ଦିଭିସା ପରିବାର ସହ ଭାବବିନିମୟ କଲେ ଗୁଲସନ

ନୂଆଦିଲ୍ଲୀ,୨୬।୯: ଦେଶର ପ୍ରମୁଖ ଘରୋଇ ଔଷଧୀୟ କମ୍ପାନୀ (ଉଦ୍ୟୋଗ) ଦିଭିସା ହର୍ବାଲ କେୟାର ପ୍ରାଇଭେଟ ଲିମିଟେଡର ବ୍ରାଣ୍ଡ ଆମ୍ବାସାଡର ବଲିଉଡ ଅଭିନେତା ତଥା ବ୍ୟାଡମ୍ୟାନ ଭାବେ ଜଣାଶୁଣା ଗୁଲସନ ଗ୍ରୋଭର ନିକଟରେ କମ୍ପାନୀର ଚଣ୍ଡିଗଡ କ୍ୟାମ୍ପସ ପରିଦର୍ଶନରେ ଆସିଥିଲେ। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଗୁଲସନଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏପରି କି ସେ କମ୍ପାନୀର ନୂତନ ଉତ୍ପାଦ ବ୍ୟାଡମ୍ୟାନ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ଏବଂ ଏହାର ଲୋକପ୍ରିୟତା ବିଷୟରେ ମଧ୍ୟ ମତ ପ୍ରକାଶ କରିବା ସହ କମ୍ପାନୀ କର୍ତ୍ତୃପକ୍ଷଙ୍କଠାରୁ ପଚାରି ବୁଝିଥିଲେ।

ଏହି ଅବସରରେ କମ୍ପାନୀର ସିଏମ୍‌ଡି ସଞ୍ଜୀବ ଜୁନେଜା ଗୁଲସନଙ୍କୁ କମ୍ପାନୀର ଚଣ୍ଡିଗଡସ୍ଥିତ ଦିଭିସା କ୍ୟାମ୍ପସ ଓ କାର୍ଯ୍ୟାଳୟ ବୁଲାଇବା ସହ ଉଭୟଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥିଲା। ସେହିଭଳି ଗୁଲସନ ଗ୍ରୋଭର ଉଭୟ କମ୍ପାନୀର ଉତ୍ପାଦ ବ୍ୟାଡମ୍ୟାନ ସାଙ୍ଗକୁ ନିଜର ଚଳଚ୍ଚିତ୍ର ଅଭିନୟ ଚରିତ୍ର ବ୍ୟାଡମ୍ୟାନ ଅଭିନୟର ସଫଳତା ସମ୍ପର୍କରେ ଉଭୟ କମ୍ପାନୀ କର୍ମଚାରୀ ଓ ଅନ୍ୟମାନଙ୍କ ସହ ଭାବବିନିମୟ କରି ମତପ୍ରକାଶ କରିଥିଲେ।

ଅପରପକ୍ଷରେ ଗୁଲସନ ମଧ୍ୟ ବ୍ୟାଡମ୍ୟାନ ପ୍ରଡକ୍ଟର ବ୍ରାଣ୍ଡ ଆମ୍ବାସାଡର ରହିଥିବାରୁ ଉକ୍ତ ପ୍ରଡକ୍ଟର ଲୋକପ୍ରିୟତା ଏବଂ ଚାହିଦା ସମ୍ପର୍କରେ ମଧ୍ୟ କମ୍ପାନୀ ଅଧିକାରୀଙ୍କଠାରୁ ଅବଗତ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଦିଭିସାର ନୂତନ ଉତ୍ପାଦ ବ୍ୟାଡମ୍ୟାନରେ କୌଣସି ପ୍ରକାରର ତ୍ରୁଟି ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଫଳରେ ଏହାର ଚାହିଦା ଭଲ ରହିଥିବା ବେଳେ ଏଥିରେ କୌଣସି ପ୍ରକାରର ହାନିକାରକ ଉତ୍ପାଦ ନାହିଁ, ଯାହା ଉଭୟ ରୋଗୀ ଓ ଗ୍ରାହକଙ୍କ ଉପରେ କୁପ୍ରଭାବ ପକାଇବ କିମ୍ବା କମ୍ପାନୀର ପ୍ରତିଷ୍ଠା ଉପରେ ସେଭଳି କିଛି ସମସ୍ୟା ସୃଷ୍ଟି କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri