଳା ଓ ପୁରୁଷଙ୍କ ପାଇଁ ପୃଥକ୍‌ ହାଜତ, ଟଏଲେଟ୍‌, ଅଫିସ, ପ୍ରିଜାଇଡିଂ ଅଧିକାରୀଙ୍କ ଚ୍ୟାମ୍ବର ସହିତ ବାସଗୃହ (ସରକାରୀ କିମ୍ବା ବେସରକାରୀ) ବ୍ୟବସ୍ଥା ସମ୍ପର୍କରେ ରିପୋର୍ଟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ରହିଛି। ରିପୋର୍ଟ ହସ୍ତଗତ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।
ବାଲେଶ୍ୱର ଜିଲାର ଔପଦା, ଖଇରା, ବରଗଡ଼ ଜିଲାର ଗାଇସିଲଟ, ପାଇକମାଳ, ବିଜେପୁର, ଭଦ୍ରକ ଜିଲାର ବନ୍ତ, କଟକ ଜିଲାର ନିଶ୍ଚିନ୍ତକୋଇଲି, ଡମପଡ଼ା, ମାହାଙ୍ଗା, ଗଞ୍ଜାମ ଜିଲାର ବେଲଗୁଣ୍ଠା, ଯାଜପୁର ଜିଲାର ବରିପାଲ, ସୁକିନ୍ଦା, ବିଞ୍ଝାରପୁର, ଝାରସୁଗୁଡ଼ା ଜିଲାର ଲାଇକେରା, କିରିମିରା, କଳାହାଣ୍ଡି ଜିଲାର ଗୋଲମୁଣ୍ଡା, ଲାଞ୍ଜିଗଡ଼, କନ୍ଧମାଳ ଜିଲାର ରାଇକିଆ, ଚକାପାଦ, କେଉଁଝର ଜିଲାର ଘଟଗଁା, ଖୋର୍ଦ୍ଧା ଜିଲାର ବୋଲଗଡ଼, ବେଗୁନିଆ, ବାଲିଅନ୍ତା, ବାଲିପାଟଣା, କୋରାପୁଟ ଜିଲାର ନନ୍ଦପୁର, ନାରାୟଣପାଟଣା, ବୈପାରୀଗୁଡ଼ା, ନୟାଗଡ଼ ଜିଲାର ଗଣିଆ, ପୁରୀ ଜିଲାର କୃଷ୍ଣପ୍ରସାଦ, କାକଟପୁର, ରାୟଗଡ଼ା ଜିଲାର ଚନ୍ଦ୍ରପୁର, ମୁନିଗୁଡ଼ା ଓ ସୁନ୍ଦରଗଡ଼ ଜିଲାର କୋଇଡା(ବଣାଇ), ଲହୁଣିପଡ଼ାରେ ନୂତନ ସିଭିଲ ଜଜ୍‌ କୋର୍ଟ ପ୍ରତିଷ୍ଠା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri